Posted inଫୁରସତ

ସ୍ବାବଲମ୍ବୀ କରିଛି ଛେଳି ଚାଷ

ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲି)ର ମନ୍ଦାକିନୀ ଭୋଇ, ସ୍ବାମୀ କୁଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ପରିବାରର ଆର୍ଥକ ପରିସ୍ଥିତି ସଜାଡିବାକୁ ଯାଇ ୨୦୦୮ରେ ଗାଁର କେତେଜଣ ମହିଳାଙ୍କୁ ନେଇ ଏସ୍‌ଏଚ୍‌ଜି ଗଠନ କରିଥିଲେ ସେ। ଗ୍ରାମ୍ୟ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଋଣ ନେଇଥିଲେ। ଏହାକୁ ସମସ୍ତେ ଭାଗ କରି ସେଥିରେ ୪/୫ଟି ଲେଖାଏଁ ଛେଳି କିଣି ଚାଷ କରିବା ଆରମ୍ଭ କରିଥିଲେ। ହେଲେ ୨ ବର୍ଷ ପରେ ଅଜଣା ରୋଗରେ ମନ୍ଦାକିନୀ ପାଳିଥିବା ଛେଳି ସହ ଅନ୍ୟ ମହିଳାଙ୍କ ଛେଳିଗୁଡିକର ମୃତ୍ୟୁ ଘଟିଥିଲା। ଏଥିରେ ଭାଙ୍ଗି ନ ପଡି ଧୀରେ ଧୀରେ ସମସ୍ତେ ବ୍ୟାଙ୍କ ଋଣ ପରିଶୋଧ କଲେ। ହେଲେ ବୀମା ଟଙ୍କା ମିଳିଲା ନାହିଁ। ତଥାପି ଛେଳି ଚାଷକୁ ଆଉଥରେ ଆରମ୍ଭ କରିବା ପାଇଁ ମନ୍ଦାକିନୀ ଅଣ୍ଟା ଭିଡିଲେ। ସ୍ଥାନୀୟ ଜଣେ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା ଧାର ଆଣି ସେ ଛେଳି କିଣିଥିଲେ। ନିଜ ଉଦ୍ୟମରେ ସେ ପୁଣିଥରେ ଛେଳି ଚାଷ ଆରମ୍ଭ କଲେ। ଆଜି ମନ୍ଦାକିନୀ ଜଣେ ସଫଳ ଛେଳି ଚାଷୀ ଭାବେ ପରିଚିତ। ଏବେ ତାଙ୍କ ପାଖରେ ୭୦ରୁ ଅଧିକ ଛେଳି ଅଛନ୍ତି। ସ୍ବାମୀ କୁଳମଣି, ପୁଅ ଚିତ୍ତରଞ୍ଜନ ସହଯୋଗ କରନ୍ତି। ଛେଳି ଚାଷ ସହିତ ଅଢେଇ ଏକର ଜମିରେ ଧାନ ଓ ପନି ପରିବା ଚାଷ କରନ୍ତି। କୁଳମଣି କୁହନ୍ତି, ଗୋଟିଏ ଛେଳି ୪ରୁ ୮ ହଜାର ଟଙ୍କାରେ ବିକ୍ରି ହୁଏ। ବାର୍ଷିକ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ଲାଭ ହୋଇଥାଏ। ବର୍ଷା ଓ ଶୀତ ଋତୁରେ ଛେଳିମାନେ ଅଜଣା ରୋଗରେ ପଡନ୍ତି। କିଛି ଛେଳି ମରିଯାଆନ୍ତି। ତେଣୁ ଲାଭ ଅଂଶ କିଛି କମି ଯାଇଥାଏ। ତଥାପି ଆମେ ଏଥିରେ ସଫଳତା ପାଇଛୁ। ଏହାର ସବୁ ଶ୍ରେୟ ମନ୍ଦାକିନୀ ପାଇବେ ବୋଲି ସ୍ବାମୀ କୁଳମଣି ସ୍ବୀକାର କରିଛନ୍ତି।

– ରିପୋର୍ଟ : ଶୁଭାଶିଷ ପାଢ଼ୀ, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri