ସିଏଏ ନିଆଁରେ ଓଡ଼ିଆ ଯୁବକ ପ୍ରସଙ୍ଗ:ଚର୍ଚ୍ଚାରେ ‘ପାଗଳ କାର୍ତ୍ତିକ’ ପୋଷ୍ଟ

ବରଗଡ଼ ଅଫିସ/ପଦ୍ମପୁର, ୨୦।୧୨:ନୂଆଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ବୁଧବାର ଇଣ୍ଡିଆ ଗେଟ୍‌ ନିକଟରେ କାର୍ତ୍ତିକ ମେହେର ନାମକ ଜଣେ ଓଡ଼ିଆ ଯୁବକ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଶରୀର ପ୍ରାୟ ୯୦ ଭାଗ ପୋଡ଼ିଯାଇଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ରାମ ମନୋହର ଲୋହିଆ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏହି ରିପୋର୍ଟ ଲେଖା ହେବା ବେଳକୁ ତାଙ୍କ ଅବସ୍ଥାରେ ସୁଧାର ଆସିନାହିଁ। ଚିକିତ୍ସାଧୀନ ଥିବା କାର୍ତ୍ତିକଙ୍କ ଘର ବରଗଡ଼ ଜିଲା ପଦ୍ମପୁର ନିକଟ ବୁଧାପାଲି ଗ୍ରାମରେ। ତେବେ ସେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ତାହା ଏଯାଏ ଅସ୍ପଷ୍ଟ ରହିଛି। ଏ ନେଇ କାର୍ତ୍ତିକଙ୍କ ଭାଇ ବିକ୍ରମ ମଧ୍ୟ କୌଣସି ସ୍ପଷ୍ଟ ଉତ୍ତର ରଖିପାରି ନାହାନ୍ତି। ତେବେ ସେ କହିଛନ୍ତି, କାର୍ତ୍ତିକ କାହିଁକି ଆତ୍ମାହୁତି ଉଦ୍ୟମ କଲେ ତା’ର ପ୍ରକୃତ କାରଣ ଖୋଜାଯାଉ। ଯଦି ପ୍ରକୃତ କାରଣ କେହି ଜାଣିବାକୁ ଚାହୁଁଛନ୍ତି କାର୍ତ୍ତିକଙ୍କ ‘ପାଗଳ କାର୍ତ୍ତିକ’ ଫେସବୁକ୍‌ ଆକାଉଣ୍ଟକୁ ଯାଆନ୍ତୁ, ସେଥିରେ ସବୁ ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା ସେ କହିଛନ୍ତି।
ବିକ୍ରମଙ୍କ କହିବା ଅନୁଯାୟୀ, କାର୍ତ୍ତିକଙ୍କ ଏକ ଫେସବୁକ୍‌ ଆକାଉଣ୍ଟ ରହିଛି। ‘ପାଗଳ କାର୍ତ୍ତିକ’ଙ୍କ ନାମରେ ସେ ସେହି ଆକାଉଣ୍ଟ ଖୋଲିଛନ୍ତି। ସେହି ଆକାଉଣ୍ଟରେ କାର୍ତ୍ତିକ କିଛିଦିନ ତଳେ ଏକ ପୋଷ୍ଟ କରିଛନ୍ତି ଏବଂ ସେଥିରେ ଯାହା କିଛି ଉଲ୍ଲେଖ ରହିଛି, ତାହା ହିଁ ତାଙ୍କ ଆତ୍ମାହୁତି ଉଦ୍ୟମର କାରଣ ହୋଇଥାଇପାରେ ବୋଲି ବିକ୍ରମ କହିଛନ୍ତି। ସେହି ପୋଷ୍ଟରେ ପଦ୍ମପୁର ଉପଜିଲାପାଳଙ୍କ ଠିକଣାରେ ଏକ ଦରଖାସ୍ତ ଲେଖାଯିବା ସହିତ ବିଭିନ୍ନ ଦାବି ଉଲ୍ଲେଖ କରାଯାଇଛି। ସେହି ଦାବି ନେଇ ସେ ଗତ ୧୩ତାରିଖରେ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ପୂର୍ବରୁ ଅନଶନ କରିବେ ବୋଲି ଲେଖିଥିଲେ। ଏହା ସତ୍ତ୍ବେ ଦାବି ପୂରଣ ନ ହେଲେ ଗୃହମନ୍ତ୍ରୀ, ସୁପ୍ରିମକୋର୍ଟ କିମ୍ବା ରାଷ୍ଟ୍ରପତି ଭବନ ସମ୍ମୁଖରେ ଇଚ୍ଛାମୃତ୍ୟୁ ପାଇଁ ବାଧ୍ୟହେବେ ବୋଲି ଉଲ୍ଲେଖ କରିଛନ୍ତି। ଏହି ପୋଷ୍ଟ କାର୍ତ୍ତିକଙ୍କ ଅଟେ ବୋଲି ବିକ୍ରମ କହୁଛନ୍ତି। ଦିଲ୍ଲୀ ଯାଇ ସେଠାରେ ସେ ଆତ୍ମାହୁତି ଉଦ୍ୟମ କରିବା ଯୋଗୁ ଉକ୍ତ ଫେସବୁକ୍‌ ପୋଷ୍ଟ ସହିତ ତାଙ୍କ ସମ୍ପର୍କ ଥାଇପାରେ ବୋଲି ଅନୁମାନ କରାଯାଉଛି।
ବିକ୍ରମ ଆହୁରି କହିଛନ୍ତି, ଗତ ରବିବାର କାର୍ତ୍ତିକ ଘରୁ ବାହାରି ଆଉ ଫେରି ନାହାନ୍ତି। ଘରକୁ ଫେରି ନ ଥିବାରୁ ଗତ କିଛିଦିନ ତଳେ ସେ ଫୋନ୍‌ କରିଥିଲେ ଏବଂ ସେ ଦିଲ୍ଲୀ ଯାଉଥିବା ନେଇ ତାଙ୍କୁ କହିଥିଲେ ବୋଲି ବିକ୍ରମ ପ୍ରକାଶ କରିଛନ୍ତି। ଅନ୍ୟପଟେ ବୁଧବାର ସନ୍ଧ୍ୟାରେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଫୋନ କରି ଦିଲ୍ଲୀରେ କାର୍ତ୍ତିକଙ୍କ ଆତ୍ମାହୁତି ଉଦ୍ୟମ ନେଇ ଅବଗତ କରାଇଥିବା ବିକ୍ରମ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୮ ବିଜେପୁର ଉପନିର୍ବାଚନ ସମୟରେ ଅର୍ଥାତ୍‌ ଫେବୃୟାରୀ ୨୦ରେ ବରପାଲି ବ୍ଲକ କୁମ୍ଭାରୀରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଉଥିବାବେଳେ କାର୍ତ୍ତିକ ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ଏହା ପୂର୍ବରୁ ପଦ୍ମପୁରରେ ଅନ୍ୟ ଏକ ସଭା ଚାଲିଥିବାବେଳେ କାର୍ତ୍ତିକ ଏକ କୋଠା ଉପରକୁ ଚଢ଼ି କଳା ପତାକା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ। ଏକ ବୁଣାକାର ପରିବାରରେ ଜନ୍ମିତ କାର୍ତ୍ତିକଙ୍କ ପରିବାରରେ ମା’ ବାପା, ଭାଇ, ଭଉଣୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri