ସ୍ମାର୍ଟ ୱାଟର୍‌ ଡିସ୍‌ପେନସର୍‌ ପ୍ରକଳ୍ପ: ବିଶ୍ୱନାଥଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ୍‌,୧୧ା୧୨-ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ପି.ବିଶ୍ୱନାଥ ପାତ୍ର ତାଙ୍କର ଉଦ୍ଭାବନ ‘ସ୍ମାର୍ଟ ୱାଟର୍‌ ଡିସ୍‌ପେନସର୍‌’କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଜଳ ଅପଚୟ ରୋକିବାରେ ସହାୟକ ଏହି ପ୍ରକଳ୍ପକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ପ୍ରଶଂସା କରିଛନ୍ତି। ଏହା ପରଠୁ ବିଶ୍ୱନାଥଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ମଙ୍ଗଳବାର ଏ ନେଇ ‘ଧରିତ୍ରୀ’ରେ ‘ଜଳ ଅପଚୟ ରୋକିବ ସ୍ମାର୍ଟ ୱାଟର୍‌ ଡିସ୍‌ପେନସର୍‌, ବ୍ରହ୍ମପୁର ଛାତ୍ରଙ୍କ ପ୍ରକଳ୍ପକୁ ରୁଷିଆ ରାଷ୍ଟ୍ରପତିଙ୍କ ପ୍ରଶଂସା’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଅନ୍ୟପଟେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଶ୍ୱନାଥଙ୍କୁ ପ୍ରଶଂସା କରିଛନ୍ତି। ଉଭୟ ଟୁଇଟର୍‌ ଏବଂ ଫେସ୍‌ବୁକ୍‌ରେ ମୁଖ୍ୟମନ୍ତ୍ରୀ ବିଶ୍ୱନାଥଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ଲେଖିଛନ୍ତି । ବିଶ୍ୱନାଥଙ୍କ ପ୍ରକଳ୍ପ କିଭଳି ରୁଷିଆ ରାଷ୍ଟ୍ରପତିଙ୍କୁ ପ୍ରଭାବିତ କରିଥିଲା, ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି। ସେହିଭଳି ବିଶ୍ୱନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବିଘ୍ନେଶ୍ୱର ପଟ୍ଟନାୟକ ଏବଂ ଆସିଷ୍ଟାଣ୍ଟ କମିଶନର୍‌ ଜ୍ୟୋତି କୁମାରଙ୍କ ସମେତ ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ‘ନୀତି’ ଆୟୋଗର ଅଟଲ୍‌ ଇନୋଭେଶନ୍‌ ମିଶନ୍‌(ଏଆଇଏମ୍‌)ରେ ଦେଶବ୍ୟାପୀ ଶ୍ରେଷ୍ଠ ୧୦୦ ପ୍ରକଳ୍ପରେ ସ୍ଥାନ ପାଇଥିଲା। ଏଥିରେ ବିଶ୍ୱନାଥଙ୍କ ‘ସ୍ମାର୍ଟ ୱାଟର୍‌ ଡିସ୍‌ପେନ୍‌ସର୍‌’ ପ୍ରକଳ୍ପ ସ୍ଥାନୀତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଦେଶର ଶ୍ରେଷ୍ଠ ୫୦ ପ୍ରକଳ୍ପରେ ରହିଥିଲା। ଏଣୁ ଭାରତ ତରଫରୁ ପ୍ରତିନିଧିତ୍ୱ କରିବାକୁ ସେ ସୁଯୋଗ ପାଇଥିଲେ। ନଭେମ୍ବର ୨୯ରୁ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ରୁଷ୍‌ର ସୋଚିଠାରେ ଭାରତ ଏବଂ ରୁଷ୍‌ର ବଛାବଛା ଛାତ୍ରୀଛାତ୍ରଙ୍କୁ ନେଇ ଆୟୋଜିତ ଅନ୍ତର୍ଜାତୀୟ କର୍ମଶାଳାରେ ବିଶ୍ୱନାଥ ଭାରତ ତରଫରୁ ସୁଯୋଗ ପାଇଥିଲେ। ଭାରତରୁ ୨୫ ଛାତ୍ରୀଛାତ୍ର ଏଥିରେ ଭାଗ ନେଇଥିଲେ। ତେବେ ବିଶ୍ୱନାଥଙ୍କ ପ୍ରକଳ୍ପ ରୁଷିଆ ରାଷ୍ଟ୍ରପତି ପୁଟିିନ୍‌ଙ୍କୁ ପ୍ରଭାବିତ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମା’ରାମଚଣ୍ଡୀଙ୍କ ସାମ୍ନାରେ ରଡ଼ ନିଆଁରେ ଚାଲିଲେ ସେବକ: ୭ଥର ପରେ ଘଟିଲା…

ମହାକାଳପଡ଼ା,୧୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଝାମୁଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୋର ସାଢ଼େ ଚାରିଟାରୁ ମନ୍ଦିର…

ଧର୍ମ ପରିବର୍ତ୍ତନ କରିଥିବାରୁ ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା: ଶେଷରେ…

ରାଇଘର/ଉମରକୋଟ, ୧୫।୪ (କିରଣ ପଟ୍ଟନାୟକ/ ସନ୍ତୋଷ ଶତପଥୀ): ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ…

ସମୁଦ୍ରରେ ମାଛ ଧରିବା ନିଷେଧ: ଏତିକି ଦିନ ଯାଏ କଟକଣା ଲାଗୁ କଲେ ସରକାର

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଆଜିଠୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିଷେଧ। ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି…

ଡବେରୀ ଜଳ ସମସ୍ୟାର ହେବ ସମାଧାନ: ପଦକ୍ଷେପ ନେଲା ପ୍ରଶାସନ

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡବେରୀରେ ଜଳ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ନେଇଛି। ପ୍ରଥମ ପର୍ଯ୍ୟାୟରେ ଜଳ ଅଭାବ ସ୍ଥାନରେ…

ଗଛକୁ ପିଟିଲା ବରଯାତ୍ରୀ ବସ୍‌: ବର-କନ୍ୟା ସମେତ…

ସିମୁଳିଆ, ୧୫।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୧ କିମି. ଦୂର ୧୬ନଂ ଜାତୀୟ ରାଜପଥର କଣିଆରି ଛକ ନିକଟରେ ବରଯାତ୍ରୀ ମିନି ବସ…

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରୀକ ସମ୍ପର୍କ ରଖୁଥିଲେ କଲେଜର ଅଧ୍ୟାପକ, ବିବାହ ପାଇଁ କହିବାରୁ…

ଦେବଗଡ,୧୫।୪(ଶଶାଙ୍କ ଶେଖର ଝାଙ୍କର): ବିବାହ ପ୍ରଲୋଭନ ଦେଖାଇ ଜଣେ ଛାତ୍ରୀଙ୍କ ସହିତ ଶାରୀରୀକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା ଅଭିଯୋଗରେ ଏକ କଲେଜର ଜଣେ ଅଧ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri