ସୁଇମିଂପୁଲ୍‌ରେ ଆପଣଙ୍କ ପିଲା ସ୍ନାନ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଗ୍ରୀଷ୍ମଋତୁରେ ସୁଇମିଂପୁଲ୍‌, ଓ୍ବାଟର ପାର୍କ ଯିବା ପାଇଁ ବହୁ ଲୋକ ପସନ୍ଦ କରିଥାନ୍ତି। ବିଶେଷକରି କରି ପିଲାମାନେ ସୁଇମିଂ ପୁଲ୍‌ରେ ମଜା ନେବାକୁ ଖୁବ୍‌ ଭଲପାଆନ୍ତି। ଅଭିଭାବକମାନେ ମଧ୍ୟ ପିଲାମାନଙ୍କୁ ଖରାଦିନେ ସୁଇମିଂ ପୁଲ୍‌କୁ ନେଇ ଯାଇଥାନ୍ତି। କିନ୍ତୁ କିଛିକ୍ଷଣ ପାଇଁ ଆନନ୍ଦ ଦେଉଥିବା ପୁଲ୍‌ ଶରୀର ପାଇଁ ଅନେକ କ୍ଷତି ପହଞ୍ଚାଇଥାଏ। ଏପରିକି ପେଟ ଦରଜ, ବାନ୍ତି, ତ୍ୱଚାରେ ଜଳାପୋଡ଼ା ଆଦି ହୋଇଥାଏ। କାରଣ ପୁଲ୍‌ର ପାଣି ସଫା ରହିବା ପାଇଁ ଏଥିରେ କ୍ଲୋରିନ୍‌ର ମାତ୍ରା ଅଧିକ ମିଶା ଯାଇଥାଏ। ଯାହା ଶରୀର ପାଇଁ ହାନିକାରକ।

ଡାଇରିଆ : ପୁଲ୍‌ର ପାଣି ଦୂଷିତ ହୋଇ ଏହା ଡାଇରିଆକୁ ଆମନ୍ତ୍ରଣ କରିଥାଏ। ଏହି ପାଣିରେ ନୋରୋ ଭାଇରସ, ଇ କୋଲାଇ, ଲେଜିଓନେଲା ପରି ବ୍ୟାକ୍ଟେରିଆ ରହିଥାଏ। ତେଣୁ ସ୍ବାସ୍ଥ୍ୟ ପାଇଁ ଏହା କ୍ଷତି ପହଞ୍ଚାଇଥାଏ। ସୁଇମିଂ ପୁଲ୍‌ ଯିବା ପୂର୍ବରୁ କେତେକ ସାବଧାନତା ଜରୁରୀ। ଯେମିତି କି ମୁହଁରେ ପାଣି ନ ପଶିବା, ମଳମୂତ୍ର ତ୍ୟାଗ ନ କରିବା, ପହଁରିବା ସମୟରେ ବ୍ରେକ୍‌ ନେଇ ଟଏଲେଟ୍‌ ଯିବା ଆଦି ଆବଶ୍ୟକ।

ଦେହହାତ କୁଣ୍ଡାଇ ହେବା : ସୁଇମିଂ ପୁଲ୍‌ରେ ସ୍ନାନ କରିବା ପରେ ଦେହହାତ କୁଣ୍ଡାଇ ହୋଇଥାଏ। ଏଣୁ ଆଣ୍ଟି-ଇଚିଂ କ୍ରିମ କିମ୍ବା ମେନ୍ଥଲ କ୍ରିମ ଲଗାନ୍ତୁ। ସପ୍ତାହରୁ ଯଦି ଅଧିକ ଦିନ ଦେହ କୁଣ୍ଡାଇ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

କେଶ ଝଡ଼ିବା : ସୁଇମିଂପୁଲ୍‌ ପାଣିରେ କ୍ଲୋରିନ୍‌ର ମାତ୍ରା ଅଧିକ ଥିବାରୁ କେଶ ଝଡ଼ିଥାଏ। ଏଣୁ ପୁଲ୍‌ରେ ଗାଧୋଇବା ସମୟରେ କ୍ୟାପ୍‌ ବ୍ୟବହାର କରନ୍ତୁ। ଏହା ଦ୍ୱାରା କେଶ ଝଡ଼ିବ ନାହିଁ। ଏହା ବ୍ୟତୀତ ପୁଲ୍‌ର ଅପରେଟର ଭଲ ଭାବେ ଏହାକୁ ସଫା କରିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri