Posted inଫୁରସତ

ଜୀବନ ସଂଗ୍ରାମରେ ସଫଳ ମନୀଷା: ସ୍ବାମୀ ପର କରିବା ପରେ ପୋଷୁଛନ୍ତି ଦମ୍ଭର ସହ ପେଟ

ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି ସେ। ବରଂ ବାରମ୍ବାର ହାରି ବି ସାମ୍ନା କରିବା ଶିଖିଛନ୍ତି। ପ୍ରତିକୂଳ ସ୍ଥିତିକୁ ବି ଧୈର୍ଯ୍ୟର ସହ ନେବାକୁ ସେ ଅନେକଙ୍କ ପାଇଁ ରାସ୍ତା ଖୋଲିଦେଇଛନ୍ତି। ସେ ଅନେକଙ୍କଠାରୁ ଭିନ୍ନ ଓ ଚର୍ଚ୍ଚିତ। ସେ ହେଉଛନ୍ତି ଜୟପୁରର ବି. ମନିଷା। ସ୍ବାମୀ ପର କରିବା ପରେ ଅନ୍ୟର ସହାୟତାରେ ବଞ୍ଚତ୍ବା ଅପେକ୍ଷା ଦମ୍ଭର ସହ ପେଟ ପୋଷୁଛନ୍ତି।
ଜୟପୁର ଏନ.କେ.ଟି ରୋଡରେ ରୁହନ୍ତି ମନିଷା। ବୟସ ମାତ୍ର ୩୦ ବର୍ଷ। ପରିବାର କହିଲେ ସେ ଓ ତାଙ୍କର ୬ ବର୍ଷର ପୁଅ ପୃଥୀରାଜ। ବିବାହ ପରେ କିଛିବର୍ଷ ହସଖୁସିରେ ଦିନ କଟିଥିଲା। ୪ ବର୍ଷ ତଳେ ତାଙ୍କ ସ୍ବାମୀ କିଛି ନ କହି କେଉଁଆଡ଼େ ଚାଲି ଗଲେ। ବହୁତ ଖୋଜାଖୋଜି କଲେ ମନିଷା। ହେଲେ ତାଙ୍କର ପତ୍ତା ପାଇ ନ ଥିଲେ। ଦୀର୍ଘ ୬ ମାସ ଧରି ସ୍ବାମୀର ଫେରିବା ବାଟକୁ ଚାହିଁରହିଲେ। ହେଲେ ସେ ଫେରିଲେ ନାହିଁ। ଧୀରେ ଧୀରେ ନିଜ ହୃଦୟକୁ ଦୃଢ କଲେ। ନିଜ ପୁଅକୁ କିପରି ମଣିଷ କରିବେ ସେ ନେଇ ଚିନ୍ତା କଲେ। ଘର ପାଖରେ ଏକ ଚା ଦୋକାନ କଲେ। ସେଥିରୁ ଯାହା ରୋଜଗାର କଲେ ମା’ ପୁଅ କଷ୍ଟେମଷ୍ଟେ ଚଳିଲେ। ପରେ ଘର ନିକଟ ପୁରାତନ ମନୋଜ କୁମାର ଥିଏଟର ପାର୍ଶ୍ୱରେ ଏକ ଠେଲାଗାଡ଼ିରେ ଛୋଟ ଜଳଖିଆ ଦୋକାନ କଲେ। ପ୍ରତ୍ୟେକ ଦିନ ମନିଷା ଭୋର ୪ଟାରୁ ଉଠି ଖାଦ୍ୟ ପ୍ରସ୍ତୁତ କରିବାରେ ଲାଗିପଡ଼ନ୍ତି। ସକାଳ ୭ଟାରେ ଦୋକାନ ଖୋଲିଥାନ୍ତି ସେ। ପୁରି, ଇଡ୍‌ଲି, ଚକୁଳି, ୨ ପ୍ରକାର ଚଟଣି ଏବଂ ତରକାରି ପ୍ରଭୃତି ଖାଦ୍ୟ ସାମଗ୍ରୀ ବିକ୍ରି କରିଥାଆନ୍ତି। ଦୈନିକ ପ୍ରାୟ ୭ ଶହ ଟଙ୍କା ରୋଜଗାର କରନ୍ତିି। ତାଙ୍କର ସୁସ୍ବାଦ ଜଳଖିଆ ପାଇଁ ଦୂରଦୂରନ୍ତାରୁ ଲୋକେ ଏଠାରେ ଭିଡ଼ ଜମାଇଥାନ୍ତି। ତାଙ୍କର ଉତ୍ତମ ବ୍ୟବହାର ଯୋଗଁୁ ସେ ଗ୍ରାହକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ନିଜେ ଦି ଅକ୍ଷର ପାଠ ପଢି ନ ଥିବାରୁ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତାହା ଦୃଦୟଙ୍ଗମ କରିଛନ୍ତି। ତେଣୁ ପୁଅକୁ ଉତ୍ତମ ଶିକ୍ଷା ଦେବା ଲାଗି ସ୍ଥାନୀୟ ଏକ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢାଉଛନ୍ତି। ବର୍ତ୍ତମାନ ସେ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି। ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ସହାୟତା କରୁଥିବା କହିଛନ୍ତି ମନିଷା। ମାସିକ ୨ହଜାର ଟଙ୍କା ଦେଇ ଏକ ଭଡା ଘରେ ରହୁଛନ୍ତି। ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ଭତ୍ତା ମିଳୁନାହିଁ। କେବଳ ମାସକୁ ୧୦ କିଲୋ ଚାଉଳ ମିଳୁଛି। ଭୂମିହୀନ ହୋଇଥିବାରୁ ଜମି ଖଣ୍ଡେ ପାଇଁ ଆବେଦନ କରିଛନ୍ତି। ସରକାର ଜମି ଯୋଗାଇଦେଲେ ମୁଣ୍ଡ ଗୁଞ୍ଜିବା ଲାଗି ଘରଟିଏ କରିବେ ବୋଲି ଆଶା ରଖିଛନ୍ତି ମନିଷା।

– ରିପୋର୍ଟ: ସୁପ୍ରୀତି ପୂଜାରୀ, ଜୟପୁର


Enter your email to get our daily news in your inbox.

All Right Reserved By Dharitri.Com

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri