୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ଛଡ଼ାଇ ଆଣିଛନ୍ତି ଜଣେ ସାହସୀ ସ୍ତ୍ରୀ ା ଗ୍ରୀସ୍‌ରୁ ଜର୍ମାନୀ ଅଭିମୁଖେ ଯାଉଥିବା ରାଇନଏୟାର ବିମାନରେ ଘଟିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ା
ମିଳିଥିବା ସୂଚନା ମୁତାବକ, ବୋଇଂ ୭୩୭ ଏନଜି ବିମାନଟି ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ପ୍ରାୟ ୧୩ହଜାର ଫୁଟ ଉଚ୍ଚତାରେ ପହଞ୍ଚିବା ପରେ, ଏହାର ଡାହାଣ ପାର୍ଶ୍ୱ ଇଞ୍ଜିନରେ ଏକ ଭୟଙ୍କର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲାା ଫଳରେ ଇଞ୍ଜିନଟି ପରେ ପୃଥକ ହେବାକୁ ଲାଗିଥିଲା ଏବଂ ଇଞ୍ଜିନର ଭଗ୍ନାଂଶଗୁଡ଼ିକ ଛିଟିକି ଯାଇ କ୍ୟାବିନର କାଚରେ ମାଡ଼ ହୋଇଥିଲା ା ଫଳରେ ବିମାନରେ ବାୟୁ ଚାପ ଯୋଗୁ ସେହି ସିଟରେ ବସିଥିବା ସର୍ୱିଆର ଜଣେ ୬୧ ବର୍ଷୀୟ ବୃଦ୍ଧ ବାହାରକୁ ଟାଣି ହୋଇଯାଇଥିଲେ। ତେବେ ଏଭଳି ସମୟରେ ଧୈଯର୍‌ୟ ନ ହରାଇ ସ୍ୱାମୀଙ୍କ ପାଇଁ ରକ୍ଷାକବଚ ସାଜିଥିଲେ ସ୍ତ୍ରୀ ା
ସେ ତୁରନ୍ତ ନିଜ ସ୍ୱାମୀଙ୍କୁ ଟାଣି ଧରିପକାଇଥିଲେ ଏବଂ ତାଙ୍କ ଚିକତ୍ାର ଶୁଣି ଅନ୍ୟ ସହଯାତ୍ରୀମାନେ ମଧ୍ୟ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ା ପାଇଲଟଙ୍କ ସୂଚନା କ୍ରମେ ବିମାନଟିକୁ ଜରୁରିକାଳୀନ ଅବତରଣ କରାଯିବା ପର୍ଯ୍ୟନ୍ତ ସମସ୍ତେ ମିଶି ସେହି ବ୍ୟକ୍ତିଙ୍କୁ ପ୍ରାୟ ଆକାଶ ମାର୍ଗରେ ଓହଳିଥିବା ଅବସ୍ଥାରେ ଭିତରକୁ ଟାଣି ଧରି ରଖିଥିଲେ ା ପୂର୍ୱରୁ ୨୦୧୮ରେ ସାଉଥଓ୍ୱେଷ୍ଟ ଏୟାରଲାଇନ୍ସର ଏକ ବିମାନରେ ଏହିଭଳି ସମାନ ଦୁର୍ଘଟଣା ଘଟି ଜଣେ ମହିଳା ଯାତ୍ରୀ ପ୍ରାଣ ହରାଇଥିଲେ ା କିନ୍ତୁ ଉପରଲିଖିତ ଘଟଣାରେ ସ୍ତ୍ରୀଙ୍କ ସାହସିକତା ଯୋଗୁ ଏକ ବଡ଼ ବିପଦ ଟଳିଯାଇଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛିା ଏହି ୧୮ବର୍ଷ ପୁରୁଣା ବିମାନଟି ଏକ ବୋଇଂ ୭୩୭ ଏନଜି , ଯେଉଁଥିରେ ସିଏଫ୍‌ଏମ୍‌ ଇଞ୍ଜିନ ଲାଗିଛି ା ପୂର୍ୱରୁ ମଧ୍ୟ ଏପରିି ସମାନ ଧରଣର ଘଟଣାଗୁଡ଼ିକ ପରେ ଏହି ଇଞ୍ଜିନକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା ଏବଂ ଏହା ଯାଞ୍ଚ ପରିସରଭୁକ୍ତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri