ସେଦିନ ଶୌଚାଳୟରେ

ଅଞ୍ଜନ ଚାନ୍ଦ
ନାଟୁବାବୁଙ୍କୁ ଅଦ୍ଭୁତରୋଗ। ବେଳେବେଳେ ଶୋଇଯିବେ ଯେ ଆଉ ଉଠିବେ ନାହିଁ। ଦିନେ ସେମିତି ଶୋଇଲେ। ଯେତେ ଯାହା କଲେ ଉଠିଲେ ନାହିଁ। ଡାକ୍ତର ଆସି ପରୀକ୍ଷା କଲେ। କହିଲେ, ସେ ଆଉ ନାହାନ୍ତି। ତାଙ୍କ ସ୍ତ୍ରୀ ବିକଳ ସ୍ବରରେ କାନ୍ଦିଉଠିଲେ। କାନ୍ଦ ଶୁଣି ହଠାତ୍‌ ନାଟୁବାବୁଙ୍କ ଚେତା ଫେରିଆସିଲା। କହିଲେ- ତୁମେ କାନ୍ଦୁଛ କାହିଁକି? ମଁୁ ତ ବଞ୍ଚତ୍ଛି। ସ୍ତ୍ରୀ ଚମକି ପଡ଼ିଲେ। ଆଶ୍ଚର୍ଯ୍ୟରେ କହିଲେ- ତୁମେ କ’ଣ ଡାକ୍ତରଙ୍କଠାରୁ ବେଶି ଜାଣିଛ?
ଏହାପର ଘଟଣାଟି ଅଧିକ ବିସ୍ମୟକର। ସେଥର ଡାକ୍ତରବାବୁ ଆଉ ରିସ୍କ୍‌ ନେଲେନାହିଁ। କ୍ଲିନିକ୍‌କୁ ନେଇ ଗୋଟିଏ ଦିନ ରଖିଲେ। ଯେତେ ଯନ୍ତ୍ରପାତି ଥିଲା ସବୁଥିରେ ପରୀକ୍ଷା କଲେ। ଶେଷରେ ନିଃସନ୍ଦେହରେ କହିଲେ- ତାଙ୍କ ଆମତ୍ା ଆରପୁରରେ ପହଞ୍ଚତ୍ସାରିଛି। ସ୍ତ୍ରୀ ପୁଣି କାନ୍ଦିଲେ। ତାଙ୍କ ଛାତି ଉପରେ ଢୋ ଢୋ ମୁଣ୍ଡ ବାଡ଼େଇଲେ। ସେଇ ଆଘାତରେ ନିଶ୍ଚଳ ହୋଇପଡ଼ିଥିବା ହୃତ୍‌ପିଣ୍ଡ ପୁଣି ଦୁକ୍‌ଦୁକ୍‌ କରି ଉଠିଲା। ଡାକ୍ତର କହିଲେ- କୁଦ୍‌ରତ୍‌ କା କରିସ୍ମା। ସେପୁରକୁ ଯାଇ ଫେରିଆସିବା କାହାର ଭାଗ୍ୟରେ ଥାଏ?
ଡାକ୍ତରବାବୁଙ୍କ କଥା ସତ ଥିଲା। ସେଥର ନାଟୁବାବୁ ଯମପୁରରେ ପହଞ୍ଚତ୍ ଯାଇଥିଲେ। କିଛି ସମୟ ଏଣେତେଣେ ବୁଲିଥିଲେ। ଦେଖିଲେ କାନ୍ଥରେ ଅସଂଖ୍ୟ ଘଣ୍ଟା ଲାଗିଛି। ସବୁ ଘଣ୍ଟାରେ ଗୋଟେ ଗୋଟେ ଦେଶର ନାଁ ଲେଖାଯାଇଛି। ସେଗୁଡ଼ିକ ବି ଠିକ୍‌ ଚାଲୁନାହିଁ। କେଉଁଟା ଜୋର୍‌ ଚାଲୁଛି ତ କେଉଁଟା ଧୀରେ। ଏଠାରେ କ’ଣ କେହି ଘଣ୍ଟା ମେକାନିକ୍‌ ନାହାନ୍ତି? ଯମରାଜଙ୍କୁ ଦେଖାକରି ସେ ପଚାରିଲେ। ଯମରାଜ କହିଲେ- ସେଗୁଡ଼ିକ ସମୟଘଣ୍ଟା ନୁହେଁ, ମିଛଘଣ୍ଟା। ଯେଉଁ ଦେଶରେ ମିଛ ଯେତେ ଅଧିକ ସେ ଦେଶର ଘଣ୍ଟା ସେତେ ବେଗରେ ଚାଲିଛି। ନାଟୁବାବୁ ପଚାରିଲେ- ଭାରତର ଘଣ୍ଟା ତ କେଣେ ଦେଖିବାକୁ ପାଇଲିନାହିଁ? ଯମରାଜ କହିଲେ- ମୋ ମୁଣ୍ଡ ଉପରେ ଏଇ ଯେଉଁ ପଙ୍ଖାଟି ବୁଲୁଛି ସେଇଟା ଆଉ କ’ଣ କି? ଭାରତରେ ମୋବାଇଲର ପ୍ରଚଳନ ଦିନରୁ ଏଇଟା ବଢ଼ିଆ ବୁଲୁଛି।
ନାଟୁବାବୁଙ୍କୁ ନେଇ ଏଇ ଯେଉଁ କଥା ତାହା ସତ କି ମିଛ ମୋତେ ଜଣାନାହିଁ କିନ୍ତୁ ମୋବାଇଲ ଆସିବା ଦିନରୁ ଦେଶରେ ମିଛ ବଢ଼ିଛି କଥାଟି ନିରାଟ ସତ। କେଜାଣି କେଉଁ ମହାପୁରୁଷ ଏହାର ନାଁ ଦେଇଛନ୍ତି ‘ମିଛକୁହା ଯନ୍ତ୍ର’। ଯନ୍ତ୍ରଟି ଯେବେ ବଜାରକୁ ଆସିଲା ବିଜ୍ଞାପନରେ ଦେଖାଇଲା ଜଣେ ସେଲୁନରେ ଖିଅର ହେଉଛି। ସେତେବେଳେ ତା’ ପାଖକୁ ଆସୁଥିବା ଫୋନ୍‌ରେ ସେ କହୁଛି- ମୁଁ ଜରୁରୀ ମିଟିଂରେ ଅଛି। ସେଦିନରୁ ‘ଆପଣ କେଉଁଠି ଅଛନ୍ତି?’ ପ୍ରଶ୍ନର ଉତ୍ତରରେ ଶହେରୁ ନବେ ଜଣ ମିଛ କହୁଛନ୍ତି। ଫୋନ୍‌ରେ ମିଛ କହିବାରେ ଏମିତି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ, ମୋ ସାଙ୍ଗ ରାଧୁ ଦିନେ ତା’ ଘରର ଲ୍ୟାଣ୍ଡ୍‌ଫୋନ୍‌ ଧରି କହିଲା- ମୁଁ ଆଜି ଭୁବନେଶ୍ୱରରେ ଅଛି।
ସର୍ବେକ୍ଷଣରୁ ଜଣାଯାଇଛି ଆମ ଦେଶରେ ମୋବାଇଲର ପ୍ରଚଳନ ସବୁଠାରୁ ବେଶି। ପାଖରେ ଆଉ କିଛି ଥାଉ କି ନ ଥାଉ ମୋବାଇଲ ନ ଥିଲେ ଦଶଦିଗ ଅନ୍ଧାର। କ୍ୟାମେରା ଓ ଇଣ୍ଟରନେଟ୍‌ ଲାଗିବା ଦିନରୁ ଲୋକଙ୍କ ଆକର୍ଷଣ ପ୍ରବଳ ଗଢ଼ିଛି। ଗାଁ ଓ ବସ୍ତିରେ ଆଜି ବି ଅନେକ ଲୋକ ଅଛନ୍ତି ସକାଳେ ଲୋଟା ଧରି ବୁଦାମୂଳକୁ ଯାଆନ୍ତି। ସେତେବେଳେ ବି ସେମାନେ ହାତରେ ମୋବାଇଲ ଧରିଥାଆନ୍ତି ଏବଂ ଦିନେ ଆଶ୍ଚର୍ଯ୍ୟ ହୋଇ ମୁଁ ଦେଖିଲି ବୁଦାପଛରୁ ହାତଟେକି ଜଣେ ସେଲ୍‌ଫି ନେଉଛି।
ମୋବାଇଲ ବିଷୟରେ ଛୋଟ ପିଲାମାନେ ଓଳିଆରୁ ଗଜା। ହାତରେ ଖଡ଼ି ଧରିବା ଆଗରୁ ମୋବାଇଲରେ ଟିପ ମାରି କେତେ କ’ଣ କରିଦିଅନ୍ତି। ପଣ୍ଡିତ ମହାଶୟ କୁହନ୍ତି- ସେମାନେ ସବୁ ଅଭିମନ୍ୟୁ। ଆଜିକାଲି ମାଆମାନେ ଗର୍ଭବତୀ ହେବାମାତ୍ରେ ଡାକ୍ତରଙ୍କ ପାଖକୁ ଯାଆନ୍ତି। ଡାକ୍ତର ମହାଶୟ କୁହନ୍ତି- ଔଷଧ ଖାଅ, ବିଶ୍ରାମ କର। ମାଆମାନେ ବିଶ୍ରାମ କରନ୍ତି। କାମ ନ ଥିବାରୁ ଟିଭି ଦେଖନ୍ତି। ମୋବାଇଲ ଚିପନ୍ତି। ପେଟ ଭିତରେ ଥିବା ପିଲା ସେଇଦିନରୁ ସେ ଦୁଇଟି ଜିନିଷ ବିଷୟରେ ଜ୍ଞାନ ପାଇଯାଆନ୍ତି ଏବଂ ଜନ୍ମହେବା ବେଳକୁ ଦଶମାସର ଅଭିଜ୍ଞତା ନେଇ ବାହାରନ୍ତି।
ଆଗରୁ କୁହାଯାଉଥିଲା କଥା କମ୍‌ କାମ ବେଶି। ଏବେ ସେଇଟା ଓଲଟି ଯାଇଛି। କାମ କମ୍‌ କଥା ବେଶି। ପଣ୍ଡିତେ କୁହନ୍ତି, ଏଇଟା ବି ମୋବାଇଲର ଅବଦାନ। ସେଥିରେ ଏବେ ମାଗଣା ଟକ୍‌ଟାଇମ୍‌ ମିଳୁଛି।
ମୋବାଇଲର ଯେତେ ଗୁଣଗ୍ରାମ, ଦେଶ ଦୁନିଆକୁ ସେ ଯେମିତି ନିଜ ଇଚ୍ଛାରେ ଚଳାଇ ନେଉଛି, ସବୁକଥା ଲେଖିବସିଲେ ଗ୍ରନ୍ଥଟିଏ ହେବ। ମୋବାଇଲକୁ ନେଇ କାହାର କେତେ କ’ଣ ଅନୁଭୂତି। ମୋ ଅନୁଭୂତିରୁ କଥାଟିଏ ଶୁଣନ୍ତୁ।
ଘଟଣାଟି ଷ୍ଟେଶନ ପାଖରେ ଥିବା ଗୋଟେ ବେସରକାରୀ ଶୌଚାଳୟରେ ଘଟିଥିଲା। ଆଜ୍‌ବେଷ୍ଟସ୍‌ ଛାଉଣି ଧାଡ଼ିଏ ଘର। ତା’ ଭିତରେ ଟିଣକବାଟ ଲାଗିଥିବା କେତୋଟି ଦୁଇଫୁଟିଆ ପାଇଖାନା। ମଝିରେ ତିନିଇଞ୍ଚତ୍ଆ ପତଳା କାନ୍ଥ। ସେଇଥିରୁ ଗୋଟିକରେ ମଁୁ ବସିଛି। ହଠାତ୍‌ ସେପାଖ ପାଇଖାନାରୁ ଶୁଭିଲା- ଆଉ କ’ଣ ଖବର? ମଁୁ କହିଲି- ଭଲ। -କାମ ଠିକ୍‌ ଚାଲିଛି। – ନା, ଟିକେ କଠିନ ଦୋଷ ଅଛି। -ମୁଁ ଯିବି କି? -ଆପଣ ଆସିଲେ କ’ଣ ତରଳିଯିବ? ସେପଟ ଲୋକଟି ହଠାତ୍‌ ବଡ଼ପାଟିରେ କହିଲା- ତୁ ଟିକେ ଫୋନ୍‌ଟା ରଖିଲୁ। ସେପଟେ କିଏ ଗୋଟେ ବସି ମୋର ସବୁକଥାରେ ଜବାବ ଦେଉଛି। ଯାଉଛି ତା’ ହରି ଛଡ଼ାଇଦେବି।
ବିକାଶ ନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର, ମୋ- ୯୪୩୭୨୯୬୮୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri