Posted inଜାତୀୟ

ହରିୟାଣା ରାଜନୀତି: ଜେଜେପି ସମର୍ଥନରେ ଖଟ୍ଟର ସରକାର

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୫ା୧୦(ପି.ଟି./ଆଇଏଏନ୍‌ଏସ୍‌)-
ହରିୟାଣା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବା ପରେ ଝୁଲା ବିଧାନସଭା ସ୍ଥିତି ସୃଷ୍ଟି ହୋଇଛି। ମ୍ୟାଜିକ୍‌ ନମ୍ବର ୪୬କୁ ଛୁଇଁବା ପାଇଁ ଶାସକ ଭାଜପାକୁ ୬ ଆସନ ନିଅଣ୍ଟ ପଡ଼ୁଥିବାବେଳେ ବିରୋଧୀ କଂଗ୍ରେସକୁ ୧୪ ବିଧାୟକଙ୍କ ସମର୍ଥନ ଜରୁରୀ। ଦୁଇ ଦଳ ମଧ୍ୟରେ ସରକାର ଗଠନ ପାଇଁ ଟଣାଓଟରା ଚାଲିଥିବାବେଳେ ଜନନାୟକ ଜନତା ପାର୍ଟି (ଜେଜେପି) ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ରାତିରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ଘରେ ପହଞ୍ଚତ୍ଛନ୍ତି। ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଜେଜେପି ସମର୍ଥନରେ ସରକାର ଗଠନ କରିବେ ଓ ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଶାହ ଘୋଷଣା କରିଛନ୍ତି। ୧୦ ବିଧାୟକଙ୍କୁ ନେଇ କ୍ଷମତାର ଚାବିକାଠି ରଖିଥିବା ଦୁଷ୍ୟନ୍ତଙ୍କ ସମର୍ଥନ ମିଳିବା ପରେ ଖଟ୍ଟର ଶନିବାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସ୍ବାଧୀନ ବିଧାୟକ ଗୋପାଳ ଗୋୟଲ କାଣ୍ଡା ଭାଜପାକୁ ସମର୍ଥନ କରିଥିବା ନେଇ ବିବାଦ ସୃଷ୍ଟି ହୋଇଛି। କାଣ୍ଡାଙ୍କ ପୂର୍ବ ଇତିହାସକୁ ନେଇ ଖଟ୍ଟରଙ୍କୁ ବିରୋଧୀ ଟାର୍ଗେଟ କରିଥିବାବେଳେ ବରିଷ୍ଠ ଭାଜପା ନେତା ଉମା ଭାରତୀ ମଧ୍ୟ ତାଙ୍କ ସମର୍ଥନ ନ ନେବା ପାଇଁ ଦଳକୁ ପରାମର୍ଶ ଦେଇଛନ୍ତି।
ସଦ୍ୟ ସମାପ୍ତ ହରିୟାଣା ବିଧାନସଭା ନିର୍ବାଚନରେ ଭାଜପାକୁ ୪୦ ଓ କଂଗ୍ରେସକୁ ୩୧ ଆସନରେ ସଫଳତା ମିଳିଛି। ଜେଜେପି ୧୦ ଆସନରେ ବିଜୟୀ ହୋଇଥିବାବେଳେ ଆଇଏନ୍‌ଏଲ୍‌ଡି ଗୋଟିଏ ଓ ସ୍ବାଧୀନ ପ୍ରାର୍ଥୀ ୮ ସିଟ୍‌ ଦଖଲ କରିଛନ୍ତି। ୯୦ ଆସନ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହେଉଛି ୪୬। ଏହି ଖଣ୍ଡିତ ଜନାଦେଶ ପରିପ୍ରେକ୍ଷୀରେ ଚାଲିଥିବା କସରତ କେବଳ ହରିୟାଣା ନୁହେଁ, ବରଂ ଜାତୀୟ ରାଜନୀତିକୁ ସରଗରମ କରିଛି। ଗୁରୁବାର ରାତିରେ ନିର୍ବାଚନର ପରିଣାମ ଆସିବା ପରେ ସିର୍ସାର ଭାଜପା ଏମ୍‌ପି ସୁନୀତା ଡୁଗ୍ଗଲ ଏକ ଚାର୍ଟାର୍ଡ ପ୍ଲେନ୍‌ରେ ଦୁଇଜଣ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନେଇଥିଲେ। ସେମାନେ ହେଲେ ସିର୍ସା ବିଧାୟକ ଗୋପାଳ କାଣ୍ଡା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲାଙ୍କ ଭାଇ ତଥା ରାନିଆ ଆସନରୁ ଜିତିଥିବା ରଣ୍‌ଜିତ ସିଂ। ଅନ୍ୟ ୬ ସ୍ବାଧୀନ ବିଧାୟକ ହେଲେ ଧର୍ମପାଳ ଗୋନ୍ଦାନ, ନୟନପାଲ ରାଓ୍ବତ୍‌, ସୋମବୀର ସଙ୍ଗ୍‌ଓ୍ବାନ, ରାକେଶ ଦୌଲତାବାଦ, ରଣଧୀର ଗୌନ୍ଦାଲ ଓ ବଳରାଜ କୁଣ୍ଡୁ। କାଣ୍ଡାଙ୍କ ସମେତ ଏମାନଙ୍କ ମଧ୍ୟରୁ କେତେଜଣ ବିଧାୟକ ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ଖଟ୍ଟର ସରକାରଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଥିବା କୁହାଯାଉଛି। ଏହାକୁ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, କାଣ୍ଡାଙ୍କ ସମର୍ଥନରେ ସରକାର ଗଢ଼ିବା ପାଇଁ କ୍ଷମତାଲୋଭୀ ଭାଜପା ଉଦ୍ୟମ କରୁଛି। ଏଥିରୁ ଭାଜପାର ଦୋମୁହଁା ନୀତି ପଦାରେ ପଡ଼ିଛି। କାଣ୍ଡା ମନ୍ତ୍ରୀ ଥିବାବେଳେ ତାଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଦେଇଥିବା ମନ୍ତବ୍ୟକୁ ଦଳ ମନେପକାଇବା ଉଚିତ। କାଣ୍ଡା ଏକ ମାମଲାରେ ଛନ୍ଦିହୋଇ ବିବାଦୀୟ ହୋଇପଡ଼ିବା ପରେ ତାଙ୍କୁ ଇସ୍ତଫା ଦେବା ପାଇଁ କଂଗ୍ରେସ ବାଧ୍ୟ କରିଥିଲା। ୭୫ରୁ ଊର୍ଦ୍ଧ୍ୱ ଆସନ ଅକ୍ତିଆର କରିବ ବୋଲି ଦାବି କରୁଥିବା ଭାଜପା କୁହୁକ ସଂଖ୍ୟା ଛୁଇଁ ନ ପାରି ଅସାଧୁ ଉପାୟ ଆପଣାଇଛି ବୋଲି ସୁର୍ଜଓ୍ବୋଲା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୭ ଜିଲାରେ ଝଡ଼ବର୍ଷା, ସତର୍କତା ଜାରି କରି ପାଣିପାଗ ବିଶେଷଜ୍ଞ କହିଲେ ଜୁନ୍‌ ୩୦ ବେଳକୁ…

ଭୁବନେଶ୍ୱର,୨୯ା୬(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେଉଛି। ତେବେ ଜୁନ୍‌ ୩୦ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି…

ଆମେରିକା-ଇରାନ ଆଲୋଚନା ପୁଣିଥରେ ଟ୍ରାକରେ; ଶୀଘ୍ର ଖୋଲିବ ହର୍ମୁଜ ପ୍ରଣାଳୀ; କାତାରରେ ଉଭୟ ରାଷ୍ଟ୍ର ଏଥିରେ ସହମତ

ତେହରାନ,୨୯।୬: ଆମେରିକା ଏବଂ ଇରାନ ଆଲୋଚନା ପଥରେ ଫେରିଛନ୍ତି। ଏକ ଶାନ୍ତି ଚୁକ୍ତିନାମା ପରେ, ଦୁଇ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଥିଲେ; ତଥାପି, କାତାରରେ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର  ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା…

‘କରାଚିରେ ଭାରତ କରିଥିଲା ଆକ୍ରମଣ’ – ପାକିସ୍ତାନ ଅଭିଯୋଗର କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୬: କରାଚୀ ଆତଙ୍କବାଦୀ ଆକ୍ରମଣରେ ଜଣେ ‘ଭାରତୀୟ ଏଜେଣ୍ଟ’ଙ୍କ ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖାରଜ କରିଦେଇଛି, ଏହାକୁ ଭିତ୍ତିହୀନ ବୋଲି କହିଛି। ଏହା ପାକିସ୍ତାନକୁ…

୫ମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କାର୍‌, ଡାହାଣ ଗୋଡ଼ରେ ଚକା ଚଢ଼ିଯିବାରୁ…

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ଗ୍ରାମର ସୁବାସ ନାଇକଙ୍କ ପୁଅ ୫ମ ଶ୍ରେଣୀରେ ପଢୁଥିବା ଛାତ୍ର…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri