Posted inଜାତୀୟ

ସ୍ତ୍ରୀଙ୍କ ପାଇଁ ପ୍ରଚାର କଲେ ଶତ୍ରୁଘ୍ନ ସିହ୍ନା: କଂଗ୍ରେସ କହିଲା, ପ୍ରଥମେ ଦଳୀୟ ଧର୍ମ ନିଭାନ୍ତୁ

ଲକ୍ଷ୍ନୌ, ୧୮।୪: ଭାଜପା ଛାଡି କଂଗ୍ରେସରେ ଯୋଗଦେବାର ମାସେ ନ ପୂରୁଣ ଶତ୍ରୁଘ୍ନ ସିହ୍ନାଙ୍କ ନାଁରେ ଦଳରେ ବିରୋଧାଭାସ ଉଠିଛି। କଂଗ୍ରେସରେ ଥାଇ ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ସ୍ତ୍ରୀ ପୁନମଙ୍କ ପାଇଁ ଭୋଟ ପ୍ରଚାର କରିବାକୁ ନାପସନ୍ଦ କରିଛନ୍ତି ଦଳର କିଛି ନେତା। ପୁନମଙ୍କ ବିରୋଧରେ ଲଢୁଥିବା କଂଗ୍ରେସର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ଏହାକୁ ବିରୋଧ କରି କହିଛନ୍ତି, ଶତ୍ରୁଘ୍ନ ସିହ୍ନା ପ୍ରଥମେ ଦଳୀୟ ଧର୍ମ ନିଭାନ୍ତୁ। ଗୋଟିଏ ଦଳରେ ଥାଇ ଅନ୍ୟ ଦଳ ପାଇଁ ପ୍ରଚାର କରିବା ଦଳବିରୋଧୀ କାର୍ଯ୍ୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାଜପା ଛାଡି କଂଗ୍ରେସରେ ଯୋଗଦେବା ପରେ ଦଳୀୟ ଟିକେଟରୁ ବିହାରର ପାଟନା ସାହେବ ଲୋକ ସଭା ଆସନରୁ ଶତ୍ରୁଘ୍ନ ଏଥର ନିର୍ବାଚନ ଲଢୁଛନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ପୁନମ ସମାଜବାଦୀ ପାର୍ଟିରେ ଯୋଗଦେଇ ଲକ୍ଷ୍ନୌ ଲୋକ ସଭା ଆସନରୁ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବିରୋଧରେ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରୁ ବଡ଼ ଖବର; ବାଙ୍କିପୁର ଉପନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର, PK ଖେଳିବେ…

ପାଟନା,୫ା୭: ବିହାରର ରାଜନୈତିକ ଦୃଶ୍ୟପଟରେ ଏକ ନୂତନ ହଇଚଇ ସୃଷ୍ଟି ହୋଇଛି । ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ଜନ ସୁରାଜ ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ…

ମେଟାକୁ କେନ୍ଦ୍ର ସରକାରଙ୍କ ଅଲ୍ଟିମେଟମ୍, ଏହି ବିଜ୍ଞାପନ ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫ା୭: ଶିଶୁ ଯୌନ ଶୋଷଣ ସହିତ ଜଡିତ ଇନଷ୍ଟାଗ୍ରାମରେ ଦେୟଯୁକ୍ତ ବିଜ୍ଞାପନ ସମ୍ପର୍କରେ ଭାରତ ସରକାର ମେଟା ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୂତ୍ର…

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ଖବର! ବଦଳିଲା ସପ୍ଲାଇ ନିୟମ, ସରକାର ହଟାଇଲେ ଜରୁରୀକାଳୀନ ନିୟନ୍ତ୍ରଣ

ନୂଆଦିଲ୍ଲୀ,୫/୭: ମିଡିଲ୍ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଯୁଦ୍ଧବିରତି ଏବଂ ହୋର୍ମୁଜ୍ ଷ୍ଟ୍ରେଟ୍‌ (Strait of Hormuz) ଦେଇ ସାମୁଦ୍ରିକ ଜାହାଜ ଚଳାଚଳ ପୁଣି ଥରେ ଆରମ୍ଭ ହେବା…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

Parliament Monsoon Session: ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୪।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ…

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri