ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନ ଥିବାରୁ ଉଦ୍‌ବେଗ

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲାର ଶତାଧିକ ପରିବାର ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଅଭାବରୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଏରସମା ବ୍ଲକ ଅଧୀନ ଆମ୍ବିକୀ ପଞ୍ଚାୟତର ଚାଉଳିଆ ଗ୍ରାମବାସୀ ଏଭଳି ପ୍ରସଙ୍ଗ ଉଠାଇଛନ୍ତି। ଚାଉଳିଆ ଆଞ୍ଚଳିକ ମଞ୍ଚ ସଦସ୍ୟମାନେ ଅଭିଯୋଗରେ ଦର୍ଶାଇଛନ୍ତି, ଚାଉଳିଆ ଏକ ବଡ ଗାଁ। ୩ଟି ୱାର୍ଡକୁ ନେଇ ଗଠିତ ଏହି ଗାଁର ଲୋକସଂଖ୍ୟା ୧,୫୦୦ରୁ ୨,୦୦୦ ହେବ। ଗାଁର ଅଧିକାଂଶ ଲୋକ ଦିନ ମଜୁରିଆ। ଆଉ କିଛି ଚାଷବାସ କରି ପରିବାର ଭରଣପୋଷଣ କରନ୍ତି। ଗାଁ ଲୋକେ ଅନାବାଦି ଜମିକୁ ଆଶ୍ରା କରି ସେଥିରେ ଚାଳ ଛପର କରି ରହୁଛନ୍ତି। ସରକାରଙ୍କ ତରଫରୁ ଭୋଟ ପରିଚୟ ପତ୍ର ଓ ଆଧାର କାର୍ଡ ଦିଆଯାଇଛି। କିନ୍ତୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଦିଆଯାଉନାହିଁ। ଯେଉଁ କାରଣରୁ ସେମାନଙ୍କ ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏହାକୁ ନେଇ ସେଠାରେ ଉଦ୍‌ବେଗ ପ୍ରକାଶ ପାଇଥିଲା।
ଅନ୍ୟପଟେ ପଞ୍ଚାୟତର ଅନ୍ୟ ଗ୍ରାମଗୁଡିକରେ ବସବାସ କରୁଥିବା ଗରିବ ପରିବାରକୁ ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ଦିଆଯାଉଛି। ତେଣୁ ସରକାର ପ୍ରତି ପରିବାରକୁ ୪ ଡିସିମିଲ ହିସାବରେ ଜମି ସହ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଯୋଗାଇ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ଅନୁରୂପ ଭାବେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦ ସଞ୍ଜୟ ମହାନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପୋରଗଦେଇ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପାଚେରି ଅଭାବରୁ ଅସୁରକ୍ଷିତ ପରିବେଶ ସୃଷ୍ଟି ହୋଇଛି। ଏସମ୍ପର୍କରେ ସାଇ ସଞ୍ଜୟ ମହାନ୍ତି ଗାଁ ବିକାଶ ଟ୍ରଷ୍ଟ, ପୋରଗଦେଇ ଗ୍ରାମ ପଞ୍ଚାୟତ, ରାଧାଗୋବିନ୍ଦ ସଞ୍ଜୟ ମହାନ୍ତି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସ୍ଥାୟୀ ପାଚେରି ସହ ୨ ତଳ ବିଶିଷ୍ଟ ବିଲ୍ଡିଂ ନିର୍ମାଣ ପାଇଁ ଦାବି କରାଯାଇଛି। ପାଚେରି ନ ଥିବାରୁ ଗାଈ, ଛେଳି, ମେଣ୍ଢା ଆଦି ଅବାଧରେ ପ୍ରବେଶ କରୁଛନ୍ତି। ବିଶେଷକରି ବିଦ୍ୟାଳୟ ପରିସର ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳ ପାଲଟିଛି। ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱରର ୯୫ ବର୍ଷୀୟା ମୁକ୍ତା ସିଂହଙ୍କ ଘର ଆଗରେ ସରକାରୀ ଜମି ଥିଲେ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ତାଙ୍କୁ ମାତ୍ର ଦେଢ ଫୁଟର ରାସ୍ତା ଦିଆଯାଇଛି। କିନ୍ତୁ ତାଙ୍କ ମୃତ୍ୟୁ ପରେ କୋକେଇ କ’ଣ ଏହି ଦେଢ ଫୁଟ ରାସ୍ତାରେ ଯାଇପାରିବ କି ବୋଲି ସେ ଅଭିଯୋଗ କରିଛନ୍ତି। ଏହାକୁ ମିଶାଇ ମୋଟ ୧୮୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏସବୁ ଉପରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଣାଣି କରିଥିଲେ। ପଞ୍ଜୀକୃତ ଅଭିଯୋଗୁଡିକ ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୩୩, ଇନ୍ଦିରା ଆବାସ/ବିଜୁ ପକ୍କା ଘର ୩୭, ଭତ୍ତା ୧୪, ରାଶନ କାର୍ଡ ୯, କାଳିଆ ଯୋଜନା ୫, ଜମିଜମା ୯, ସ୍ବାସ୍ଥ୍ୟ ୧୭, ପ୍ରାକୃତିକ ବିର୍ପଯ୍ୟୟ ୬, ଘରଡିହ ୯, ଧାନ ମଣ୍ଡି ୨, ଋଣ ଆଦାୟ ୨, ଆଇନ ସହାୟତା ୧୦, ଆଧାର ୩ ଓ ଅନ୍ୟାନ ୩୩ଟି ଥିଲା। ସେହିପରି ଗାଁ ସମସ୍ୟା ୬, ମୁଖ୍ୟମନ୍ତ୍ରୀଙ୍କ ରିଲିଫ, ରେଡକ୍ରସ୍‌ ପାଣ୍ଠିରୁ ସହାୟତା ପାଇଁ ଯଥାକ୍ରମେ ୧୧ ଓ ୬ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ୯ଟି ଅଭିଯୋଗ ଉପରେ ଶୁଣାଣି କରାଯାଇ ସଙ୍ଗେସଙ୍ଗେ ଫଏସଲା କରାଯାଇଥିଲା। ଶିବିରରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ, ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଳ ପ୍ରସାଦ ଲେଙ୍କାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?