Posted inଫୁରସତ

ସ୍ବାବଲମ୍ବୀ କରିଛି ଛେଳି ଚାଷ

ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲି)ର ମନ୍ଦାକିନୀ ଭୋଇ, ସ୍ବାମୀ କୁଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ପରିବାରର ଆର୍ଥକ ପରିସ୍ଥିତି ସଜାଡିବାକୁ ଯାଇ ୨୦୦୮ରେ ଗାଁର କେତେଜଣ ମହିଳାଙ୍କୁ ନେଇ ଏସ୍‌ଏଚ୍‌ଜି ଗଠନ କରିଥିଲେ ସେ। ଗ୍ରାମ୍ୟ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଋଣ ନେଇଥିଲେ। ଏହାକୁ ସମସ୍ତେ ଭାଗ କରି ସେଥିରେ ୪/୫ଟି ଲେଖାଏଁ ଛେଳି କିଣି ଚାଷ କରିବା ଆରମ୍ଭ କରିଥିଲେ। ହେଲେ ୨ ବର୍ଷ ପରେ ଅଜଣା ରୋଗରେ ମନ୍ଦାକିନୀ ପାଳିଥିବା ଛେଳି ସହ ଅନ୍ୟ ମହିଳାଙ୍କ ଛେଳିଗୁଡିକର ମୃତ୍ୟୁ ଘଟିଥିଲା। ଏଥିରେ ଭାଙ୍ଗି ନ ପଡି ଧୀରେ ଧୀରେ ସମସ୍ତେ ବ୍ୟାଙ୍କ ଋଣ ପରିଶୋଧ କଲେ। ହେଲେ ବୀମା ଟଙ୍କା ମିଳିଲା ନାହିଁ। ତଥାପି ଛେଳି ଚାଷକୁ ଆଉଥରେ ଆରମ୍ଭ କରିବା ପାଇଁ ମନ୍ଦାକିନୀ ଅଣ୍ଟା ଭିଡିଲେ। ସ୍ଥାନୀୟ ଜଣେ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା ଧାର ଆଣି ସେ ଛେଳି କିଣିଥିଲେ। ନିଜ ଉଦ୍ୟମରେ ସେ ପୁଣିଥରେ ଛେଳି ଚାଷ ଆରମ୍ଭ କଲେ। ଆଜି ମନ୍ଦାକିନୀ ଜଣେ ସଫଳ ଛେଳି ଚାଷୀ ଭାବେ ପରିଚିତ। ଏବେ ତାଙ୍କ ପାଖରେ ୭୦ରୁ ଅଧିକ ଛେଳି ଅଛନ୍ତି। ସ୍ବାମୀ କୁଳମଣି, ପୁଅ ଚିତ୍ତରଞ୍ଜନ ସହଯୋଗ କରନ୍ତି। ଛେଳି ଚାଷ ସହିତ ଅଢେଇ ଏକର ଜମିରେ ଧାନ ଓ ପନି ପରିବା ଚାଷ କରନ୍ତି। କୁଳମଣି କୁହନ୍ତି, ଗୋଟିଏ ଛେଳି ୪ରୁ ୮ ହଜାର ଟଙ୍କାରେ ବିକ୍ରି ହୁଏ। ବାର୍ଷିକ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ଲାଭ ହୋଇଥାଏ। ବର୍ଷା ଓ ଶୀତ ଋତୁରେ ଛେଳିମାନେ ଅଜଣା ରୋଗରେ ପଡନ୍ତି। କିଛି ଛେଳି ମରିଯାଆନ୍ତି। ତେଣୁ ଲାଭ ଅଂଶ କିଛି କମି ଯାଇଥାଏ। ତଥାପି ଆମେ ଏଥିରେ ସଫଳତା ପାଇଛୁ। ଏହାର ସବୁ ଶ୍ରେୟ ମନ୍ଦାକିନୀ ପାଇବେ ବୋଲି ସ୍ବାମୀ କୁଳମଣି ସ୍ବୀକାର କରିଛନ୍ତି।

– ରିପୋର୍ଟ : ଶୁଭାଶିଷ ପାଢ଼ୀ, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri