ସ୍ବଚ୍ଛ ଭାରତ ମିଶନ: ସରିଛି ୭୩.୨୫ ପ୍ରତିଶତ ଶୌଚାଳୟ ନିର୍ମାଣ: ଜୁଲାଇ ୨୦ ସୁଦ୍ଧା ଅବଶିଷ୍ଟ ସାରିବାକୁ ଲକ୍ଷ୍ୟ

ବନ୍ତ, ୨୧।୬ (ସ୍ବ.ପ୍ର.) – ପରିବେଶ ସ୍ବଚ୍ଛତା ସହିତ ଖୋଲାରେ ଶୌଚ ନ ହେବା ପାଇଁ କେନ୍ଦ୍ର ସରକାର ୨୦୧୬ ଅ୍ରକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛ ଭାରତ ମିଶନ ଯୋଜନା ପ୍ରଚଳନ କରିଥିଲେ। ପ୍ରତି ପରିବାରକୁ ଶୌଚାଳୟ ନିର୍ମାଣ ସକାଶେ ୧୨ ହଜାର ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ ପଞ୍ଚାୟତରେ ମୋଟ ୩୩ ହଜାର ୪୪୨ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ ପାଇଁ କାଯର୍‌ୟାଦେଶ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୨୪ ହଜାର ୨୧୫ ଶୌଚାଳୟ ନିର୍ମାଣ ସରିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ୭୩.୨୫ ପ୍ରତିଶତ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ୯୦୦୭ ଶୌଚାଳୟ ନିର୍ମାଣ ଲାଗି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବିଭାଗୀୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା କହିଛନ୍ତି।
ସୂଚନା ଅନୁଯାୟୀ, ବ୍ଲକର ୨୫ ପଞ୍ଚାୟତ ମଧ୍ୟରୁ ଟିଲୋ ୯୭.୫୮ ପ୍ରତିଶତ, ଆଡ଼ିଆ ୯୭.୫୧ ଏବଂ ଓଡଙ୍ଗ ୯୬.୨୮ ପ୍ରତିଶତ ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ କରି ସର୍ବାଗ୍ରେ ରହିଥିବା ବେଳେ କେନ୍ଦୁଆପଦା ୩୯ ପ୍ରତିଶତ, ବି.ଟି.ପୁର ୪୬.୫୯ ଓ ପଧାନପଡା ୪୮.୯୭ ପ୍ରତିଶତ ନିର୍ମାଣ କରି ନିମ୍ନରେ ରହିଛି। ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ କରୁଥିବା ପଞ୍ଚାୟତଗୁଡ଼ିକରେ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ପଞ୍ଚାୟତ କିମ୍ବା ନିକଟସ୍ଥ ପଞ୍ଚାୟତର ମୋଟିଭେଟର ଓ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବାକୁ ସ୍ଥିର କରାଯାଇଛି। ଆସନ୍ତା ଜୁଲାଇ ୨୦ ତାରିଖ ସୁଦ୍ଧା ଲକ୍ଷ୍ୟଧାର୍ଯ୍ୟ ପୂରଣ କରାଯିବାକୁ ପ୍ରସ୍ତୁତି ଚାଲିଛି। ୨୦ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରାଯିବ ଏବଂ ଅକ୍ଟୋବର ଶେଷ ସୁଦ୍ଧା ତଦନ୍ତ କାର୍ଯ୍ୟ ଶେଷ ହେବାର ଯୋଜନା ରହିଛି। ଏଥିପାଇଁ ସମସ୍ତ ମୋଟିଭେଟର ଓ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ନେଇ ଶୁକ୍ରବାର ସ୍ବତନ୍ତ୍ର ବୈଠକ ଡକାଯାଇଛି। ଯୋଜନାରୁ ବାଦ୍‌ ପଡ଼ିଥିବା ପରିବାରକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିି ଯୋଜନାରେ ପଲ୍ଲିସଭା ଓ ଗ୍ରାମସଭାରେ ସୁପାରିସ କରାଯାଇ ଯୋଜନାରେ ସାମିଲ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି। ଜିଲାରେ ବନ୍ତ ବ୍ଲକ ସ୍ବଚ୍ଛ ଭାରତ ଯୋଜନାରେ ପ୍ରଥମ ହୋଇଥିବା ବେଳେ ଚାନ୍ଦବାଲି ବ୍ଲକ ପଛୁଆ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri