ସୁଇମିଂପୁଲ୍‌ରେ ଆପଣଙ୍କ ପିଲା ସ୍ନାନ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଗ୍ରୀଷ୍ମଋତୁରେ ସୁଇମିଂପୁଲ୍‌, ଓ୍ବାଟର ପାର୍କ ଯିବା ପାଇଁ ବହୁ ଲୋକ ପସନ୍ଦ କରିଥାନ୍ତି। ବିଶେଷକରି କରି ପିଲାମାନେ ସୁଇମିଂ ପୁଲ୍‌ରେ ମଜା ନେବାକୁ ଖୁବ୍‌ ଭଲପାଆନ୍ତି। ଅଭିଭାବକମାନେ ମଧ୍ୟ ପିଲାମାନଙ୍କୁ ଖରାଦିନେ ସୁଇମିଂ ପୁଲ୍‌କୁ ନେଇ ଯାଇଥାନ୍ତି। କିନ୍ତୁ କିଛିକ୍ଷଣ ପାଇଁ ଆନନ୍ଦ ଦେଉଥିବା ପୁଲ୍‌ ଶରୀର ପାଇଁ ଅନେକ କ୍ଷତି ପହଞ୍ଚାଇଥାଏ। ଏପରିକି ପେଟ ଦରଜ, ବାନ୍ତି, ତ୍ୱଚାରେ ଜଳାପୋଡ଼ା ଆଦି ହୋଇଥାଏ। କାରଣ ପୁଲ୍‌ର ପାଣି ସଫା ରହିବା ପାଇଁ ଏଥିରେ କ୍ଲୋରିନ୍‌ର ମାତ୍ରା ଅଧିକ ମିଶା ଯାଇଥାଏ। ଯାହା ଶରୀର ପାଇଁ ହାନିକାରକ।

ଡାଇରିଆ : ପୁଲ୍‌ର ପାଣି ଦୂଷିତ ହୋଇ ଏହା ଡାଇରିଆକୁ ଆମନ୍ତ୍ରଣ କରିଥାଏ। ଏହି ପାଣିରେ ନୋରୋ ଭାଇରସ, ଇ କୋଲାଇ, ଲେଜିଓନେଲା ପରି ବ୍ୟାକ୍ଟେରିଆ ରହିଥାଏ। ତେଣୁ ସ୍ବାସ୍ଥ୍ୟ ପାଇଁ ଏହା କ୍ଷତି ପହଞ୍ଚାଇଥାଏ। ସୁଇମିଂ ପୁଲ୍‌ ଯିବା ପୂର୍ବରୁ କେତେକ ସାବଧାନତା ଜରୁରୀ। ଯେମିତି କି ମୁହଁରେ ପାଣି ନ ପଶିବା, ମଳମୂତ୍ର ତ୍ୟାଗ ନ କରିବା, ପହଁରିବା ସମୟରେ ବ୍ରେକ୍‌ ନେଇ ଟଏଲେଟ୍‌ ଯିବା ଆଦି ଆବଶ୍ୟକ।

ଦେହହାତ କୁଣ୍ଡାଇ ହେବା : ସୁଇମିଂ ପୁଲ୍‌ରେ ସ୍ନାନ କରିବା ପରେ ଦେହହାତ କୁଣ୍ଡାଇ ହୋଇଥାଏ। ଏଣୁ ଆଣ୍ଟି-ଇଚିଂ କ୍ରିମ କିମ୍ବା ମେନ୍ଥଲ କ୍ରିମ ଲଗାନ୍ତୁ। ସପ୍ତାହରୁ ଯଦି ଅଧିକ ଦିନ ଦେହ କୁଣ୍ଡାଇ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

କେଶ ଝଡ଼ିବା : ସୁଇମିଂପୁଲ୍‌ ପାଣିରେ କ୍ଲୋରିନ୍‌ର ମାତ୍ରା ଅଧିକ ଥିବାରୁ କେଶ ଝଡ଼ିଥାଏ। ଏଣୁ ପୁଲ୍‌ରେ ଗାଧୋଇବା ସମୟରେ କ୍ୟାପ୍‌ ବ୍ୟବହାର କରନ୍ତୁ। ଏହା ଦ୍ୱାରା କେଶ ଝଡ଼ିବ ନାହିଁ। ଏହା ବ୍ୟତୀତ ପୁଲ୍‌ର ଅପରେଟର ଭଲ ଭାବେ ଏହାକୁ ସଫା କରିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କୁ ADHD ରୁ ରକ୍ଷା କରିପାରେ ମା’ କ୍ଷୀର, ଜାଣନ୍ତୁ କଣ କହୁଛି ନୂଆ ଗବେଷଣା

ନୂଆଦିଲ୍ଲୀ,୩୦।୬ (ପି.ଟି.): ଆଜିକାଲି ଅନେକ କ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ହ୍ରାସ ପାଉଥିବା ଦେଖାଯାଉଛି। କେତେକ ସ୍ଥଳରେ ମା’ର ସ୍ବାସ୍ଥ୍ୟଗତ କାରଣ ଏବଂ…

ଆଜିଠୁ ୪ ରାଶିର ଖୋଲୁଛି ଭାଗ୍ୟ! ବ୍ୟବସାୟ-ଇନକମ୍ ଏବଂ ଚାକିରି କ୍ଷେତ୍ରରେ ଡବଲ୍ ଲାଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଅତ୍ୟନ୍ତ ସ୍ବତନ୍ତ୍ର ଭାବରେ ବିବେଚନା…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri