Posted inଫୁରସତ

ସ୍ପାଇଡର୍‌ମ୍ୟାନଙ୍କ ସଫେଇ ଅଭିଯାନ

ଇଣ୍ଡୋନେସିଆର ଦକ୍ଷିଣ ସୁଲାଓ୍ବେଶି ସ୍ଥିତ ପେରପେର୍‌ର ନିବାସୀ ଅଟନ୍ତି ରୁଡି ହାର୍ଟୋନା। ସେ ଏକ କାଫେରେ କାମ କରନ୍ତି। ସେ ସବୁବେଳେ ନିଜ ଘରଠାରୁ ଆରମ୍ଭ କରି ନିଜ ଅଞ୍ଚଳକୁ ସଫା ରଖିବାକୁ ଚେଷ୍ଟା କରିଆସିଛନ୍ତି। ଏହି କାମରେ ଅନ୍ୟ ଲୋକଙ୍କୁ ବି ସାହାଯ୍ୟ ପାଇଁ କହନ୍ତି। ହେଲେ କେହି ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଶେଷରେ ସେ ଏକ ଅଭିନବ ଉପାୟ ଆପଣେଇଲେ। ରୁଡି ଏକ ସ୍ପାଇଡରମ୍ୟାନ୍‌ କଷ୍ଟ୍ୟୁମ୍‌ ପିନ୍ଧି ସଫେଇ ଆରମ୍ଭ କଲେ। ନାଳ, ନର୍ଦ୍ଦମା, ନଦୀ ସବୁଠୁ ପ୍ଲାଷ୍ଟିକ ଆବର୍ଜନା ସଫା କଲେ। ଏଭଳି ସ୍ପାଇଡରମ୍ୟାନ୍‌ ପୋଷାକରେ ସଫେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। ଆଉ ସେ ସ୍ଥାନୀୟ ଅଞ୍ଚଳରେ ହିରୋ ପାଲଟିଗଲେ। ଲୋକ ବି ସାହାଯ୍ୟର ହାତ ବଢେଇଲେ। ଲୋକେ ରୁଡିଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଅପ୍‌ଲୋଡ କଲେ। ଟେଲିଭିଜନ୍‌ରେ ବି ତାଙ୍କୁ ଡକାଗଲା ସାକ୍ଷାତ୍‌କାର ପାଇଁ। ଏବେ ତାଙ୍କୁ ଇଣ୍ଡୋନେସିଆରେ ଆଦର୍ଶ ଭାବେ ଗଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri