ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ବାଳକ ମୃତ

ବାଲେଶ୍ୱର ଅଫିସ,୨୮।୫: ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଶଶିକାନ୍ତ ଦାସଙ୍କ ପୁଅ ହରିଶ(୧୫)।

ସୂଚନାନୁଯାୟୀ, ହରିଶ ପୂର୍ବାହ୍ନ ୯ଟାରେ ସାଙ୍ଗମାନଙ୍କ ସହ ଗାଧୋଇବା ଲାଗି ରସୁଲପୁର ନଦୀଘାଟକୁ ଯାଇଥିଲେ। ଗାଧୋଇବା ବେଳେ ନଦୀ ମଧ୍ୟରେ ଥିବା ଏକ ଗଭୀର ଗଣ୍ଡରେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ଭାସିଯାଉଥିବା ଦେଖି ତାଙ୍କ ସାଙ୍ଗ ଏବଂ ଗ୍ରାମବାସୀ ହରିଶଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କୁ ଉଦ୍ଧାର କରାଯାଇପାରି ନ ଥିଲା। ଏନେଇ ବାଲିଆପାଳ ଦମକଳ ବିଭାଗକୁ ଖବର ଦିଆଯାଇଥିଲା। ପରେ ଅଗ୍ନିଶମ ବିଭାଗ କର୍ମଚାରୀ ନଦୀରେ ବହୁ ଖୋଜାଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ। ଏଥିସହ ଖବର ପାଇ ବାଲିଆପାଳ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତେବେ ହରିଶଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri