ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନ ଥିବାରୁ ଉଦ୍‌ବେଗ

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲାର ଶତାଧିକ ପରିବାର ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଅଭାବରୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଏରସମା ବ୍ଲକ ଅଧୀନ ଆମ୍ବିକୀ ପଞ୍ଚାୟତର ଚାଉଳିଆ ଗ୍ରାମବାସୀ ଏଭଳି ପ୍ରସଙ୍ଗ ଉଠାଇଛନ୍ତି। ଚାଉଳିଆ ଆଞ୍ଚଳିକ ମଞ୍ଚ ସଦସ୍ୟମାନେ ଅଭିଯୋଗରେ ଦର୍ଶାଇଛନ୍ତି, ଚାଉଳିଆ ଏକ ବଡ ଗାଁ। ୩ଟି ୱାର୍ଡକୁ ନେଇ ଗଠିତ ଏହି ଗାଁର ଲୋକସଂଖ୍ୟା ୧,୫୦୦ରୁ ୨,୦୦୦ ହେବ। ଗାଁର ଅଧିକାଂଶ ଲୋକ ଦିନ ମଜୁରିଆ। ଆଉ କିଛି ଚାଷବାସ କରି ପରିବାର ଭରଣପୋଷଣ କରନ୍ତି। ଗାଁ ଲୋକେ ଅନାବାଦି ଜମିକୁ ଆଶ୍ରା କରି ସେଥିରେ ଚାଳ ଛପର କରି ରହୁଛନ୍ତି। ସରକାରଙ୍କ ତରଫରୁ ଭୋଟ ପରିଚୟ ପତ୍ର ଓ ଆଧାର କାର୍ଡ ଦିଆଯାଇଛି। କିନ୍ତୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଦିଆଯାଉନାହିଁ। ଯେଉଁ କାରଣରୁ ସେମାନଙ୍କ ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏହାକୁ ନେଇ ସେଠାରେ ଉଦ୍‌ବେଗ ପ୍ରକାଶ ପାଇଥିଲା।
ଅନ୍ୟପଟେ ପଞ୍ଚାୟତର ଅନ୍ୟ ଗ୍ରାମଗୁଡିକରେ ବସବାସ କରୁଥିବା ଗରିବ ପରିବାରକୁ ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ଦିଆଯାଉଛି। ତେଣୁ ସରକାର ପ୍ରତି ପରିବାରକୁ ୪ ଡିସିମିଲ ହିସାବରେ ଜମି ସହ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଯୋଗାଇ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ଅନୁରୂପ ଭାବେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦ ସଞ୍ଜୟ ମହାନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପୋରଗଦେଇ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପାଚେରି ଅଭାବରୁ ଅସୁରକ୍ଷିତ ପରିବେଶ ସୃଷ୍ଟି ହୋଇଛି। ଏସମ୍ପର୍କରେ ସାଇ ସଞ୍ଜୟ ମହାନ୍ତି ଗାଁ ବିକାଶ ଟ୍ରଷ୍ଟ, ପୋରଗଦେଇ ଗ୍ରାମ ପଞ୍ଚାୟତ, ରାଧାଗୋବିନ୍ଦ ସଞ୍ଜୟ ମହାନ୍ତି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସ୍ଥାୟୀ ପାଚେରି ସହ ୨ ତଳ ବିଶିଷ୍ଟ ବିଲ୍ଡିଂ ନିର୍ମାଣ ପାଇଁ ଦାବି କରାଯାଇଛି। ପାଚେରି ନ ଥିବାରୁ ଗାଈ, ଛେଳି, ମେଣ୍ଢା ଆଦି ଅବାଧରେ ପ୍ରବେଶ କରୁଛନ୍ତି। ବିଶେଷକରି ବିଦ୍ୟାଳୟ ପରିସର ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳ ପାଲଟିଛି। ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱରର ୯୫ ବର୍ଷୀୟା ମୁକ୍ତା ସିଂହଙ୍କ ଘର ଆଗରେ ସରକାରୀ ଜମି ଥିଲେ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ତାଙ୍କୁ ମାତ୍ର ଦେଢ ଫୁଟର ରାସ୍ତା ଦିଆଯାଇଛି। କିନ୍ତୁ ତାଙ୍କ ମୃତ୍ୟୁ ପରେ କୋକେଇ କ’ଣ ଏହି ଦେଢ ଫୁଟ ରାସ୍ତାରେ ଯାଇପାରିବ କି ବୋଲି ସେ ଅଭିଯୋଗ କରିଛନ୍ତି। ଏହାକୁ ମିଶାଇ ମୋଟ ୧୮୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏସବୁ ଉପରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଣାଣି କରିଥିଲେ। ପଞ୍ଜୀକୃତ ଅଭିଯୋଗୁଡିକ ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୩୩, ଇନ୍ଦିରା ଆବାସ/ବିଜୁ ପକ୍କା ଘର ୩୭, ଭତ୍ତା ୧୪, ରାଶନ କାର୍ଡ ୯, କାଳିଆ ଯୋଜନା ୫, ଜମିଜମା ୯, ସ୍ବାସ୍ଥ୍ୟ ୧୭, ପ୍ରାକୃତିକ ବିର୍ପଯ୍ୟୟ ୬, ଘରଡିହ ୯, ଧାନ ମଣ୍ଡି ୨, ଋଣ ଆଦାୟ ୨, ଆଇନ ସହାୟତା ୧୦, ଆଧାର ୩ ଓ ଅନ୍ୟାନ ୩୩ଟି ଥିଲା। ସେହିପରି ଗାଁ ସମସ୍ୟା ୬, ମୁଖ୍ୟମନ୍ତ୍ରୀଙ୍କ ରିଲିଫ, ରେଡକ୍ରସ୍‌ ପାଣ୍ଠିରୁ ସହାୟତା ପାଇଁ ଯଥାକ୍ରମେ ୧୧ ଓ ୬ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ୯ଟି ଅଭିଯୋଗ ଉପରେ ଶୁଣାଣି କରାଯାଇ ସଙ୍ଗେସଙ୍ଗେ ଫଏସଲା କରାଯାଇଥିଲା। ଶିବିରରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ, ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଳ ପ୍ରସାଦ ଲେଙ୍କାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଭୁବନେଶ୍ୱର,୩।୫: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ...

ନାମାଙ୍କନପତ୍ର ଦାଖଲ କଲେ ନିପନ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ନିପନ କୁମାର ଦାଶ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି ।...

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

ସମ୍ପତ୍ତି ତାଲିକା ଦାଖଲ କଲେ ଅପରାଜିତା: ଜାଣନ୍ତୁ ସମ୍ପତ୍ତି କେତେ…

ଭୁବନେଶ୍ୱର,୩।୫: ଭୁବନେଶ୍ୱର ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି। ତାଙ୍କର ମୋଟ ୨ କୋଟି ୫ ଲକ୍ଷ ଟଙ୍କାର...

ନାମାଙ୍କନପତ୍ର ଦାଖଲ କଲେ ନନ୍ଦନ ମହାନନ୍ଦ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ବାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ...

ନାମାଙ୍କନପତ୍ର ଦାଖଲ କଲେ ମାଧବ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ...

ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା

ପାଟଣା,୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଶୁକ୍ରବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟାଙ୍ଗରବନ୍ତଳା...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri