ସୁନାନଦୀର ସୁରକ୍ଷା ପାଇଁ ଜଳମାନବଙ୍କ ଯୋଡ଼ା ଗସ୍ତ: ଟାଟା କମ୍ପାନୀକୁ ଦେଲେ ଚେତାବନୀ

ଯୋଡ଼ା, ୮।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଜୀବନରେଖା ସୁନାନଦୀ। ଏଥିରେ ବେଆଇନ୍‌ ବନ୍ଧ ନିର୍ମାଣ ଉପରେ ସମୀକ୍ଷା କରିବା ପାଇଁ ରମନ ମାଗସେସ୍‌ ପୁରସ୍କାରପ୍ରାପ୍ତ ଜଳମାନବ ଡ. ରାଜେନ୍ଦ୍ର ସିଂ ରବିବାର ଯୋଡ଼ା ଗସ୍ତ କରିଛନ୍ତି। ଅପରାହ୍ନ ୫ଟାରେ ଯୋଡା ବ୍ଲକ ଭୂୟାଁରୋଇଡା ପଞ୍ଚାୟତର ଖଣ୍ଡବନ୍ଧ ନିକଟରେ ଥିବା ଟାଟା କମ୍ପାନୀର ଚୋରମାଲଦା ୧୦ନଂ ଖଣି ନିକଟସ୍ଥ ସୁନା ନଦୀ ଉପରେ ଟାଟା କମ୍ପାନୀ ନିର୍ମାଣ କରିଥିବା ବନ୍ଧ ନିକଟରେ ପହଞ୍ଚିଥିଲେ। ତାଙ୍କ ସହିତ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାଶ, ସଂଯୋଜକ ବିଜୟ ପ୍ରଧାନ, ଅନ୍ତର୍ଜାତୀୟ ବୁଡାଳି ସବୀର ବକ୍ସ , ସୁନାନଦୀ ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଅଶୋକ ଠକ୍କର, ସଦସ୍ୟ ଦେବକାନ୍ତ ଦାସ, କାହ୍ନୁ ଓରାମ୍‌ ପ୍ରମୁଖ ପହଞ୍ଚିି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁନାନଦୀ ଉପରେ ଟାଟା କମ୍ପାନୀ ନିର୍ମାଣ କରିଥିବା ବେଆଇନ୍‌ ବନ୍ଧ ଉପରେ ପଚାରି ବୁଝିଥିଲେ। ଏହି ନଦୀର ସୁରକ୍ଷା ପାଇଁ ସେ ସ୍ଥାନୀୟ ଯୁବକମାନଙ୍କୁ ଆଗେଇ ଆସିବା ସହିତ ଏହାକୁ ତୀବ୍ର ବିରୋଧ କରିବା ପାଇଁ ଆହ୍ବାନ ଦେଇଥିଲେ। ସମସ୍ତେ ସଙ୍ଗଠିତ ହୋଇ ସୁନାନଦୀର ଜଳକୁ ରକ୍ଷା କରିବା ଲାଗି ଅଣ୍ଟା ଭିଡ଼ିବା ପାଇଁ କହିଥିଲେ। ଏଥିପାଇଁ ସେ ସମ୍ପୂର୍ଣ୍ଣ ରୂପେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ସେ ଗତ ୩୫ ବର୍ଷ ହେଲା ଦେଶର ନଦୀ ଗୁଡ଼ିକର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ନିବେଦନ ପରେ ସେ ଭୁବନେଶ୍ୱରକୁ ଆସିଥିଲେ। ସେ ସରକାର କିମ୍ବା କମ୍ପାନୀଙ୍କ ବିନା ସହଯୋଗରେ ସ୍ଥାନୀୟ ଲୋକମାନଙ୍କ ଶକ୍ତି, ଏକତାରେ ଏହି କାର୍ଯ୍ୟ କରିପାରିଥିବା ଏବଂ ସୁନାନଦୀକୁ ମଧ୍ୟ ଲୋକମାନଙ୍କ ସହଯୋଗରେ ପୂର୍ଣ୍ଣ ସୁରକ୍ଷା ଦେଇପାରିବେ ବୋଲି ଉପସ୍ଥିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ କହିଥିଲେ। ଟାଟା କମ୍ପାନୀ ଯେଉଁଠାରେ ରହିଛି ସେଠାରେ ନଦୀର ହତ୍ୟା କରୁଛି ା ତେଣୁ ସ୍ଥାନୀୟ ଆଦିବାସୀମାନେ ସଙ୍ଗଠିତ ହୋଇ କମ୍ପାନୀ ବିରୋଧରେ ଦୃଢ ସ୍ବର ଉତ୍ତୋଳନ କରିବା ଲଗି ସିଂ ଚେତାବନୀ ଦେଇଥିଲେ। ଓଡିଶାରେ ଥିବା ନଦୀର ସୁରକ୍ଷା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିବା ଡ. ରାଜେନ୍ଦ୍ର ସିଂ ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri