୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ଛଡ଼ାଇ ଆଣିଛନ୍ତି ଜଣେ ସାହସୀ ସ୍ତ୍ରୀ ା ଗ୍ରୀସ୍‌ରୁ ଜର୍ମାନୀ ଅଭିମୁଖେ ଯାଉଥିବା ରାଇନଏୟାର ବିମାନରେ ଘଟିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ା
ମିଳିଥିବା ସୂଚନା ମୁତାବକ, ବୋଇଂ ୭୩୭ ଏନଜି ବିମାନଟି ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ପ୍ରାୟ ୧୩ହଜାର ଫୁଟ ଉଚ୍ଚତାରେ ପହଞ୍ଚିବା ପରେ, ଏହାର ଡାହାଣ ପାର୍ଶ୍ୱ ଇଞ୍ଜିନରେ ଏକ ଭୟଙ୍କର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲାା ଫଳରେ ଇଞ୍ଜିନଟି ପରେ ପୃଥକ ହେବାକୁ ଲାଗିଥିଲା ଏବଂ ଇଞ୍ଜିନର ଭଗ୍ନାଂଶଗୁଡ଼ିକ ଛିଟିକି ଯାଇ କ୍ୟାବିନର କାଚରେ ମାଡ଼ ହୋଇଥିଲା ା ଫଳରେ ବିମାନରେ ବାୟୁ ଚାପ ଯୋଗୁ ସେହି ସିଟରେ ବସିଥିବା ସର୍ୱିଆର ଜଣେ ୬୧ ବର୍ଷୀୟ ବୃଦ୍ଧ ବାହାରକୁ ଟାଣି ହୋଇଯାଇଥିଲେ। ତେବେ ଏଭଳି ସମୟରେ ଧୈଯର୍‌ୟ ନ ହରାଇ ସ୍ୱାମୀଙ୍କ ପାଇଁ ରକ୍ଷାକବଚ ସାଜିଥିଲେ ସ୍ତ୍ରୀ ା
ସେ ତୁରନ୍ତ ନିଜ ସ୍ୱାମୀଙ୍କୁ ଟାଣି ଧରିପକାଇଥିଲେ ଏବଂ ତାଙ୍କ ଚିକତ୍ାର ଶୁଣି ଅନ୍ୟ ସହଯାତ୍ରୀମାନେ ମଧ୍ୟ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ା ପାଇଲଟଙ୍କ ସୂଚନା କ୍ରମେ ବିମାନଟିକୁ ଜରୁରିକାଳୀନ ଅବତରଣ କରାଯିବା ପର୍ଯ୍ୟନ୍ତ ସମସ୍ତେ ମିଶି ସେହି ବ୍ୟକ୍ତିଙ୍କୁ ପ୍ରାୟ ଆକାଶ ମାର୍ଗରେ ଓହଳିଥିବା ଅବସ୍ଥାରେ ଭିତରକୁ ଟାଣି ଧରି ରଖିଥିଲେ ା ପୂର୍ୱରୁ ୨୦୧୮ରେ ସାଉଥଓ୍ୱେଷ୍ଟ ଏୟାରଲାଇନ୍ସର ଏକ ବିମାନରେ ଏହିଭଳି ସମାନ ଦୁର୍ଘଟଣା ଘଟି ଜଣେ ମହିଳା ଯାତ୍ରୀ ପ୍ରାଣ ହରାଇଥିଲେ ା କିନ୍ତୁ ଉପରଲିଖିତ ଘଟଣାରେ ସ୍ତ୍ରୀଙ୍କ ସାହସିକତା ଯୋଗୁ ଏକ ବଡ଼ ବିପଦ ଟଳିଯାଇଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛିା ଏହି ୧୮ବର୍ଷ ପୁରୁଣା ବିମାନଟି ଏକ ବୋଇଂ ୭୩୭ ଏନଜି , ଯେଉଁଥିରେ ସିଏଫ୍‌ଏମ୍‌ ଇଞ୍ଜିନ ଲାଗିଛି ା ପୂର୍ୱରୁ ମଧ୍ୟ ଏପରିି ସମାନ ଧରଣର ଘଟଣାଗୁଡ଼ିକ ପରେ ଏହି ଇଞ୍ଜିନକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା ଏବଂ ଏହା ଯାଞ୍ଚ ପରିସରଭୁକ୍ତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?