କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ ଆପୋଲୋ ହସ୍ପିଟାଲରେ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବୟସଜନିତ ଅସୁସ୍ଥତା ଯୋଗୁ ସେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୫୭ରେ ପାର୍ଶ୍ୱଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିବା ଜାନକୀ ପ୍ରାୟ ୭ ଦଶନ୍ଧି ଧରି ଶ୍ରୋତାଙ୍କୁ ମୁଗ୍ଧ କରିଆସିଥିଲେ। ଓଡ଼ିଆ ସମେତ ୨୦ରୁ ଅଧିକ ଭାଷାରେ ଅନେକ ହଜାର ଗୀତ ଗାଇ ସେ ଭାରତୀୟ ସିନେମାର ଅନ୍ୟତମ ସଫଳ ପାର୍ଶ୍ୱଗାୟିକା ଭାବେ ପରିଚିତ ହୋଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଇଲିୟରାଜା ଓ କିମ୍ୱଦନ୍ତୀ ଗାୟକ ଏସ୍‌ ପି ବାଲ୍‌ସୁବ୍ରମଣ୍ୟମଙ୍କ ସହ କଣ୍ଠଦାନ କରି ଭାରତୀୟ ସଙ୍ଗୀତକୁ ଅନେକ କାଳଜୟୀ ଗୀତ ଉପହାର ଦେଇଛନ୍ତି। ଦୀର୍ଘ କ୍ୟାରିୟରରେ ଜାନକୀ ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ବିଭିନ୍ନ ରାଜ୍ୟର ୩୩ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଅର୍ଜନ କରିଥିଲେ। ୨୦୧୩ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଥିଲେ ମଧ୍ୟ ବିଳମ୍ୱ ଦର୍ଶାଇ ସେ ଗ୍ରହଣ କରି ନ ଥିଲେ। ତାଙ୍କ ମତରେ ଦୀର୍ଘ ସଙ୍ଗୀତ ସାଧନା ପାଇଁ ସେ ଦେଶର ସର୍ୱୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ର ଯୋଗ୍ୟ ଥିଲେ। ୧୯୫୯ରେ ଭି. ରାମପ୍ରସାଦଙ୍କୁ ବିବାହ କରିଥିବା ଜାନକୀ ସ୍ୱାମୀଙ୍କ ପରଲୋକ ପରେ ହାଇଦ୍ରାବାଦରେ ରହୁଥିଲେ। ତାଙ୍କ ଦେହାନ୍ତ ସହ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଏକ ଅମୂଲ୍ୟ କଣ୍ଠସ୍ୱରକୁ ହରାଇଛି। କିନ୍ତୁ ତାଙ୍କ ଗୀତ ପିଢ଼ି ପରେ ପିଢ଼ି ଶ୍ରୋତାଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବ।

ଏସ୍‌. ଜାନକୀ ୬୦ରୁ ଅଧିକ ଓଡ଼ିଆ ଗୀତ ଗାଇଛନ୍ତି। ସେ ୧୯୭୦ରେ ମୁକ୍ତିଲାଭ କରିଥିବା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ବଳିଦାନ’ ସିନେମାର ‘ନେଇ ଯାରେ ମେଘ ମୋତେ’ ଗୀତ ହେଉ ବା ‘ପଳାତକ’ ଚଳଚ୍ଚିତ୍ରର ‘ମୋ ମନ ଉପବନ’ ହେଉ ବା ‘ଗୌରୀ’ ସିନେମାର ‘ଗୋରା ଗୋରା ଗାଲେ ତୋର କଳା କଳା ଜାଇ’, ଅଲିଭା ଦାଗ ଆଲବମ୍‌ରେ ‘ଛୁଅଁନା ମୋତେ’ ଭଳି ଚିର ସବୁଜ ଗୀତ ଗାଇ ଓଡ଼ିଶାବାସୀଙ୍କ ହୃଦୟ ଜିତିଥିଲେ। ସେହିପରି ସ୍ୱପ୍ନର କୁହୁଡ଼ିରେ, କାନ୍ତଭରା ଦିବା ରଜନୀ, ପାଦରେ ପାଦ ଛନ୍ଦା, ଯା ଯାରେ ନାଗର, କାଉ ଧାନ ଖାଇଲା ବୋଲି, ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ.. ଭଳି କେତେକ ଲୋକପ୍ରିୟ ଗୀତ ଗାଇ ସେ ଓଡ଼ିଶାବାସୀଙ୍କ ହୃଦୟରେ ସ୍ଥାନ ପାଇଥିଲେ। ଓଡ଼ିଆ ସିନେମା ଓ ସଙ୍ଗୀତ ଜଗତର କିମ୍ୱଦନ୍ତୀ ଗାୟକ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କରଙ୍କ ଭଳି ସଙ୍ଗୀତ ନିର୍ଦ୍ଦେଶକଙ୍କ ଗୀତକୁ ନିଜ ଯାଦୁକରୀ କଣ୍ଠରୁ ବେଶ୍‌ ସୁମଧୁର ଭାବେ ପରଷି ଦେଉଥିଲେ ଜାନକୀ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri