ସୁବର୍ଣ୍ଣରେଖା ବାଲିସୈରାତ ଅନୁଧ୍ୟାନ କଲେ ଏନଜିଟି, ଇଏନଭି ଟିମ୍‌

ଜଳେଶ୍ୱର, ୪।୧୨(ଡି.ଏନ.ଏ./ସ୍ବ.ପ୍ର)-ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଲୁଟ୍‌ ଘଟଣା ଥମିବାର ନାଁ ଧରୁ ନାହିଁ। ପଶ୍ଚିମବଙ୍ଗ ମାଫିଆମାନେ ନାଲି ଆଖି ଦେଖାଇ ନୌକାରେ ଶକ୍ତିଶାଳୀ ସ୍ବମ୍ପପମ୍ପ ବ୍ୟବହାର କରି ବାଲି ଲୁଟ୍‌ କରିବାକୁ ପଛାଉନାହାନ୍ତି। ଓଡ଼ିଶା ପୋଲିସ ଓ ପ୍ରଶାସନ ଉପରେ ବାଲି ମାଫିଆମାନେ ଆକ୍ରମଣ କରିବା ଭଳି ଘଟଣା ଅତୀତରେ ଘଟିଛି। ସୁବର୍ଣ୍ଣରେଖାରୁ ଅବାଧ ଓ ବେଆଇନ ବାଲି ଚାଲାଣ ଯୋଗୁ କୂଳକ୍ଷୟ ଘଟି ଓଡିଶା ପ୍ରତି ବିପଦ ସୃଷ୍ଟି କରିଚାଲିଛି। ଏହି ପରିପ୍ରେକ୍ଷୀରେ ଆନ୍ତଃରାଜ୍ୟ ସୀମା ବିବାଦ ପରିସ୍ଥିତିକୁ ଅଧିକ ଜଟିଳ ରୂପ ଦେଇଛି। ସୁବର୍ଣ୍ଣରେଖା ନଦୀର ବାଲି ସୌରାତରୁ ବେଆଇନ ବାଲି ଉତ୍ତୋଳନ ଓ ସୀମା ବିବାଦ ନେଇ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ମାମଲା ରୁଜୁ ହୋଇ ବିଚାରାଧୀନ ଥିବା ବେଳେ ମଙ୍ଗଳବାର ହାଇଦ୍ରାବାଦରୁ ଆସିଥିବା ୬ଜଣିଆ କେନ୍ଦ୍ରୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଓ ଇଏନ୍‌ଭି ଟିମ୍‌ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପହଞ୍ଚି ଦୁଇ ରାଜ୍ୟର ପଦାଧିକାରୀଙ୍କ ଉପସ୍ଥିତିରେ ନଦୀ ତଟବର୍ତ୍ତୀ ବାଲି ସୈରାତଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏନଜିଟି କମିଟିର ଏହି ଅନୁଧ୍ୟାନ ଓ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।
ଏନ୍‌ଜିଟି ଟିମ୍‌ର ସଦସ୍ୟମାନେ ଆସି ପହଞ୍ଚିବା ପରେ ବିବାଦୀୟ ବାଲି ସୈରାତ ନିକଟକୁ ଯାଇ ଅନୁଧ୍ୟାନ କରିଥିଲେ। ଏହି ଟିମ୍‌ରେ କେତେକ ପରିବେଶବିତ୍‌ ରହିଥିଲେ। ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ନୀଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ ସମ୍ବିତ୍‌ ନାୟକ, ଜଳେଶ୍ୱର ଅତିରିକ୍ତ ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡା, ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ସିଂହ, ବନାଞ୍ଚଳ ଅଧିକାରୀ ଦେବେନ୍ଦ୍ର ପାତ୍ର, ସହ ବନାଞ୍ଚଳ ଅଧିକାରୀ ସମୀର କୁମାର ସାହୁ, ଜିଲା ମତ୍ସ୍ୟ ଅଧିକାରୀ ରବିନାରାୟଣ ପଣ୍ଡା, ସହ ଅଧିକାରୀ ମହମ୍ମଦ ଫିରୋଜ, ଜଳେଶ୍ୱର ଏସ୍‌ଡିପିଓ ଉମେଶ ପଣ୍ଡା, ଜଳେଶ୍ୱର ଆଇଆଇସି ପ୍ରଦୀପ ମାଝି ଉପସ୍ଥିତ ଥିଲେ। ସେହିପରି ପଶ୍ଚିମବଙ୍ଗ ମେଦିନିପୁର ଜିଲାର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ଙ୍କ ସମେତ ବହୁ ପଦାଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଉଲ୍ଲେଖନୀୟ ଯେ, ଏନ୍‌ଜିଟିରେ ଏନେଇ ମାମଲା ରୁଜୁ ହେବା ପରେ ଏହାର ବିଚାର ଆରମ୍ଭ ହୋଇ ବେଆଇନ ବାଲି ଚାଲାଣ ରୋକିବାକୁ ପ୍ରଶାସନକୁ ତାଗିଦ୍‌ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସରଜମିନ ତଦନ୍ତ ଲାଗି ଏନ୍‌ଜିଟି ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଓ ପ୍ରଶାସନ ଆଖିରେ ଧୂଳି ଦେଇ ଚୋରା ବେପାରୀମାନେ ସ୍ବମ୍ପପମ୍ପ ଦ୍ୱାରା ନଦୀର ବହୁ ଗଭୀରରୁ ବାଲି ଉତ୍ତୋଳନ କରି ଏହାକୁ ଚାଲାଣ କରୁଥିବାରୁ ନଦୀତଟରେ ମୃତ୍ତିକା କ୍ଷୟ ସାଙ୍ଗକୁ ଜଙ୍ଗଲ ଓ ମତ୍ସ୍ୟ ସମ୍ପଦ କ୍ରମେ ଲୋପ ପାଇବାକୁ ବସିଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ବାଲିମାଫିଆଙ୍କ ଆକ୍ରୋଶର ଶିକାର ହୋଇ ଆସୁଛନ୍ତି। ଏନଜିଟି ଟିମ୍‌ର ଗସ୍ତ ପରେ ଏଭଳି ଆନ୍ତଃରାଜ୍ୟ ସମସ୍ୟାର ସମାଧାନ ପାଇଁ ବାଟ ଫିଟିବ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୧ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଶେଷଯାତ୍ରାରେ ବିଧାୟକ ଯୋଗ ଦେଇ…

ସୋହେଲା,୮ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋହେଲାର ରୋଶନ ଅଗ୍ରଓ୍ବାଲ (୪୮) ଏବଂ ତାଙ୍କ ପୁଅ ତରୁଣ(୧୨)ଙ୍କ ମୃତ୍ୟୁ ହୋଇଯାଇଛି।…

କେବଳ ଜଣେ ନୁହେଁ ଏକାବେଳେ ଦୁଇ ଯୁବକଙ୍କ ସହ ରଖିଥିଲେ ପ୍ରେମ ସମ୍ପର୍କ, ଏମିତି କ‘ଣ ହେଲା ରାତିରେ ଝୁଲିପଡ଼ିଲେ ଯୁବତୀ

ନୂଆପଡ଼ା, ୮।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ସଦର ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ସହାୟିକା ଶୁକ୍ରବାର ରାତିରେ ବେକରେ…

ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ

ଜମନକିରା,୮ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ…

୧୩ ଦିନରେ ଦୁଇଟି ବଦଳି ଅର୍ଡର, ଶିକ୍ଷାବିତ୍‌ ମହଲରେ ଅସନ୍ତୋଷ

ଡେରାବିଶ, ୮ା୮(ବେବର୍ତ୍ତା ଅଜୟ ଦାସ): ରାଜ୍ୟ ଗଣଶିକ୍ଷା ବିଭାଗର କେନ୍ଦ୍ରାପଡ଼ା ଶିକ୍ଷା ଜିଲାରେ ବିଇଓଙ୍କ ଦୁଇଟି ବଦଳି ଅର୍ଡ଼ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶିକ୍ଷାବିତ୍‌ଙ୍କ ମହଲରେ…

ଧରିତ୍ରୀ ପ୍ରଭାବ: ଦିବ୍ୟାଙ୍ଗଙ୍କ ଘରକୁ ଯାଇ ପଲିଥିନ ଦେଲେ ଆର୍‌ଆଇ

ଲୋଇସିଂହା,୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନ୍‌ଏସି ଅଧୀନର ୨ଜଣ ଦିବ୍ୟାଙ୍ଗ ଲୋଇସିଂହା ଢୋଲମହୁଲର କାଳିଆ ବଗର୍ତ୍ତି ଓ ବାଞ୍ଜିପାଲି ଗ୍ରାମର ସେବକ ସାହୁଙ୍କ ଦୃଷ୍ଟିହୀନ ସ୍ତ୍ରୀ ଲୋଇସିଂହା…

ଖେଳୁଖେଳୁ ପୋଖରୀରେ ବୁଡ଼ିଗଲା ଶିଶୁପତ୍ର, ପରିବାର ଲୋକଙ୍କୁ ବିଧାୟକ ଭେଟି…

ମହାକାଳପଡ଼ା,୮ା୮(ପ୍ରତାପ ଚନ୍ଦ୍ର ସ୍ବାଇ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବରଜ ଗ୍ରାମର ଶଙ୍କର ଦେ’ଙ୍କ ୪ବର୍ଷର ପୁଅ ସଙ୍କେତ ଶୁକ୍ରବାର ପୋଖରୀରେ ବୁଡ଼ି ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri