ସ୍ବାଗତ ପାଇଁ ଖରାରେ ଛିଡାହେଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ କୋଠାକୁ ଶୁକ୍ରବାର କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି ା ତାଙ୍କୁ ସ୍ବାଗତ କରିବାକୁ ପାଇଁ ବିଦ୍ୟାଳୟ ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର ଓ ବିଇଓ ବ୍ରହ୍ମାନନ୍ଦ ରାଉତ ବିଦ୍ୟାଳୟଠାରୁ ପ୍ରାୟ ୧ଶହ ମିଟର ଦୂର ୫୯ନଂ ଜାତୀୟ ରାଜପଥରେ ଅପେକ୍ଷା କରିରହିଥିଲେ। ପୂର୍ବାହ୍ନ ୧୦ଟାରେ ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ପ୍ରାୟ ସାଢ଼େ ୧୧ଟାରେ ଏମ୍‌ପି ପହଞ୍ଚତ୍ଥିଲେ। ପ୍ରଚଣ୍ଡ ଖରାରେ ଛାତ୍ରୀଛାତ୍ର ଦେଢଘଣ୍ଟା ଏମ୍‌ପିଙ୍କୁ ଅପେକ୍ଷା କରିଥିଲେ। ବିଇଓ ରାଉତଙ୍କୁ ଛାତ୍ରୀଛାତ୍ରଙ୍କୁ କାହିଁକି ଖରାରେ ଠିଆ କରାଯାଇଛି ବୋଲି ପ୍ରଶ୍ନ କରିବାରୁ ସେ ତରବରିଆ ଭାବେ ସେମାନଙ୍କୁ ବିଦ୍ୟାଳୟକୁ ପଠାଇଦେବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏମପି ସାମନ୍ତ ପହଞ୍ଚତ୍ବାପରେ ପୁଣି ଛାତ୍ରୀଛାତ୍ର ଫୁଲତୋଡ଼ା ଦେଇ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏନେଇ ବିଇଓ ବ୍ରହ୍ମାନନ୍ଦ ରାଉତଙ୍କୁ ପଚରାଯିବାରୁ ସେ କହିଛନ୍ତି, ସ୍କୁଲର ନୂତନ କୋଠା ଉଦ୍‌ଘାଟନ ହେଉଛି, ଏମ୍‌ପି, ବିଧାୟକ ଆସୁଛନ୍ତି ତେଣୁ ଛାତ୍ରୀଛାତ୍ରମାନେ ଉତ୍ସାହରେ ଅପେକ୍ଷା କରିଥିଲେ। ସରକାରଙ୍କ ନିୟମ ପ୍ରକାରେ କୌଣସି ଲୋକ ପ୍ରତିନିଧି କିମ୍ବା ଅତିଥିଙ୍କୁ ସ୍ବାଗତ କରିବାକୁ ଛାତ୍ରୀଛାତ୍ରଙ୍କୁ ଖରାରେ ଛିଡା କରାଯିବ ନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କିରିକୁଟିର ସୁରେସନ ସାହୁ। ଏନେଇ ଏମ୍‌ପି ସାମନ୍ତଙ୍କୁ ପଚାରିବାରୁ ଛାତ୍ରୀଛାତ୍ରଙ୍କୁ ଖରାରେ ଠିଆକରିବା ଘଟଣାକୁ ସେ ନିନ୍ଦା କରିଥିଲେ। ବିଇଓଙ୍କୁ ପଚାରି ବୁଝିବା ସହ ଆଗାମୀ ଦିନରେ ଏଭଳି କରାଯିବ ନାହିଁ ବୋଲି କହିଛନ୍ତି।
ଅତିଥିଭାବେ ଏମ୍‌ପି ସାମନ୍ତଙ୍କ ସହ ବିଧାୟକ ସାଲୁଗା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ, କିରିକୁଟି ସରପଞ୍ଚ ନିର୍ମାତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବିଇଓ ରାଉତ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅତିଥିଙ୍କୁ ଅବଗତ କରାଯାଇଥିଲା। ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଏସ. ସୁବ୍ରମଣ୍ୟମ୍‌, ସହକାରୀ ନିର୍ବାହୀ ଯନ୍ତ୍ରୀ ମନ୍ମଥ ସୁବୁଦ୍ଧି, କନିଷ୍ଠଯନ୍ତ୍ରୀ ନିମୁରାମ ତୁଡ଼ୁ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଏମପି ସାମନ୍ତ, ବିଧାୟକ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ପ୍ରମୁଖ ପର୍ତ୍ତମାହା ପଞ୍ଚାୟତ ଗସ୍ତ କରି ସେଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନ କରିବା ସହ ପାଙ୍ଗାଲି ଠାରୁ ପ୍ଲିହେରୀ ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ: ଶତାଧିକ ଲୋକ ହେଲେ ଏକାଠି

ଦାରିଙ୍ଗବାଡି, ୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଅଞ୍ଚଳରେ ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ ନେଲେ ଅଞ୍ଚଳବାସୀ। ଶତାଧିକ ମହିଳା ଓ…

ରାଇକିଆ ଆଦର୍ଶ ବିଦ୍ୟାଳୟର ୧୦ମ ପରୀକ୍ଷା ଫଳାଫଳ: ସ୍ନେହାଶିଷ ପଣ୍ଡା ଟପ୍ପର

ରାଇକିଆ,୧୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ନେହାସିଶ ପଣ୍ଡା ସିବିଏସ୍‌ଇର ୧୦ମ ଶ୍ରେଣୀ ପରୀକ୍ଷାରେ ୯୭.୬% ମାର୍କ ରଖି ଟପ୍ପର ହୋଇ…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଡବେରୀ ଜଳ ସମସ୍ୟାର ହେବ ସମାଧାନ: ପଦକ୍ଷେପ ନେଲା ପ୍ରଶାସନ

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡବେରୀରେ ଜଳ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ନେଇଛି। ପ୍ରଥମ ପର୍ଯ୍ୟାୟରେ ଜଳ ଅଭାବ ସ୍ଥାନରେ…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର କଲେ ଏମିତି କାମ: ସାଧୁବାଦ ଜଣାଇଲେ ଯାତ୍ରୀ

ଦାରିଙ୍ଗବାଡି, ୧୪।୪ (ଅରୁଣ ସାହୁ ):ଆଜି ହନୁମାନ ଜୟନ୍ତୀ ଏବଂ ବିଷୁବ ସଂକ୍ରାନ୍ତି ଏଥିପାଇଁ ଚଳ ଚଞ୍ଚଳ ହୋଇପଡିଛି ଦାରିଙ୍ଗବାଡି। ଗୋଟିଏ ପଟେ ଗ୍ରୀଷ୍ମର ପ୍ରଭାବ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri