ସ୍ନାନ ପୂର୍ଣ୍ଣିମା, ରଥଯାତ୍ରାରେ ଯୋଗଦେବେ ସୋରଡ଼ା ରାଜା

ସୋରଡ଼ା,୧୭ା୬(ଡି.ଏନ୍‌.ଏ.)-ସୋରଡ଼ାର ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ସୋମବାର ପାଳନ କରାଯିବ। ଏଥିରେ ସୋରଡ଼ା ରାଜା ଡ.ଦେବଦତ୍ତ ସିଂହ ଦେଓ ଯୋଗଦେବେ। ସ୍ଥାନୀୟ ରାଜବଂଶର ରାଜା ଜଗନ୍ନାଥ ସିଂହ ଦେଓ ୧୯୮୩ରେ ଏଠାରେ ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞ ଏବଂ ୨୦୦୦ରେ ହୋଇଥିବା ଶଶିଭୂଷଣ ରଥଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇଥିଲେ। ତେବେ ଚଳିତଥର ତାଙ୍କ ପୁତ୍ର ଡ.ଦେବଦତ୍ତ ସିଂହ ଦେଓ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାରେ ଯୋଗଦେବେ ବୋଲି ସ୍ଥିର ହୋଇଛି। ପ୍ରାୟ ଶହେ ବର୍ଷ ପରେ ରଥଯାତ୍ରା କାର୍ଯ୍ୟକ୍ରମରେ ରାଜା ଦେବଦତ୍ତ ଯୋଗଦେବେ ବୋଲି ଆଇନଜୀବୀ ତଥା ପୁରୋହିତ ପ୍ରଭାତ କୁମାର ପାଢ଼ୀ କହିଛନ୍ତି। ପ୍ରକାଶ ଯେ, ମନ୍ଦିର ପକ୍ଷରୁ ରାଧାକୃଷ୍ଣ ପାଣିଗ୍ରାହୀ, ପ୍ରଭାତ ପାଢ଼ୀ, ରଜନୀ ମହାପାତ୍ର, ସଞ୍ଜୟ ପଣ୍ଡା, ଅଶୋକ ପାତ୍ର, ପ୍ରମୋଦ ସାମନ୍ତରାୟ ପ୍ରମୁଖ ଭୁବନେଶ୍ୱର ବାସଭବନକୁ ଯାଇ ଆମନ୍ତ୍ରଣ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?