‘ହାସ୍ୟବିଦ୍ୟୁଷୀ’ ପଙ୍କଜିନୀ ଦାଶଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୧୯।୮: ଆଉ ନାହାନ୍ତି ଓଡ଼ିଶାର ଖ୍ୟାତନାମା ‘ହାସ୍ୟବିଦ୍ୟୁଷୀ ପଙ୍କଜିନୀ ଦାସ’। ଢେଙ୍କାନାଳ ସହର କୁଞ୍ଜକାନ୍ତ ଉତ୍ତର ମଧୁବନସ୍ଥିତ ବାସ ଭବନରେ ରବିବାର ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଅନ୍ତିମ ସମୟରେ ତାଙ୍କ ନିକଟରେ ପରିବାର ଏବଂ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଏହି ସୂଚନା ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟବ୍ୟକ୍ତି, ସାହିତି୍ୟକ ପହଞ୍ଚତ୍ ତାଙ୍କର ଶେଷ ଦର୍ଶନ କରିଥିଲେ। କୁଞ୍ଜକାନ୍ତ ପୋଖରୀସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଓଡ଼ାପଡ଼ା ବ୍ଲକ ଧଳପୁର ଗ୍ରାମରେ ଜନ୍ମିତ ପଙ୍କଜିନୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ସାହିତ୍ୟକୁ ବାଦ୍‌ଦେଲେ ସଙ୍ଗୀତ ଏବଂ ସେବାମୂଳକ କାର୍ଯ୍ୟରେ ତାଙ୍କର ବେଶ୍‌ ରୁଚି ରହିଥିଲା। ୧୯୫୫ରେ ତାଙ୍କ ଦ୍ୱାରା ରଚିତ ପ୍ରଥମ କବିତା ‘ପଦ୍ମଜା’ ପ୍ରକାଶିତ ହୋଇଥିଲା। ୧୯୭୫ରୁ ଆହୁରି ତୀବ୍ର ହୋଇଥିଲା ତାଙ୍କ ଲେଖନୀ। ଗଳ୍ପ, କବିତା, ପ୍ରବନ୍ଧ, ଶିଶୁ ଗଳ୍ପ, କବିତା, ରମ୍ୟରଚନା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜର କଲମ ଚାଳନା କରି ପାରଦର୍ଶିତାର ପରିଚୟ ଦେଇଥିଲେ। ତାଙ୍କ ଦ୍ୱାରା ଲେଖାଯାଇଥିବା ‘ଗୁଲାବୀ ଚିଠି’ ଏବଂ ‘ମୀମାଂସା’ ଟେଲି ଫିଲ୍ମ ଭାବେ ଦିଲ୍ଲୀ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ସାହିତ୍ୟ ପ୍ରତି ଗଭୀର ଭଲପାଇବାର ଫଳ ତାଙ୍କୁ ମିଳିଥିଲା ୧୯୮୮ରେ। ଏହି ବର୍ଷ ପଙ୍କଜିନୀଙ୍କୁ ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସେ ମଧ୍ୟ ‘କାନ୍ତକବି’ ପୁରସ୍କାର ହାସଲ କରିଥିଲେ। ଏଥିସହ ସେ ଓଡ଼ିଶା, ବିଶାଖାପାଟଣା, କଲିକତା, ମାଡ୍ରାସ, ବମ୍ବେର ଓଡ଼ିଆ ସମାଜ ଦ୍ୱାରା ସମ୍ମାନିତ ମଧ୍ୟ ହୋଇଛନ୍ତି। ନିଜର ନିଆରା ପ୍ରତିଭା ପାଇଁ ତାଙ୍କୁ ସରସ ସାହିତ୍ୟ ସମିତି ପକ୍ଷରୁ ‘ହାସ୍ୟବିଦ୍ୟୁଷୀ’, ଆକାଶବାଣୀ ଧ୍ରୁବତାରା ପକ୍ଷରୁ ‘ରଙ୍ଗବତୀ ରସକୁଇନ୍‌’, ଇପିଟାଟା ଲେଡିଜ୍‌ କ୍ଲବ ପକ୍ଷରୁ ‘ହାସ୍ୟ ସାମ୍ରାଜ୍ଞୀ’, ଖୋର୍ଦ୍ଧା ଦରବାର ସାହିତ୍ୟ ସଂସଦ ପକ୍ଷରୁ ‘ମହିଳାମଣି’, ‘ହାସ୍ୟ ଚମ୍ପାବତୀ’ ଏବଂ ଗୋଳମାଳ ପତ୍ରିକା ପକ୍ଷରୁ ‘ହାସ୍ୟ ଶ୍ରୀମତୀ’ ଉପାଧିରେ ଭୂଷିତ କରାଯାଇଥିଲା। କେବଳ ଏତିକି ନୁହେଁ, ସେ ଢେଙ୍କାନାଳ ଜିଲାର ସର୍ବୋଚ୍ଚ ‘ମହିମା ସମ୍ମାନ’ରେ ମଧ୍ୟ ସମ୍ମାନିତ ହୋଇଛନ୍ତି।
ତାଙ୍କର ଦ୍ୱାରା ରଚିତ ପ୍ରମୁଖ ପୁସ୍ତକ ମଧ୍ୟରେ ‘ଅଜାଙ୍କ ମଜା କାହାଣୀ’, ‘କୁନି କାହାଣୀମାଳା’, ‘ଟିକିଏ ହସ’, ‘ନୂଆ ପଢୁଆଙ୍କ ମଜା କାହାଣୀ’, ‘ଆମରି ପାଠ ଆମରି ଗପ’, ’କାହାଣୀ ନୁହେଁ ଏତ ଆମରି କଥା’, ‘ଟିକିଏ ପଢ଼ ଟିକିଏ ହସ’, ‘ସାନ ପିଲାଙ୍କ କାହାଣୀ’, ‘ନ୍ୟାୟବନ୍ତ ରାଜା’, ‘ଜନ୍ମମାମୁଙ୍କୁ ଅଳି, ‘ମାର୍‌ ମାର୍‌ ଭଣ୍ଡାରିଆକୁ’, ‘ପରାଜିତା ସୂପର୍ଣ୍ଣଖା’, ‘ପୁସ୍ତକ ହରଣ’, ‘ଅଜାଗା ଘା’ର ଯନ୍ତ୍ରଣା’, ‘ଆପଣାହସ୍ତେ ଜିହ୍ବାଚ୍ଛେଦୀ’, ‘ଶତାବ୍ଦୀର ଯନ୍ତ୍ରଣା’, ‘ନାରୀ ଜାଗରଣ’, ‘ନନ୍ଦିତା ନିରୁପମା’, ‘ଅପାଠୋଇ ବୋହୂ’, ବ୍ୟଙ୍ଗ ସଙ୍କଳନ ‘ଗେଣ୍ଡୁମାଳ ବୁଢ଼ୀ କି ଦେବି’ ପ୍ରମୁଖ ଅନ୍ୟତମ। ସେହିପରି ସେ ବିଭିନ୍ନ କବିତା ସଙ୍କଳନ, ଉପନ୍ୟାସ ଏବଂ ନାଟକ ମଧ୍ୟ ଲେଖିଥିଲେ। ପଙ୍କଜିନୀ ଢେଙ୍କାନାଳର ଯୁବ ସାହିତ୍ୟ ଅନୁଷ୍ଠାନ ସନ୍ଧ୍ୟାତାରା ସାହିତ୍ୟ ସଂସଦ ସଭାନେତ୍ରୀ ଭାବେ ୨୯ ବର୍ଷ ଧରି ଦାୟିତ୍ୱରେ ଥିଲେ। ଏଥିସହ ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ଓ ସଙ୍ଗୀତ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ତାଙ୍କ ପରଲୋକରେ ସହରରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri