ସ୍ବାସ୍ଥ୍ୟ ବିଭାଗକୁ ‘କରୋନା’ ଚିନ୍ତା

ଢେଙ୍କାନାଳ ଅଫିସ, ୨।୨ – ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ‘କରୋନା’ ଭାଇରସ୍‌। ଚାଇନାରୁ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ରୋଗ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଭାରତରେ ମଧ୍ୟ ଏହାର ପଦଧ୍ୱନି ଶୁଣିବାକୁ ମିଳିଲାଣି। ଏବେସୁଦ୍ଧା ଏହାର ପ୍ରତିଷେଧକ ବାହାରି ନ ଥିବାରୁ ସତର୍କତା ହିଁ ସଂକ୍ରମଣରୁ ବର୍ତ୍ତିବାର ଏକମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏପରି ସ୍ଥଳେ ‘କରୋନା’କୁ ନେଇ ଚିନ୍ତାରେ ପଡ଼ିଛି ଢେଙ୍କାନାଳ ସ୍ବାସ୍ଥ୍ୟ ବିଭାଗ। ଏ ନେଇ ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରଞ୍ଜନ ମିଶ୍ର ଯୋଗଦେଇ କରୋନା ଭାଇରସ୍‌ର ଲକ୍ଷଣ ଏବଂ ଏଥିରୁ ସତର୍କ ରହିବାର ଉପାୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଚାଇନାର ବୁହାନ ସହରରୁ ସୃଷ୍ଟି ହୋଇଥିବା ଏହି ଭୂତାଣୁ ଏବେ ସାରା ବିଶ୍ୱକୁ କବଳିତ କରିବାରେ ଲାଗିଛି। ସାମୁଦ୍ରିକ ଖାଦ୍ୟରୁ ଏହା ମଣିଷ ଶରୀରକୁ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ସଂକ୍ରମଣର ଶିକାର ରୋଗୀଙ୍କ ପାଖରେ କାଶିବା, ଛିଙ୍କିବା, ନାକରୁ ପାଣି ବାହାରିବା, ମୁଣ୍ଡବ୍ୟଥା, ଜ୍ୱର ଭଳି ଲକ୍ଷଣ ଦେଖାଦିଏ। ଏହା ସହଜରେ ଅନ୍ୟ ଶରୀରକୁ ବ୍ୟାପୁଛି। ରୋଗକୁ ଚିହ୍ନବା କଷ୍ଟକର। ଏହାର ପ୍ରତିକାର ପାଇଁ ଇଞ୍ଜେକ୍ସନ ବାହାରି ନ ଥିବାରୁ ପ୍ରାଥମିକ ପଦକ୍ଷେପ ସ୍ବରୂପ ସାବଧାନ ଅତ୍ୟନ୍ତ ଜରୁରୀ ବୋଲି ଜିଲାପାଳ ପରାମର୍ଶ ଦେଇଥିଲେ। ପ୍ରାଥମିକ ପଦକ୍ଷେପ ସ୍ବରୂପ ସମସ୍ତ ସରକାରୀ ଡାକ୍ତରଖାନାରେ ଆଇସୋଲେଶନ ୱାର୍ଡ ଗଠନ କରାଗଲେ ସମ୍ଭାବ୍ୟ ବିପଦକୁ ଟାଳିଦେଇ ହେବ। ଯଦିଓ ଭାରତରେ ସଂକ୍ରମଣର ଗୁରୁତର ପ୍ରଭାବ ନାହିଁ, ତେବେ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ଜିଲାପାଳ କହିଥିଲେ।
‘କରୋନା’ ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କୁ ସ୍ବତନ୍ତ୍ର ପ୍ରକୋଷ୍ଠରେ ରଖାଯାଇ ଚିକିତ୍ସା କରାଯିବ। ଏଥି ଲାଗି ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଜନସାଧାରଣ ଟୋଲ ଫ୍ରି ନମ୍ବର-୨୨୬୮୧୮ରେ ସମ୍ପର୍କ କରି ଏ ନେଇ ତଥ୍ୟ ଜାଣିପାରିବେ। ରୋଗକୁ ନେଇ ଭୟଭୀତ କିମ୍ବା ବିଭ୍ରାନ୍ତକାରୀ ଖବରକୁ ବିଶ୍ୱାସ ନ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, କର୍ମକର୍ତ୍ତା, ନର୍ସ, ସ୍ବାସ୍ଥ୍ୟ ସହାୟକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri