ହାତୀ ପାଇଁ ରାତି ଅନିଦ୍ରା ଗ୍ରାମବାସୀ

ଚମ୍ପୁଆ,୨୫ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଦିନକୁ ଦିନ ବଢି ଚାଲିଥିବା ବେଳେ ବନ ବିଭାଗର ନାଚର ପଣିଆ ଗ୍ରାମବାସୀଙ୍କୁ ରାତ୍ରୀ ଅନିଦ୍ରା ହେବାକୁ ବାଧ୍ୟ କରୁଛି। ବର୍ଷା ଅଭାବରୁ ଚମ୍ପୁଆ ବ୍ଲକରେ ମରୁଡି ଆଶଙ୍କା ଦେଖା ଦେଇଥିବା ବେଳେ ଚାଷୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଯାହା ବି ଖରାଟିଆ ଚାଷ କରିଥିଲେ ତାହାକୁ ହାତୀ ଦାଉରୁ ରକ୍ଷା କରିବା ଚିନ୍ତା ଏବେ ଚାଷୀଙ୍କୁ ଘାରିଛି। ସୀମିତ କେତେକ ସ୍କ୍ବାର୍ଡ ଦ୍ୱାରା ହାତୀ ଘଉଡାଇବା କାର୍ଯ୍ୟ କରାଯାଉଛି। ହେଲେ ଗାର୍ଡ ଅନୁପାତରେ ହାତୀ ମାନଙ୍କ ସଂଖ୍ୟା ଅଧିକ ଥିବାରୁ ହାତୀ ଘଉଡାଇବା ଯୋଜନା ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ ଏବେ ଆନ୍ଦୋଳନର ଦାନା ବାନ୍ଧିବା ଆରମ୍ଭ କଲାଣି। ବନ ବିଭାଗ ଶସ୍ୟ କ୍ଷୟ କ୍ଷତି ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦିଆଯିବ ବୋଲି ଗ୍ରାମବାସୀଙ୍କୁ ବୁଝାଉଥିଲେ ମଧ୍ୟ ରାତି ଅନିଦ୍ରା ହୋଇ ହାତୀ ପଲ ପଛରେ ନିଜ ଶସ୍ୟକ୍ଷେତ୍ରକୁ ରକ୍ଷା କରିବା ପାଇଁ ଧାଁଧପଡ଼ କରୁଥିବା ଦେଖିବାକୁ ମିଳିଛି। ଗତ ୩ ରୁ ୪ ଦିନ ହେବ ୨୩ ଗୋଠିଆ ହାତୀ ପଲ ମୁକୁନ୍ଦପୁର,ଜାମୁଦଲକ, ଅଢଙ୍ଗାପାଳ ଓ ମିରିଗିଶିଙ୍ଗା ଅଞ୍ଚଳ ଛାଡି ଯାଉ ନ ଥିବା ବେଳେ ଗତ ମଙ୍ଗଳବାର ରାତିରେ ଏହି ୨୩ ଗୋଠିଆ ହାତୀ ପଲ ଗୋଧୂଳି ଆମ୍ବ ବଗିଚାରେ ଅବସ୍ଥାନ କରିଛନ୍ତି। ଗତ ରାତି ଏହି ହାତୀ ପଲ ଗୋଧୂଳି ଅଞ୍ଚଳର ବହୁ ଧାନ ବିଲକୁ ମାଡି ଚକଟି ନଷ୍ଟ କରିଛନ୍ତି। ଫଳରେ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ହାତୀ ଘଉଡାଇ ଧନ ଜୀବନକୁ ସୁରକ୍ଷା ଦେବା ପାଇଁ ଅଧିକ କର୍ମଚାରୀ ନିଯୁକ୍ତ କରିବାକୁ ଗ୍ରାମବାସୀମାନେ ଦାବି କରିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri