ରକେଟ୍‌ ଲଞ୍ଚର ‘ପିନାକା’ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୦।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆର୍‌ଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା) ର ପିଏକ୍ସଇ (ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ ପକ୍ଷରୁ ବହୁମୁଖୀ ରକେଟ୍‌ ଲଞ୍ଚର ‘ପିନାକା’ର ବ୍ୟବହାରିକ ପରୀକ୍ଷା କରାଯାଇଛି। ଗୁରୁବାର ମଧ୍ୟାହ୍ନ ୧୨ଟା ୫ମିନିଟ୍‌ରେ ଏକ ଟ୍ରକ୍‌ରୁ ଏକାଥରେ ୧୨ଟି ରକେଟ୍‌ ବିଭିନ୍ନ ଦିଗରେ ଛଡ଼ାଯାଇଥିଲା। ୧ କିଲୋଗ୍ରାମ୍‌ ୨୫୦ ଗ୍ରାମ୍‌ ଓଜନର ବିସ୍ଫୋରକ ବହନ କରି ଏହି ରକେଟଗୁଡିକ ମାତ୍ର ୪୪ ସେକେଣ୍ଡରେ ୪୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିଥିଲା। ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ ଏବଂ ବିକଶିତ କରାଯାଇଥିବା ଏହି ବହୁମୁଖୀ ରକେଟ୍‌ ଲଞ୍ଚର ପରୀକ୍ଷଣ ସଫଳ ହୋଇଥିବା କୁହାଯାଇଛି। ପିନାକାର ପରୀକ୍ଷା ସମୟରେ ଡିଆର୍‌ଡିଓର ବୈଜ୍ଞାନିକ ଓ ଏହି ପ୍ରକଳ୍ପ ସହ ସମ୍ପୃକ୍ତ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ଭାରତୀୟ ବାୟୁସେନାରେ ‘ପିନାକା’ ରକେଟ୍‌ ପୂର୍ବରୁ ସାମିଲ ହୋଇସାରିଛି।
ସୂଚନାଯୋଗ୍ୟ, ପୂର୍ବରୁ ଏକାଧିକ ବାର ‘ପିନାକା’ର ପରୀକ୍ଷଣ ହୋଇସାରିଛି। ବିଭିନ୍ନ ପରୀକ୍ଷଣ କାଳରେ ଏହାର ଦୂରତା ବୃଦ୍ଧି କରାଯାଉଛି। କାର୍ଗିଲ ଯୁଦ୍ଧ ସମୟରେ ଏହାର ବ୍ୟବହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri