Posted inଜାତୀୟ

ହରିୟାଣା ରାଜନୀତି: ଜେଜେପି ସମର୍ଥନରେ ଖଟ୍ଟର ସରକାର

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୫ା୧୦(ପି.ଟି./ଆଇଏଏନ୍‌ଏସ୍‌)-
ହରିୟାଣା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବା ପରେ ଝୁଲା ବିଧାନସଭା ସ୍ଥିତି ସୃଷ୍ଟି ହୋଇଛି। ମ୍ୟାଜିକ୍‌ ନମ୍ବର ୪୬କୁ ଛୁଇଁବା ପାଇଁ ଶାସକ ଭାଜପାକୁ ୬ ଆସନ ନିଅଣ୍ଟ ପଡ଼ୁଥିବାବେଳେ ବିରୋଧୀ କଂଗ୍ରେସକୁ ୧୪ ବିଧାୟକଙ୍କ ସମର୍ଥନ ଜରୁରୀ। ଦୁଇ ଦଳ ମଧ୍ୟରେ ସରକାର ଗଠନ ପାଇଁ ଟଣାଓଟରା ଚାଲିଥିବାବେଳେ ଜନନାୟକ ଜନତା ପାର୍ଟି (ଜେଜେପି) ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ରାତିରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ଘରେ ପହଞ୍ଚତ୍ଛନ୍ତି। ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଜେଜେପି ସମର୍ଥନରେ ସରକାର ଗଠନ କରିବେ ଓ ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଶାହ ଘୋଷଣା କରିଛନ୍ତି। ୧୦ ବିଧାୟକଙ୍କୁ ନେଇ କ୍ଷମତାର ଚାବିକାଠି ରଖିଥିବା ଦୁଷ୍ୟନ୍ତଙ୍କ ସମର୍ଥନ ମିଳିବା ପରେ ଖଟ୍ଟର ଶନିବାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସ୍ବାଧୀନ ବିଧାୟକ ଗୋପାଳ ଗୋୟଲ କାଣ୍ଡା ଭାଜପାକୁ ସମର୍ଥନ କରିଥିବା ନେଇ ବିବାଦ ସୃଷ୍ଟି ହୋଇଛି। କାଣ୍ଡାଙ୍କ ପୂର୍ବ ଇତିହାସକୁ ନେଇ ଖଟ୍ଟରଙ୍କୁ ବିରୋଧୀ ଟାର୍ଗେଟ କରିଥିବାବେଳେ ବରିଷ୍ଠ ଭାଜପା ନେତା ଉମା ଭାରତୀ ମଧ୍ୟ ତାଙ୍କ ସମର୍ଥନ ନ ନେବା ପାଇଁ ଦଳକୁ ପରାମର୍ଶ ଦେଇଛନ୍ତି।
ସଦ୍ୟ ସମାପ୍ତ ହରିୟାଣା ବିଧାନସଭା ନିର୍ବାଚନରେ ଭାଜପାକୁ ୪୦ ଓ କଂଗ୍ରେସକୁ ୩୧ ଆସନରେ ସଫଳତା ମିଳିଛି। ଜେଜେପି ୧୦ ଆସନରେ ବିଜୟୀ ହୋଇଥିବାବେଳେ ଆଇଏନ୍‌ଏଲ୍‌ଡି ଗୋଟିଏ ଓ ସ୍ବାଧୀନ ପ୍ରାର୍ଥୀ ୮ ସିଟ୍‌ ଦଖଲ କରିଛନ୍ତି। ୯୦ ଆସନ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହେଉଛି ୪୬। ଏହି ଖଣ୍ଡିତ ଜନାଦେଶ ପରିପ୍ରେକ୍ଷୀରେ ଚାଲିଥିବା କସରତ କେବଳ ହରିୟାଣା ନୁହେଁ, ବରଂ ଜାତୀୟ ରାଜନୀତିକୁ ସରଗରମ କରିଛି। ଗୁରୁବାର ରାତିରେ ନିର୍ବାଚନର ପରିଣାମ ଆସିବା ପରେ ସିର୍ସାର ଭାଜପା ଏମ୍‌ପି ସୁନୀତା ଡୁଗ୍ଗଲ ଏକ ଚାର୍ଟାର୍ଡ ପ୍ଲେନ୍‌ରେ ଦୁଇଜଣ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନେଇଥିଲେ। ସେମାନେ ହେଲେ ସିର୍ସା ବିଧାୟକ ଗୋପାଳ କାଣ୍ଡା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲାଙ୍କ ଭାଇ ତଥା ରାନିଆ ଆସନରୁ ଜିତିଥିବା ରଣ୍‌ଜିତ ସିଂ। ଅନ୍ୟ ୬ ସ୍ବାଧୀନ ବିଧାୟକ ହେଲେ ଧର୍ମପାଳ ଗୋନ୍ଦାନ, ନୟନପାଲ ରାଓ୍ବତ୍‌, ସୋମବୀର ସଙ୍ଗ୍‌ଓ୍ବାନ, ରାକେଶ ଦୌଲତାବାଦ, ରଣଧୀର ଗୌନ୍ଦାଲ ଓ ବଳରାଜ କୁଣ୍ଡୁ। କାଣ୍ଡାଙ୍କ ସମେତ ଏମାନଙ୍କ ମଧ୍ୟରୁ କେତେଜଣ ବିଧାୟକ ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ଖଟ୍ଟର ସରକାରଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଥିବା କୁହାଯାଉଛି। ଏହାକୁ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, କାଣ୍ଡାଙ୍କ ସମର୍ଥନରେ ସରକାର ଗଢ଼ିବା ପାଇଁ କ୍ଷମତାଲୋଭୀ ଭାଜପା ଉଦ୍ୟମ କରୁଛି। ଏଥିରୁ ଭାଜପାର ଦୋମୁହଁା ନୀତି ପଦାରେ ପଡ଼ିଛି। କାଣ୍ଡା ମନ୍ତ୍ରୀ ଥିବାବେଳେ ତାଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଦେଇଥିବା ମନ୍ତବ୍ୟକୁ ଦଳ ମନେପକାଇବା ଉଚିତ। କାଣ୍ଡା ଏକ ମାମଲାରେ ଛନ୍ଦିହୋଇ ବିବାଦୀୟ ହୋଇପଡ଼ିବା ପରେ ତାଙ୍କୁ ଇସ୍ତଫା ଦେବା ପାଇଁ କଂଗ୍ରେସ ବାଧ୍ୟ କରିଥିଲା। ୭୫ରୁ ଊର୍ଦ୍ଧ୍ୱ ଆସନ ଅକ୍ତିଆର କରିବ ବୋଲି ଦାବି କରୁଥିବା ଭାଜପା କୁହୁକ ସଂଖ୍ୟା ଛୁଇଁ ନ ପାରି ଅସାଧୁ ଉପାୟ ଆପଣାଇଛି ବୋଲି ସୁର୍ଜଓ୍ବୋଲା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମସଙ୍କଟରେ ପଡିପାରନ୍ତି ରାହୁଲ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ଇଣ୍ଡିଆ ସହଯୋଗୀ ଦଳ ଭଲ ପ୍ରଦର୍ଶନ କରିଛି। ଏଥିରେ ରାହୁଲ ଗାନ୍ଧୀ ନିଶ୍ଚିତ ଭାବେ ବହୁତ ଖୁସି ହେବେ। କିନ୍ତୁ...

ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ଅଫର ଦେଲା ଇଣ୍ଡିଆ ମିଳିତ ମଞ୍ଚ

ନୂଆଦିଲ୍ଲୀ,୩।୬: ଲୋକସଭା ନିର୍ବାଚନର ଫଳାଫଳ ଧୀରେ ଧୀରେ ଆସିବା ଆରମ୍ଭ କରିଛି। ଏହି ସମୟରେ ଏନଡିଏ ଆଗରେ ଅଛି। କିନ୍ତୁ, ପୂର୍ବ ତୁଳନାରେ ଇଣ୍ଡିଆ ମିଳିତ...

ମ୍ୟାଜିକ ନମ୍ବର ୨୭୨ରୁ ଦୂରେଇ ଯାଉଛି ଭାଜପା, କିଙ୍ଗ ମେକରଙ୍କ ସହ କଥା ହେଲେ ମୋଦି!

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା, ଟ୍ରେଣ୍ଡ...

ଏନଡିଏକୁ ବହୁମତ, ହେଲେ ଭାଜପାକୁ ଝଟ୍‌କା, ମୋଦିଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୪।୬: ବଳଦି ଯାଇଛି ଭାଜପାର ସବୁ ଗଣିତ। ଲୋକ ସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା କରିବା ବର୍ତ୍ତମାନ ସବୁଠାରୁ ଆକର୍ଷଣୀୟ ହୋଇଛି। ଏପର୍ଯ୍ୟନ୍ତ, ଟ୍ରେଣ୍ଡ ଦର୍ଶାଉଛି...

ଭୁଲ୍‌ ପ୍ରମାଣିତ ହେଲା ଏକ୍‌ଜିଟ୍‌ ପୋଲ! ଏନଡିଏଠାରୁ ମାତ୍ର ଏତିକି ଦୂରରେ ଇଣ୍ଡିଆ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଗଣତି ଜାରି ରହିଛି। ଏନଡିଏ ୨୮୯ ଆସନରେ ଥିବା ବେଳେ ଇଣ୍ଡିଆ ମେଣ୍ଟ ୨୩୬ ସିଟରେ ପହଞ୍ଚିଛି। ଏହି ସମୟରେ,...

ଇନ୍ଦୋରରେ ବଡ଼ ରେକର୍ଡ: ନୋଟାକୁ ଏକ ଲକ୍ଷରୁ ଅଧିକ ଭୋଟ

ଇନ୍ଦୋର,୪।୬:ମଧ୍ୟପ୍ରଦେଶର ଇନ୍ଦୋରରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୋକ ସଭା ନିର୍ବାଚନ ଫଳାଫଳରେ ନୋଟା ମଧ୍ୟାହ୍ନ ପର୍ଯ୍ୟନ୍ତ ଏକ ଲକ୍ଷ ଭୋଟ ପାଇଛି। ଇନ୍ଦୋରର ଫଳାଫଳ ସମଗ୍ର...

ବଡ଼ ବିଜୟ ଅଭିମୁଖେ ରାହୁଲ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ଏଥର ଉଭୟ କେରଳର ୱାୟନାଡ ଓ ଉତ୍ତର ପ୍ରଦେଶର ରାଏବରେଲି ଆସନ ଦଖଲ କରିବା ଦିଗରେ ରାହୁଲ ଗାନ୍ଧୀ। ୱାୟନାଡରେ...

ଇତିହାସ ରଚିପାରନ୍ତି ରାହୁଲ

ନୂଆଦିଲ୍ଲୀ, ୪।୬: ଏଥର ଲୋକ ସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ଗୋଟିଏ ପଟେ ଏନଡିଏର ୪୦୦ ପାର୍‌ ସ୍ଲୋଗାନ ଫେଲ୍‌ ମାରିବାକୁ ଯାଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri