Posted inଫୁରସତ

ଜୀବନ ସଂଗ୍ରାମରେ ସଫଳ ମନୀଷା: ସ୍ବାମୀ ପର କରିବା ପରେ ପୋଷୁଛନ୍ତି ଦମ୍ଭର ସହ ପେଟ

ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି ସେ। ବରଂ ବାରମ୍ବାର ହାରି ବି ସାମ୍ନା କରିବା ଶିଖିଛନ୍ତି। ପ୍ରତିକୂଳ ସ୍ଥିତିକୁ ବି ଧୈର୍ଯ୍ୟର ସହ ନେବାକୁ ସେ ଅନେକଙ୍କ ପାଇଁ ରାସ୍ତା ଖୋଲିଦେଇଛନ୍ତି। ସେ ଅନେକଙ୍କଠାରୁ ଭିନ୍ନ ଓ ଚର୍ଚ୍ଚିତ। ସେ ହେଉଛନ୍ତି ଜୟପୁରର ବି. ମନିଷା। ସ୍ବାମୀ ପର କରିବା ପରେ ଅନ୍ୟର ସହାୟତାରେ ବଞ୍ଚତ୍ବା ଅପେକ୍ଷା ଦମ୍ଭର ସହ ପେଟ ପୋଷୁଛନ୍ତି।
ଜୟପୁର ଏନ.କେ.ଟି ରୋଡରେ ରୁହନ୍ତି ମନିଷା। ବୟସ ମାତ୍ର ୩୦ ବର୍ଷ। ପରିବାର କହିଲେ ସେ ଓ ତାଙ୍କର ୬ ବର୍ଷର ପୁଅ ପୃଥୀରାଜ। ବିବାହ ପରେ କିଛିବର୍ଷ ହସଖୁସିରେ ଦିନ କଟିଥିଲା। ୪ ବର୍ଷ ତଳେ ତାଙ୍କ ସ୍ବାମୀ କିଛି ନ କହି କେଉଁଆଡ଼େ ଚାଲି ଗଲେ। ବହୁତ ଖୋଜାଖୋଜି କଲେ ମନିଷା। ହେଲେ ତାଙ୍କର ପତ୍ତା ପାଇ ନ ଥିଲେ। ଦୀର୍ଘ ୬ ମାସ ଧରି ସ୍ବାମୀର ଫେରିବା ବାଟକୁ ଚାହିଁରହିଲେ। ହେଲେ ସେ ଫେରିଲେ ନାହିଁ। ଧୀରେ ଧୀରେ ନିଜ ହୃଦୟକୁ ଦୃଢ କଲେ। ନିଜ ପୁଅକୁ କିପରି ମଣିଷ କରିବେ ସେ ନେଇ ଚିନ୍ତା କଲେ। ଘର ପାଖରେ ଏକ ଚା ଦୋକାନ କଲେ। ସେଥିରୁ ଯାହା ରୋଜଗାର କଲେ ମା’ ପୁଅ କଷ୍ଟେମଷ୍ଟେ ଚଳିଲେ। ପରେ ଘର ନିକଟ ପୁରାତନ ମନୋଜ କୁମାର ଥିଏଟର ପାର୍ଶ୍ୱରେ ଏକ ଠେଲାଗାଡ଼ିରେ ଛୋଟ ଜଳଖିଆ ଦୋକାନ କଲେ। ପ୍ରତ୍ୟେକ ଦିନ ମନିଷା ଭୋର ୪ଟାରୁ ଉଠି ଖାଦ୍ୟ ପ୍ରସ୍ତୁତ କରିବାରେ ଲାଗିପଡ଼ନ୍ତି। ସକାଳ ୭ଟାରେ ଦୋକାନ ଖୋଲିଥାନ୍ତି ସେ। ପୁରି, ଇଡ୍‌ଲି, ଚକୁଳି, ୨ ପ୍ରକାର ଚଟଣି ଏବଂ ତରକାରି ପ୍ରଭୃତି ଖାଦ୍ୟ ସାମଗ୍ରୀ ବିକ୍ରି କରିଥାଆନ୍ତି। ଦୈନିକ ପ୍ରାୟ ୭ ଶହ ଟଙ୍କା ରୋଜଗାର କରନ୍ତିି। ତାଙ୍କର ସୁସ୍ବାଦ ଜଳଖିଆ ପାଇଁ ଦୂରଦୂରନ୍ତାରୁ ଲୋକେ ଏଠାରେ ଭିଡ଼ ଜମାଇଥାନ୍ତି। ତାଙ୍କର ଉତ୍ତମ ବ୍ୟବହାର ଯୋଗଁୁ ସେ ଗ୍ରାହକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ନିଜେ ଦି ଅକ୍ଷର ପାଠ ପଢି ନ ଥିବାରୁ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତାହା ଦୃଦୟଙ୍ଗମ କରିଛନ୍ତି। ତେଣୁ ପୁଅକୁ ଉତ୍ତମ ଶିକ୍ଷା ଦେବା ଲାଗି ସ୍ଥାନୀୟ ଏକ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢାଉଛନ୍ତି। ବର୍ତ୍ତମାନ ସେ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି। ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ସହାୟତା କରୁଥିବା କହିଛନ୍ତି ମନିଷା। ମାସିକ ୨ହଜାର ଟଙ୍କା ଦେଇ ଏକ ଭଡା ଘରେ ରହୁଛନ୍ତି। ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ଭତ୍ତା ମିଳୁନାହିଁ। କେବଳ ମାସକୁ ୧୦ କିଲୋ ଚାଉଳ ମିଳୁଛି। ଭୂମିହୀନ ହୋଇଥିବାରୁ ଜମି ଖଣ୍ଡେ ପାଇଁ ଆବେଦନ କରିଛନ୍ତି। ସରକାର ଜମି ଯୋଗାଇଦେଲେ ମୁଣ୍ଡ ଗୁଞ୍ଜିବା ଲାଗି ଘରଟିଏ କରିବେ ବୋଲି ଆଶା ରଖିଛନ୍ତି ମନିଷା।

– ରିପୋର୍ଟ: ସୁପ୍ରୀତି ପୂଜାରୀ, ଜୟପୁର


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri