ସୀତା ଠାକୁରାଣୀଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଢେଙ୍କିକୋଟ, ୧୬ା୬(ଡି.ଏନ୍‌.ଏ.)- ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସୀତାବିଞ୍ଜଠାରେ ଶନିବାରଠାରୁ ଆରମ୍ଭ ହୋଇଛି ୩ ଦିନିଆ ରଜମେଳା। ପ୍ରତିବର୍ଷ ପରି ରଜମେଳାର ପ୍ରଥମ ଦିନରେ ମା’ ସୀତା ଠାକୁରାଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସି ପହଞ୍ଚିଥିଲେ। ମେଳାରେ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଲୋକମାନେ ଧାଡ଼ିରେ ଯାଇ ଠାକୁରାଣୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ରଜ ସଂକ୍ରାନ୍ତୀରେ ସୀତାବିଞ୍ଜ ପାଦ ଦେଶରେ ପ୍ରବାହିତ ସୀତାନଦୀରେ ବୁଡ଼ ପକାଇ ମା’ସୀତାଠାକୁରାଣୀ ଓ ତାଙ୍କ ଜମଜ ପୁତ୍ର ଲବକୁଶଙ୍କୁ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି।
ମୁଖ୍ୟ ପୂଜକ ନାଥ ଦେହୁରୀ ଭୋର ୫ଟାରୁ ମା’ଙ୍କ ସ୍ନାନାଦି ପୂଜାବିଧି ସମ୍ପନ୍ନ କରିବାପରେ ସକାଳ ୬ଟାରେ ଆଳତୀ କରାଯାଇଥିଲା। ଏହା ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ ମିଳିଥିଲା। ତ୍ରେତୟା ଯୁଗର କିମ୍ବଦନ୍ତୀ ବହନ କରୁଥିବା ସୀତାବିଞ୍ଜରେ ପଡ଼ିଥିବା ରଜମେଳାରେ ବିଭିନ୍ନ ପସରା ଆକର୍ଷଣ ସାଜିଛି। ମେଳାର ପ୍ରଥମ ଦିନରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଉକ୍ତ ମା’ଙ୍କୁ ଦର୍ଶନ କରିଥିବା କୁହାଯାଇଛି। ସୀତାବିଞ୍ଜ ଗ୍ରାମବାସୀଙ୍କ ସମେତ ଟ୍ରଷ୍ଟି ଏବଂ ଗ୍ରାମର ମହିଳା ମଣ୍ଡଳ ମେଳା ପରିଚାଳନାରେ ସହଯୋଗ କରିଥିଲେ। ଟ୍ରଷ୍ଟି ପକ୍ଷରୁ ମାଘ ଦେହୁରୀ, ନାରଣ ଦେହୁରୀ, ରବୀନ୍ଦ୍ର ଦେହୁରୀ ଏବଂ ବିକାଶ ଦେହୁରୀ କାର୍ଯ୍ୟ ତଦାରଖ କରିଥିବା ସଭାପତି ଦୁଃଶାସନ ନାୟକ ପ୍ରକାଶ କରିଛନ୍ତି। ଢେଙ୍କିକୋଟ ଫାଣ୍ଡି ଓ ଘଟଗାଁ ଥାନା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏଥିସହ କେନ୍ଦୁଝର ଜିଲା ସଦର ମହକୁମାରୁ ଆସିଥିବା ପୋଲିସ ଫୋର୍ସ ମୁତୟନ ରହିଥିଲେ। ସୀତାବିଞ୍ଜରେ ପୁରାତନ ଯୁଗର ଶିଳାଲିପି, ରାବଣ ଛାୟା ଭଣ୍ଡାରଘର ଓ ଚତୁର୍ମୁଖୀ ବ୍ରହ୍ମା ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ ସବୁ ବିଗାଡ଼ି ଦେଇଛନ୍ତି….CSK ବିଦା ପରେ କାହିଁକି ଏମିତି କହିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୨।୫: ଚେନ୍ନାଇ ସୁପର କିଙ୍ଗ୍ସ ପୁଣିଥରେ IPLରୁ ଖାଲି ହାତରେ ଫେରିଛି। IPL ଇତିହାସର ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ ତଥା ପାଞ୍ଚ ଥର ଚାମ୍ପିଅନ…

OBC ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ: ଯଦି ମାତାପିତା ଆଇଏଏସ ଅଧିକାରୀ ତେବେ…

ନୂଆଦିଲ୍ଲୀ,୨୨।୫: ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କରିଛନ୍ତି। କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଯଦି ମାତାପିତା ଆଇଏଏସ ଅଧିକାରୀ, ତେବେ ସେମାନେ…

ପନିର ଖାଇ ICUରେ ୭ ଛାତ୍ର! NCC ଶିବିରରେ ଆତଙ୍କ

ଜବଲପୁର,୨୨।୫: ମଧ୍ୟ ପ୍ରଦେଶର ଜବଲପୁରର ଡୁମନାରେ IIITDM କ୍ୟାମ୍ପସ ମଧ୍ୟରେ ଚାଲିଥିବା NCC ଶିବିରରେ ଆତଙ୍କ ସୃଷ୍ଟି ହୋଇଛି। ରାତ୍ରୀଭୋଜନ ପରେ ହଠାତ୍‌ ୫୦ରୁ ଅଧିକ କ୍ୟାଡେଟଙ୍କ…

୧୯ ବର୍ଷୀୟା ବଧୂ, ୪୦ ବର୍ଷୀୟ ବର: ବରମାଳା ପୂର୍ବରୁ ଧରାପଡିଲେ ନକଲି ବର, ଗାଁ ଲୋକେ କାବୁ କରି ….

ପାଟନା,୨୨ା୫: ବିହାରର ମୁଜାଫରପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦମ୍ପତି ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା । ରାଜସ୍ଥାନର…

‘କକ୍ରୋଚ ଜନତା ପାର୍ଟି’ର ‘X ଆକାଉଣ୍ଟ’ ବ୍ୟାନ ପରେ ରାଗିଲେ ମହୁଆ ମୋଇତ୍ରା, କହିଲେ…

କୋଲକାତା,୨୨।୫: ‘କକ୍ରୋଚ ଜନତା ପାର୍ଟି’ର X ଆକାଉଣ୍ଟ ଏକ ବ୍ୟଙ୍ଗାତ୍ମକ ପୃଷ୍ଠା ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଥିଲା, ଏବେ ଏହା ଭାରତରେ…

ୟୁଟ୍ୟୁବର ସବ୍ୟସାଚୀ ଅମିତାଭଙ୍କ ଗିରଫକୁ ନେଇ ଚର୍ଚ୍ଚା: ଜୋର୍‌ ଧରିଛି ରାଜନୀତି

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ମୁଖ୍ୟାଳୟ ସର୍କିଟ ହାଉସ୍‌ରେ କାର୍‌ ଧକ୍କାରେ ସେଠାକାର କର୍ମଚାରୀଙ୍କ ବାଇକ୍‌ ଭାଙ୍ଗିବା ଏବଂ ଜଗୁଆଳିଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ୟୁଟ୍ୟୁବର…

କଲେଜ କ୍ୟାଣ୍ଟିନରେ ପ୍ରଥମ ଭେଟ…କିଏ ଏହି ଏହି ଶ୍ରୀନାଥ? ଯାହାଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତି ବିଜୟ

ଥିରୁଭାନନ୍ତପୁରମ,୨୨।୫: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଗୁରୁବାର ତାଙ୍କ କ୍ୟାବିନେଟର ବିସ୍ତାର କରିଛନ୍ତି। ଏହି ସମାରୋହରେ ୨୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ରାଜ୍ୟପାଳ…

ହର୍ମୁଜରେ ବଢି ଚାଲିଛି ସମସ୍ୟା ଉପରେ ସମସ୍ୟା, ଦେଖି ଚାହିଁ ଖର୍ଚ୍ଚ କରନ୍ତୁ LPG

ନୂଆଦିଲ୍ଲୀ/ତେହରାନ,୨୨।୫: ଇରାନ ସହିତ ସଂଘର୍ଷ ଯୋଗୁ ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଆଉ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି। ଏହି ସମୟରେ, ସମସ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri