ସ୍ଥିତାବସ୍ଥାରେ ପରିବର୍ତ୍ତନ

ଆକାର ପଟେଲ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଛଅ ବର୍ଷ ହେଲା ଶାସନ କଲେଣି। ନିଜ ଆଦର୍ଶର ପ୍ରତିଷ୍ଠା ପାଇଁ ସେ ଯେଉଁସବୁ ଖେଳ ଖେଳିଚାଲିଛନ୍ତି, ସେଥିରେ ଭାରତର କ୍ଷତି ଘଟୁଛି। ଅତିମାତ୍ରାରେ ଜାତୀୟତାବାଦୀ ଆଦର୍ଶ ମାନେ ଦେଶ ଭିତରେ ସଂଖ୍ୟାଲଘୁଙ୍କ ବିରୋଧରେ ଯିବା ଏବଂ ଦେଶ ବାହାରେ ନିଜର ସାମରିକ ଶକ୍ତି ପ୍ରଦର୍ଶନ। ଆଡଲ୍‌ଫ ହିଟ୍‌ଲର ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ଛଅବର୍ଷ ଶାସନ କ୍ଷମତାରେ ଥିଲେ। ଏହି ଛଅବର୍ଷ ଭିତରେ ସେ ଆକ୍ରମଣାତ୍ମକ ଭାବେ ଜର୍ମାନୀର ସାମରିକ ଶକ୍ତି ଓ ଅର୍ଥନୀତିର ବିକାଶ ଘଟାଇଥିଲେ। ତା’ ପରେ ସେ ପୋଲାଣ୍ଡରୁ ଫ୍ରାନ୍ସ ଓ ଡେନ୍‌ମାର୍କରୁ ସିସିଲି ପର୍ଯ୍ୟନ୍ତ ପ୍ରାୟ ସମଗ୍ର ୟୁରୋପ ଜୟ କରିଥିଲେ। ଉକ୍ତ ମହାଦେଶକୁ ତାଙ୍କ ପୂର୍ବରୁ ବା ପରେ ଆଉ କେହି ଏତେ ମାତ୍ରାରେ ନିଜ ନିୟନ୍ତ୍ରଣକୁ ଆଣିପାରି ନ ଥିଲେ। ତା’ପରେ ହିଟ୍‌ଲର ଷ୍ଟାଲିନଙ୍କ ରୁଷିଆ ସହ ଲଢ଼ି ହାରିଗଲେ। ଭାରତର ଦୁଇଟି ଅସମାହିତ ବିବାଦ ଅଛି ଓ ଦୁଇଜଣ ଶତ୍ରୁ ଅଛନ୍ତି। ଗୋଟିଏ ହେଉଛି ଚାଇନା, ଅର୍ଥନୀତିରେ ଯିଏ ଭାରତଠାରୁ ଛଅଗୁଣ ବଡ଼ ଏବଂ ଜାତିସଂଘ ସୁରକ୍ଷା ପରିଷଦରେ ଯିଏ ସ୍ଥାୟୀ ସଦସ୍ୟ ଅଛି। ଅର୍ଥାତ୍‌ ଭାରତର ଯେକୌଣସି ଗ୍ଲୋବାଲ ଆକ୍ସନ ଉପରେ ଚାଇନା ଭିଟୋ ପ୍ରୟୋଗ କରିପାରିବ। ଚାଇନା ସହ ଆମର ବିବାଦ ଏକପ୍ରକାର ସୁପ୍ତ ଅବସ୍ଥାରେ ରହିଛି, ଏହା ସେତେବେଳେ ଜାଗ୍ରତ ହୁଏ ଯେତେବେଳେ ଚାଇନା ସେନା ଭାରତର ବାୟୁସୀମାରେ ପ୍ରବେଶ କରନ୍ତି ବା ଅରୁଣାଚଳକୁ ନିଜର ବୋଲି ଚାଇନା ଦାବି କରେ। ଭାରତ କୌଣସି ଆକ୍ରମଣାତ୍ମକ ପଦକ୍ଷେପ ନିଏ ନାହିଁ ଏବଂ ସ୍ଥିତାବସ୍ଥା ବଜାୟ ରହିବାରେ ଖୁସି ଅଛି। ଏ ସ୍ଥିତାବସ୍ଥାକୁ ପରିବର୍ତ୍ତନ କରିବାକୁ ମୋଦିଙ୍କର କୌଣସି କ୍ଷମତା ବା ଆଗ୍ରହ ନାହିଁ। ଭାରତର ଅନ୍ୟ ବିବାଦଟି ଅଛି ପାକିସ୍ତାନ ସହିତ, ଯାହା ପାଇଁ ଭାରତ ବିଭିନ୍ନ ସମୟରେ ବିଦ୍ରୋହ, ଅନୁପ୍ରବେଶ, ଆକ୍ରମଣ, ଯୁଦ୍ଧ ବିରତି ଉଲ୍ଲଂଘନ ଆଦି ସମସ୍ୟାର ସମ୍ମୁଖୀନ ହେଉଛି। ତେଣୁ ସୁରକ୍ଷା ପାଇଁ ଭାରତକୁ ବିପୁଳ ସେନା ମୁତୟନ କରିବାକୁ ପଡ଼ୁଛି। ଏହା ହେଉଛି ବହୁ ବର୍ଷର ପୁରୁଣା ବିବାଦ, ଯାହାର ସମାଧାନ ଭାରତ କରିପାରୁ ନାହିଁ ଏବଂ ଏଥିପାଇଁ ବିପୁଳ ସମ୍ପଦ ଖର୍ଚ୍ଚ ହେଉଛି। ୨୦୨୦ରେ ବି କଶ୍ମୀରର ସମଗ୍ର ନେତୃମଣ୍ଡଳୀକୁ ଭାରତ ଅଟକବନ୍ଦୀ ରଖିବାକୁ ବାଧ୍ୟ ହୋଇଛି- ରାଜ୍ୟକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ। ପାକିସ୍ତାନ ଭାରତଠାରୁ ବହୁତ ଛୋଟ ଦେଶ ଏବଂ ଭାରତର ସାମରିକ ଶକ୍ତି ଓ ଅସ୍ତ୍ରଶସ୍ତ୍ର ଅଧିକ ହେଲେ ମଧ୍ୟ ଏହା ପାକିସ୍ତାନକୁ ଆଜିଯାଏ ଜବତ କରିପାରିନାହିଁ। ତେଣୁ ଦେଶ ବାହାରେ ମାତ୍ରାଧିକ ଜାତୀୟତାବାଦ ଯାହା ଚାହୁଁଛି, ତାହା କରିବାକୁ ଭାରତ କ୍ଷମ ନୁହେଁ। ସୁତରାଂ ଆଭ୍ୟନ୍ତରୀଣ ଜାତୀୟତାବାଦରେ ଭାରତ ହିନ୍ଦୁତ୍ୱ ଉପରେ ଅଧିକ ଗୁରୁତ୍ୱ ଦେଉଛି।
ଭାରତରେ ହିନ୍ଦୁତ୍ୱ ପରି ନାଜି ଜର୍ମାନୀ ସଂଖ୍ୟାଲଘୁଙ୍କୁ ଘୃଣା କରେ। କିନ୍ତୁ ଇହୁଦୀମାନେ ଥିଲେ (୧୯୩୩ରେ ୫.୬୫ ଲକ୍ଷ) ଜର୍ମାନୀ ଲୋକସଂଖ୍ୟାର ମାତ୍ର ୧ ପ୍ରତିଶତରୁ ବି କମ୍‌। ଅଥଚ ଭାରତରେ ମୁସଲମାନଙ୍କ ସଂଖ୍ୟା ପ୍ରାୟ ୨୦ କୋଟି। ଦେଶର ବଡ଼ ଧରଣର କ୍ଷତି ନ କରି ବା ଦେଶର ସୁନାମରେ ଆଞ୍ଚ ନ ଆଣି ସେମାନଙ୍କୁ କେବେହେଲେ ଉତ୍ପୀଡ଼ିତ ବା ହଇରାଣ କରାଯାଇପାରିବ ନାହିଁ, ଯାହା ଦିଲ୍ଲୀ ଘଟଣାରୁ ସ୍ପଷ୍ଟ ହୋଇଛି। କିନ୍ତୁ ଏମିତି ଚାଲିଲେ ଏହାଦ୍ୱାରା ଦେଶର ବିପୁଳ କ୍ଷତି ହେବ ଏବଂ ଦେଶର ବା କୌଣସି ସମ୍ପ୍ରଦାୟର କିଛି ବି ଲାଭ ହେବ ନାହିଁ।
ମାର୍ଚ୍ଚ ୬ ଶୁକ୍ରବାର ଏକ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ କହିଲେ ଯେ ସେ ସ୍ଥିତାବସ୍ଥାରେ ପରିବର୍ତ୍ତନ ଚାହାନ୍ତି କିନ୍ତୁ ସରକାରଙ୍କ ବିରୋଧୀମାନେ ତାହା ଚାହାନ୍ତି ନାହିଁ। ଉଦାହରଣ ସ୍ବରୂପ ସେ ତିନୋଟି ଜିନିଷର ତାଲିକା ଦେଇଛନ୍ତି: ତିନି ତଲାକର ଅପରାଧୀକରଣ, ଧାରା ୩୭୦ର ଉଚ୍ଛେଦ ଓ ନାଗରିକତା ସଂଶୋଧନ ଆଇନ। କଥା ହେଉଛି ଏକ ଧର୍ମନିରପେକ୍ଷ ଓ ବହୁସଂଖ୍ୟକବାଦୀ ଦେଶର ସ୍ଥିତାବସ୍ଥାକୁ ପରିବର୍ତ୍ତନ କରି ଏକ କଠୋର ଜାତୀୟତାବାଦୀ ଦେଶରେ ପରିଣତ କରିବାକୁ ଅନ୍ୟ ଭାରତୀୟମାନେ ବିରୋଧ କଲେ। ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ସିଏଏକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ଏହା ବିରୋଧରେ ଏକ ପକ୍ଷ ହେବାକୁ ଇଚ୍ଛା କରିଛନ୍ତି। ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ହିନ୍ଦୁମାନଙ୍କୁ ସକାରାତ୍ମକ କିଛି ଦେଇପାରିବ ନାହିଁ। ଏହା ଚାହେଁ ମୁସଲମାନଙ୍କଠାରୁ ସେମାନଙ୍କ ବାବ୍ରି ମସ୍‌ଜିଦ, ସେମାନଙ୍କ ବ୍ୟକ୍ତିଗତ ଆଇନ, କଶ୍ମୀର ଉପରେ ସେମାନଙ୍କ ସାମ୍ବିଧାନିକ ସ୍ବୟଂଶାସନ କ୍ଷମତା, ସେମାନଙ୍କ ଖାଦ୍ୟ, ସେମାନଙ୍କ ଭୋଟ ଦେବାର ଅଧିକାର ଏବଂ ବର୍ତ୍ତମାନ ସେମାନଙ୍କ ନାଗରିକତ୍ୱ ଛଡ଼ାଇନେବା ପାଇଁ। ଏହା ତା’ର ସମର୍ଥକମାନଙ୍କୁ ସକାରାତ୍ମକ କିଛି ଦେଇପାରିବ ନାହିଁ, କେବଳ ଦେବ ଅସନ୍ତୋଷ ଓ ଘୃଣା। ଏହାକୁ କେବଳ ଅନ୍ୟ ଭାରତୀୟମାନେ ନୁହନ୍ତି ବରଂ ସାରା ବିଶ୍ୱ ବିରୋଧ କରିବା ଉଚିତ ଏବଂ ସ୍ଥିତାବସ୍ଥାରେ ପରିବର୍ତ୍ତନ ଚାହେଁ ବୋଲି କହି ଗର୍ବ କରିବା ଉଚିତ ନୁହେଁ କାରଣ ଏହା ଭାରତକୁ ରସାତଳକୁ ନେଇଯିବ।
ମୋଦି ସରକାର ଅର୍ଥନୈତିକ ପରିଚାଳନାରେ ଦକ୍ଷ ନୁହନ୍ତି। ଭାରତରେ ଆର୍ଥିକ ମାନ୍ଦାବସ୍ଥା ଲାଗିରହିଛି ଏବଂ ଦୁଇବର୍ଷ ହେଲା ପ୍ରତି ତ୍ରିମାସୀରେ ଅଭିବୃଦ୍ଧି ହାର ହ୍ରାସ ପାଉଛି। ଗତ ଦୁଇ ତ୍ରିମାସୀରେ ସରକାରଙ୍କ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବିକ୍ରି ହ୍ରାସ ପାଇଛି, ଯାହା ମାନ୍ଦାବସ୍ଥାକୁ ସୂଚାଉଛି। ଭାରତ ଏକ ବୃହତ୍‌ ଅର୍ଥନୈତିକ ଶକ୍ତି ନୁହେଁ ଏବଂ ନିକଟ ଭବିଷ୍ୟତରେ ବି ହେବନାହିଁ। ମୋଦିଙ୍କ ସମଗ୍ର କାର୍ଯ୍ୟକାଳରେ ରପ୍ତାନି ସ୍ଥାଣୁ ହୋଇଯାଇଛି, ଯାହା ଶୂନ୍ୟ ଅଭିବୃଦ୍ଧିକୁ ସୂଚାଉଛି। ମୋଦିଙ୍କ ଶାସନକାଳରେ ଜିଡିପିକୁ ନିର୍ମାଣ କ୍ଷେତ୍ରର ଅବଦାନ ହ୍ରାସ ପାଇଛି। ବେକାରି ଚରମ ସୀମାରେ ପହଞ୍ଚିଛି। ଏହି ସ୍ଥିତାବସ୍ଥାରେ ପରିବର୍ତ୍ତନ ଆବଶ୍ୟକ, ମୋଦି ଯେଉଁ ସ୍ଥିତାବସ୍ଥା କଥା କହୁଛନ୍ତି ସେଥିରେ ନୁହେଁ। ଅଦୂରଦର୍ଶୀ ପଦକ୍ଷେପମାନ ନେଇ ଅର୍ଥନୀତିକୁ ବିଗାଡ଼ିଦେଲା ପରେ ସେ ଏହାକୁ ସୁଧାରିବା ଚେଷ୍ଟା ଛାଡ଼ିଦେଇଛନ୍ତି। ସେ ସର୍ବନିମ୍ନ ପ୍ରଶାସନ ଲାଗି ପ୍ରତିଶ୍ରୁତି ଦେଇଥିତ୍ଲେ କିନ୍ତୁ ଘରୋଇକରଣ ବଦଳରେ ୟେସ୍‌ ବ୍ୟାଙ୍କ ଓ ପିଏମ୍‌ସି ବ୍ୟାଙ୍କ ରାଷ୍ଟ୍ରାୟତ୍ତ ୟୁନିଟ୍‌ରେ ପରିଣତ ହୋଇଛନ୍ତି। ମୋଦି ମାତ୍ରାଧିକ ଜାତୀୟତାବାଦର ପୁରୋଧା ସାଜିଛନ୍ତି, ଯାହା ଭାରତର ଅଭିବୃଦ୍ଧିକୁ ସଂକୁଚିତ କରିଦେଇଛି ଏବଂ ବାହ୍ୟ ସ୍ଥିତିରେ ପରିବର୍ତ୍ତନ ଆଣିବା ବଦଳରେ ଦେଶ ବ୍ୟାପାରରେ ବିଦେଶୀ ହସ୍ତକ୍ଷେପକୁ ଆମନ୍ତ୍ରଣ କରିଛି। ଏହା ବର୍ତ୍ତମାନର ବାସ୍ତବ ସ୍ଥିତି ଏବଂ ଏହାକୁ ପ୍ରତିରୋଧ କରାଯିବା ଦରକାର।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri