Posted inଭଦ୍ରକ

‘ସୌଭାଗ୍ୟ’ ପାଲଟିଛି ଦୁର୍ଭାଗ୍ୟ

ଭଦ୍ରକ ଅଫିସ, ୨୮।୧୨- ଭଦ୍ରକ ଜିଲାରେ ସୌଭାଗ୍ୟ ଯୋଜନା ଏବେ ଗରିବ ଲୋକଙ୍କ ପାଇଁ ଦୁର୍ଭାଗ୍ୟ ଅବସ୍ଥା ଆଣିଦେଇଛି। ବିଦ୍ୟୁତ୍‌ ବିଭାଗର ଅଜବ ନିୟମ କାରଣରୁ ଗରିବ ହିତାଧିକାରୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଦୁଇ ପରିବାର ବକେୟା ଦେୟ ପୈଠ କରି ନ ଥିବାରୁ ଗଁ। ର ୨୫ ଘରକୁ ମାସେ ହେଲା ଅନ୍ଧାରରେ ରଖାଯାଇଛି। ଧାମନଗର ବ୍ଲକ ପଧାନୀ ପଞ୍ଚାୟତ ଅଧୀନ ଦଶନ୍ଧିକୁଳ ଗଁ। ଲୋକେ ଏଭଳି ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ଗଁ। ରେ ୨୭ ପରିବାର ବସବାସ କରୁଛନ୍ତି। ୧୪ ଘରକୁ ସାଧାରଣ ବିଜୁଳି ଓ ୧୩ ପରିବାରକୁ ବିପିଏଲ୍‌(ସୌଭାଗ୍ୟ) ବିଜୁଳି ସଂଯୋଗ ହୋଇଛି। କିନ୍ତୁ ଗତ ନଭେମ୍ବର ୮ ତାରିଖରୁ ସମ୍ପୂର୍ଣ୍ଣ ଗଁ। ଅନ୍ଧାରରେ ରହିଛି। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବା ବେଳେ ଏହାକୁ ମରାମତି କରାଯାଉ ନାହିଁ। ଉକ୍ତ ଗଁ। ର ଲୋକେ ବିଲ୍‌ ବକେୟା ରଖିଥିବାରୁ ବିଦ୍ୟୁତ୍‌ ଦେଇହେଉ ନାହିଁ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି। ଅପରପକ୍ଷେ ୨୫ ଘର ବକେୟା ପୈଠ କରିସାରିଥିବା ଗଁ। ଲୋକେ ପ୍ରକାଶ କରିଛନ୍ତି। ମାସକୁ ମାସ ସେମାନେ ବିଲ୍‌ ପରିଶୋଧ ମଧ୍ୟ କରନ୍ତି। ମାତ୍ର ଦୁଇ ପରିବାର ୨୦ ହଜାର ଟଙ୍କାରୁ ଅଧିକ ବକେୟା ରଖିଥିବାରୁ ସମସ୍ତଙ୍କୁ ଅନ୍ଧାରରେ ରହିବାକୁ ପଡୁଛି। ଛୋଟ ଛୋଟ ପିଲା ଓ ବୃଦ୍ଧାବୃଦ୍ଧଙ୍କୁ ନେଇ ଅନ୍ଧାରରେ ଦିନ କାଟୁଛନ୍ତି। ବିଦ୍ୟୁତ୍‌ ନ ଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ମାସେ ହେଲା ବିଜୁଳି ନ ଥାଇ ମଧ୍ୟ ବିଲ୍‌ ଆସିଛି। ଏ ସମ୍ପର୍କରେ ଧାମନଗର ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସଙ୍କୁ ପଚାରିବାରୁ କହିଛନ୍ତି, ଟ୍ରାନ୍ସଫର୍ମର ପୋଡ଼ିଯାଇଥିବା ସହ ଗଁା ଲୋକେ ବିଲ୍‌ ବକେୟା ରଖିଛନ୍ତି। ତେବେ ଖୁବ୍‌ଶୀଘ୍ର ନୂଆ ଟ୍ରାନ୍ସଫର୍ମର ଲଗାଇ ସେମାନଙ୍କ ପରିବାରକୁ ବିଜୁଳି ସଂଯୋଗ କରାଯିବ।
ସେହିଭଳି ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ଅସୁରା ଗ୍ରାମରେ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ପାଇଁ ଆବେଦନ କରି ଫସିଛନ୍ତି ୫ରୁ ଊର୍ଦ୍ଧ୍ୱ ଗରିବ ପରିବାର। ଏହି ଗ୍ରାମର ମଞ୍ଜୁଲତା ବେହେରା, ଗୀତାଞ୍ଜଳି ବେହେରା, ପାର୍ବତୀ ବେହେରା, ବିନୋଦ ବେହେରା ଏବଂ କମଳିନୀ ବେହେରା ପ୍ରମୁଖ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ କରିଥିଲେ। ଆବେଦନକାରୀଙ୍କୁ ଖୁବ୍‌ଶୀଘ୍ର ଏହି ଯୋଜନାରେ ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି ସେତେବେଳେ ପ୍ରତିଶ୍ରୁତି ମିଳିଥିଲା। ଏହାମଧ୍ୟରେ ୬ମାସ ବିତିବାକୁ ବସିଥିଲେ ମଧ୍ୟ ଆବେଦନକାରୀଙ୍କ ଘରକୁ ବିଜୁଳି ସଂଯୋଗ କରାଯାଇ ନାହିଁ। ଏପରି ସ୍ଥଳେ ସେମାନଙ୍କ ପାଖକୁ ଆସିଛି ବିଦ୍ୟୁତ୍‌ ବିଲ୍‌। ପରିବାର ପିଛା ଅତିକମ୍‌ରେ ୨ ହଜାର ଟଙ୍କାରୁ ଅଧିକ ବିଜୁଳି ଦେୟ ପୈଠ କରିବାକୁ ବିଲ୍‌ ଆସିଛି। ଯାହାକୁ ନେଇ ଏହି ଗରିବ ପରିବାର ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକ କୁଲଣା ଗଁାର ୨୩ ପରିବାରର ଅନୁରୂପ ସମସ୍ୟା। ବିଦ୍ୟୁତ୍‌ ସଂଯୋଗ ନ ଥାଇ ପ୍ରତି ପରିବାରକୁ ୨୯୦୦ ଲେଖାଏଁ ଟଙ୍କା ପୈଠ କରିବାକୁ ବିଲ୍‌ ଆସିଛି। ଏ ସମ୍ପର୍କରେ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ହିତାଧିକାରୀଙ୍କ ଗୃହରେ ମିଟର ବସିନାହିଁ କି ବିଜୁଳି ସଂଯୋଗ ହୋଇନାହିଁ। ଏହି ବିଲ୍‌କୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏହା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରୋଭିଜନାଲ ବିଲ୍‌ ଯାହା ଗ୍ରାହକଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri