ହାତୀ ଉପଦ୍ରବ: ଅଧାପାଚିଲା ଧାନକାଟିଲେ ଚାଷୀ

ଚମ୍ପୁଆ, ୯ା୬(ଡି.ଏନ.ଏ.)-ହାତୀ ପାଇଁ ରାତି ଉଜାଗର ରହୁଥିବା ଚାଷୀ ଶେଷରେ ଅନ୍ୟ ଉପାୟ ନ ପାଇ ମୁଠା ମୁଠା ଟଙ୍କା ଖର୍ଚ୍ଚ କରିଥିବା ଧାନଚାଷକୁ ଅଧାପାଚିଲା ଅବସ୍ଥାରେ ବିଲରୁ କାଟିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଚୋରଠାରୁ ଶିକା ବାହୁଙ୍ଗି ପାଇବା ଭଳି ଚାଷୀ ହାତୀ ଦାଉରୁ ଅଧା ଧାନ ପାଇବା ଆଶାରେ ଦର ପାଚିଲା ଧାନକୁ ଖଳାକୁ ନେଇ ଆଣୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ହାତୀ ଦ୍ୱାରା ହେଉଥିବା ଫସଲ ହାନି ବାବଦକୁ ନିର୍ଦ୍ଧାରିତ ଅର୍ଥ ଚାଷ ବାବଦକୁ ହେଉଥିବା ଖର୍ଚ୍ଚ ଓ ପରିଶ୍ରମ ତୁଳନାରେ ଯଥେଷ୍ଟ ହେଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ହାତୀମାନେ ଯେଉଁ ବିଲରେ ପଶୁଛନ୍ତି ସେ ବିଲରେ ଖାଇବା ଅପେକ୍ଷା ନଷ୍ଟ ଅଧିକ କରୁଛନ୍ତି। ନଷ୍ଟ ହେଉଥିବା ଧାନଗଛକୁ ଉଦ୍ଧାର କରିବା ସମ୍ଭବପର ହେଉନାହଁି। ସରକାରଙ୍କ ପକ୍ଷରୁ ହାତୀପଲ ଦ୍ୱାରା ହେଉଥିବା ଧାନ ଚାଷ କ୍ଷୟକ୍ଷତି ବାବଦକୁ ଏକର ପିଛା ୧୦ ହଜାର ଟଙ୍କା ଓ ତୈଳବୀଜ ଜାତୀୟ ଫସଲ ଏକରକୁ ୧୨ ହଜାର ଟଙ୍କା ପ୍ରଦାନ କରାଯାଉଛି। ମାତ୍ର ଚାଷୀ ଧାନ ଚାଷରେ ଏକର ପିଛା ୮ ରୁ ୯ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ସେଥିପାଇଁ ଏହି ସହାୟତା କୌଣସି ଭରଣା କରିପାରୁନି। ଅନେକ ସ୍ଥାନରେ ଏକର ଏକର ଧାନ ଚାଷ ଏହି ହାତୀପଲ ଦ୍ୱାରା ପ୍ରଭାବିତ ହେଉଥିଲେ ହେଁ ଚାଷୀ ଉପଯୁକ୍ତ ପ୍ରାପ୍ୟ ପାଇପାରୁ ନାହାନ୍ତି। ଜଙ୍ଗଲ ସନ୍ନିକଟ ଚାଷ ଜମିଗୁଡିକ ଏ ହାତୀପଲ ଦ୍ୱାରା ପ୍ରାୟତଃ ପ୍ରଭାବିତ ହେଉଛି। ବନ ବିଭାଗ ଦ୍ୱାରା ହାତୀ ଯାତାୟାତ ପଥ ସୂଚନା ବୋର୍ଡ ଲଗାଯାଇଥିଲେ ମଧ୍ୟ ହାତୀପଲଙ୍କ ଚଲାପଥ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଫଳରେ ସିଧାସଳଖ ଚାଷୀମାନଙ୍କ ଫସଲ ନଷ୍ଟ ହେଉଛି। ଅଡଙ୍ଗାପାଳ ମୁଣ୍ଡାସାହିର ଚାଷୀ ଶ୍ରବଣ ଓରାମଙ୍କୁ ପଚାରିବାରୁ କହିଛନ୍ତି ଯେ ହାତୀପଲ ବିଲ ମଧ୍ୟକୁ ପଶି ଦଳିଚକଟି ଦେଉଛନ୍ତି। ଆଉ ୮/୧୦ ଦିନ ପରେ ଧାନ ପୂରା ପାଚି ଯାଇଥାନ୍ତା। ମାତ୍ର ହାତୀ ଭୟରେ ଏସବୁ କରିବାକୁ ପଡ଼ୁଛି। ଏ ନେଇ ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ରଙ୍କୁ ପଚାରିବାରୁ ସରକାରଙ୍କ ପକ୍ଷରୁ ଶସ୍ୟ ନଷ୍ଟ ସହାୟତାକୁ ତ୍ୱରାନ୍ବିତ କରାଯାଇଛି। ତେଣୁ ଚାଷୀମାନେ ଅଧା ପାଚିଲା ଧାନ ନ କାଟିବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?