Posted inଖେଳ

ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ,୨୧।୯ (ପି.ଟି.)- ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ରବିବାର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବା ପରେ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଅନ୍ତିମ ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ୨-୦ରେ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ଦ୍ୱିତୀୟ ଟି୨୦ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଭାରତ ବିଜୟ ହାସଲ କରିଥିଲା। ବୋଲର ଓ ଅଧିନାୟକ ବିରାଟା କୋହଲିଙ୍କ ପ୍ରଦର୍ଶନ ସହାୟତାରେ ଭାରତ ସହଜରେ ବିଜୟ ହାସଲ କରିଥିଲା। ଅନ୍ତିମ ମ୍ୟାଚ୍‌ରେ ଭାରତ ମଧ୍ୟ ଏହି ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି।
ଯୁବ ଖେଳାଳିଙ୍କୁ ନେଇ ଗଠିତ ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ଦଳ ଅବଶ୍ୟ ଘରୋଇ ଭାରତ ତୁଳାନାରେ ସାମାନ୍ୟ ପଛରେ ଥିବା ପରି ମନେ ହେଉଛି। ତେଣୁ ଭାରତ ଏହି ମୁକାବିଲାରେ ଫେଭରାଇଟ୍‌ କୁହାଯାଉଛି। ଖରାପ ଶଟ୍‌ ଖେଳି ବେପରୁଆ ଭାବେ ଆଉଟ୍‌ ହେଉଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗତ ମ୍ୟାଚ୍‌ରେ ମଧ୍ୟ ସମାନ କାରଣ ଯୋଗୁ ବିଫଳ ହୋଇଥିଲେ। ଫଳରେ ଏବେ ସେ ସମସ୍ତଙ୍କ ନଜରରେ ରହିବା ସହ ଯାଞ୍ଚ୍‌ ପରିସରରେ ରହିଛନ୍ତି। ଏବେ ପନ୍ତଙ୍କୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ତାଙ୍କ ଶଟ୍‌ ଚୟନ ଓ ସ୍ବଭାବ ନେଇ କେତେକେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଫର୍ମରେ ମଧ୍ୟ ଯଥେଷ୍ଟ ଅବନତୀ ହୋଇଛି। ଫଳରେ ତାଙ୍କ ପ୍ରତିଭାକୁ ନେଇ ଚର୍ଚ୍ଚା ହେଉଥିବା ଚର୍ଚ୍ଚାକୁ ମଧ୍ୟ କେତେକେ ଅସ୍ମୀକାର କରିବାକୁ ପଛାଇ ନାହାନ୍ତି। ଅବଶ୍ୟ ସୁନୀଲ ଗାଭାସ୍କରଙ୍କ ଭଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ୨୧ ପନ୍ତଙ୍କୁ ଉତ୍ସାହିତ କରିବା ସହ ସମର୍ଥନ କରିଛନ୍ତି। ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଆୟୋଜନ ହେବାକୁ ଆଉ ମାତ୍ର ବର୍ଷେ ବାକି ରହିଛି। ଏପରି ସ୍ଥଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ବାଦ୍‌ ଦେଇ ଭବିଷ୍ୟତ କରିବା କଥା ଚିନ୍ତା କରିବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଦଳ ଭଲ ପ୍ରଦର୍ଶନ କରି ବିଜୟୀ ହେଉଥିବାରୁ ପନ୍ତଙ୍କ ପ୍ରଦର୍ଶନକୁ ନେଇ ଅବଶ୍ୟ ସେତେଟା ଚର୍ଚ୍ଚା ହେଉ ନାହିଁ।
ମୋହାଲିରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ କୋହଲିଙ୍କୁ ରୋକିବାରେ ଦକ୍ଷିଣ ଆଫ୍ରିକା ବୋଲରମାନେ ବିଫଳ ହୋଇଥିଲେ। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ ମଧ୍ୟ ମୋହଲି ଭଳି ମନେ ହେଉଥିବାରୁ କୋହଲି ପୁଣି ଥରେ କମାଲ କରିବେ ବୋଲି ଆଶା କରାଯାଉଛି। କୋହଲିଙ୍କ ପୂର୍ବରୁ ଭାରତୀୟ ଓପିନିଂ ଯୋଡି ରୋହିତ ଶର୍ମା ଓ ଶିଖର ଧାଓ୍ବନ୍‌ଙ୍କୁ ପୁଣି ଥରେ କମାଲ କରିବାକୁ ପଡିବ। କାଗିସୋ ରାବାଡ଼ାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ପେସ୍‌ ବୋଲିଂ ଆଟାକକୁ ଏହି ଦୁଇ ବ୍ୟାଟ୍ସମ୍ୟାନ ପ୍ରତିହତ କରିବା ଜରୁରୀ ହୋଇ ପଡିଛି। ଏହି ଗ୍ରାଉଣ୍ଡ ସେତେଟା ବଡ଼ ନ ଥିବାରୁ ଏହି ଯୋଡି ଛକା ଓ ଚୌକା ବର୍ଷା କରିବା ଆଶା କରାଯାଉଛି। ମୋହଲିରେ ରୋହିତ ବିଫଳ ହୋଇଥିବାରୁ ଏଠାରେ ବଡ଼ ସ୍କୋର କରିବେ ବୋଲି ଆଶା କରାଯାଉଛି। ପନ୍ତ ମଧ୍ୟ ଭଲ ପ୍ରଦର୍ଶନ କରି ସମାଲୋଚକଙ୍କୁ ଚୁପ୍‌ କରାଇବା ଲକ୍ଷ୍ୟରେ ରହିବେ। ମିଡଲ ଅର୍ଡରରେ ଶ୍ରେୟାସ ଆୟାରଙ୍କ ଭଲି ପ୍ରତିଭା ସମ୍ପର୍ନ୍ନ ବ୍ୟାଟ୍ସମ୍ୟାନ ରହିଛନ୍ତି। ଆୟାରଙ୍କ ପରେ ଦୁଇ ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି।
ଦୁଇ ନିୟମିତ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତିରେ ଦୀପକ ଚହର ଓ ନବଦୀପ ସଇନି ଅବଶ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ଅଭିଜ୍ଞତା ନ ଥିଲେ ମଧ୍ୟ ଏହି ଦୁଇ ଯୁବ ଦ୍ରୁତ ବୋଲର ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ କଡ଼ା ଚ୍ୟାଲେଞ୍ଜ ଦେବାର କ୍ଷମତା ରଖୁଛନ୍ତି।
ଦକ୍ଷିଣ ଆଫ୍ରିକା ନୂଆ ଅଧିନାୟକ କ୍ୱିଣ୍ଟନ ଡିକକ୍‌ଙ୍କୁ ଅଧିକ ଦାୟିତ୍ୱ ସମ୍ପନ୍ନ ହୋଇ ଖେଳିବାକୁ ପଡିବ। ଡେଭିଡ ମିଲର ଓ ରିଜା ହିଣ୍ଡ୍ରିକ୍ସଙ୍କ ଭଳି ବ୍ୟାଟ୍ସମ୍ୟାନ ତାଙ୍କୁ ସହଯୋଗ କରିବେ ବୋଲି ଆଶା କରାଯାଉଛି। ଦ୍ୱିତୀୟ ମ୍ୟାଚ୍‌ରେ ଡିକକ୍‌ ବୋଲରମାନଙ୍କୁ ଠିକ୍‌ ଭାବେ ହ୍ୟାଣ୍ଡଲ କରିପାରି ନ ଥିଲେ। ଦ୍ରୁତ ବୋଲରଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନ ସୁନ୍ଦର ଭାବେ ଖେଳିଥିଲେ। ତେବେ ଏହା ସତ୍ତ୍ୱେ ସେ ସ୍ପିନରଙ୍କମାନଙ୍କୁ ଡେରିରେ ବୋଲିଂ କରିବାକୁ ସୁଯୋଗ ଦେଇଥିଲେ। ସେ ଏହି ତ୍ରୁଟି ସୁଧାରିବେ ବୋଲି ଆଶା କରାଯାଉଛି। ଦକ୍ଷିଣ ଆଫ୍ରିକ ଏହି ମ୍ୟାଚ୍‌ ଜିତି ଅତିକମ୍‌ରେ ସିରିଜ ଅମୀମାଂସିତ ରଖିବାକୁ ଚେଷ୍ଟା କରିବ। ଫଳରେ ରବିବାର ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପଣ୍ଡେ, ରିଷଭ ପନ୍ତ (ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କ୍ରୁନାଲ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ ଅହମ୍ମଦ, ଦୀପକ ଚହର ଓ ନବଦୀପ ସଇନି।
ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡିକକ୍‌ (ଅଧିନାୟକ), ରାସି ଭାନଡେର ଡୁସେନ (ଉପ- ଅଧିନାୟକ), ଟେମ୍ବା ବଭୁମା, ଜନିୟର ଡାଲା, ବିଜୋର୍ନ ଫର୍ଚ୍ୟୁନ, ବେଉରାନ ହେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ଅନରିଚ ନୋର୍ଜ, ଆଣ୍ଡିଲ ଫେଲୁକ୍ୱାୟୋ, ଡ୍ବେନ ପ୍ରିଟୋରିୟସ, କାଗିସୋ ରାବାଡ଼ା, ତାବ୍ରେଜ ଶାମସି ଓ ଜନ-ଜନ ସ୍ମୁଟ୍ସ।
ସମୟ: ସନ୍ଧ୍ୟା ୭ଟା
ସ୍ଥାନ: ବେଙ୍ଗାଲୁରୁ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri