ସାତ୍‌ସପନ ହେଇଛେ ଉଚ ଚିକିଛା

ଗୁଡ଼ଭେଲା,୨୩ା୯ (ଡି.ଏନ୍‌.ଏ.)- ରୂପେଲି ଠିକ୍‌ ହେଇଯିବା, ନିଜେ ନିଜର କାମ୍‌ବୁତା କରିପାରବା। ଉନିଆ ଛୁଆକର ସଂଗେ ମିଶି ଖେଲବା। ପରିବାର ଲୁକ୍‌କର ଇ ସବୁ ସପନ୍‌ ଏହେଦେ ସପନ୍‌ ହେଇ ରହିଯାଇଛେ। ଟଁକା ପଏସା ଅଭାବୁ ପରିବାର ଲୋକ୍‌ ରୂପେଲିର ଉଚ ଚିକିଛା କରେଇ ନାଇଁପାରବାର। ଇ ବାବ୍‌ଦେ ଭିନେ ଭିନେ ଗଣମାଧ୍ୟଥି ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଥାନୀୟ ପରଶାସନ ଇ ଦିଗେ ଧିଆନ୍‌ ଦେଇଥିଲା ସତ୍‌। ହେଲେ ଏହେଦେ ସଭେ ଇ ଗରିବ୍‌ ଛୁଆର ଦୁଖ୍‌କେ ପାସ୍‌ରି ଦେଇଛନ୍‌। ଝି’ର ଚିକିଛା ସାହାଯ୍‌ ଲାଗି ପରିବାର ଲୋକ୍‌ ଥାନୀୟ ନେତା ମନ୍ତ୍ରୀକୁଁ ଗୁହାରି କରି ନିରାଶ ହେଇଥିବାର ରୂପେଲିର ମା’ କୁନିତା କହିଛନ୍‌। ମାସେ ଆଗ୍‌ରୁ ରୂପେଲିକେ ବଲାଙ୍ଗୀର ମୁଖିଆ ଡାକ୍‌ତରଖାନାରେ କେତେ ପରୀକ୍ଷା କରି ଘରକେ ପଠେଇ ଦିଆଯାଇଛେ। ହେଲେ ଉଚ ଚିକିଛା ଲାଗି କେହେନ୍‌ସି ପରକାର ଉଦିଅମ ନାଇଁ କରାଯାଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍‌। ଏନ୍‌ତାଥି ମା’ବାପ୍‌ ଛୁଆର ଦୁଖ୍‌ ଦେଖି ଆଏଁଖ୍‌ଥୁ ଲହ ଗଡ଼ାଲାବେଲେ ରୂପେଲି ନିଜର ଭାଏଗ୍‌କେ ଆଦ୍‌ରି ପଡ଼ିରହିଛନ୍‌।
ପୂରବର ସୂଚନା ହିସାବେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଡୁଙ୍ଗିବାହାଲ ଗଁାର ବାପ୍‌ ମେଘନାଦ ରଣା ଆର ମା’ କୁନିତାକଁର ଝି’ ହେଉଛନ୍‌ ରୂପେଲି ରଣା(୩)। ରୂପାଲି ଜନମ ହେବାର ଦୁଇମାସ ଉତାରୁ ଜନାଗଲା ଯେ, ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରଁାତ ଅଛନ୍‌। ଏନ୍‌ତାଥି ଗରିବ୍‌ ମା’ବାପ୍‌ ରୂପେଲିକେ ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରନୁ ମୂଲ କରି ବଲାଙ୍ଗୀର, ବରପାଲି, ବୁର୍ଲାରେ ଚିକିଛା କରେଇ ନିରାଶ ହେଇଛନ୍‌। ଇଆଡ଼େ ରୂପେଲିର ବଏସ୍‌ ଅନ୍‌ସାରେ ଦିହିପା ନାଇଁ ବଢ଼ବାର। ଦିନୁଦିନ୍‌କେ ତାକର ମୁଡ଼୍‌ଟା ବଢ଼ତେଲ ଗଲାବେଲେ ହାତ୍‌ଗୋଡ଼ ସବୁ ସପୁର ହେଇଯାଉଛେ। ସବୁବେଲେ ଯେ ହେଲେ ଝନେ ତାହାକୁ ପାଇ କରୁଛନ୍‌। ତାହାକୁ ପାଇକଲାବେଲେ ଟିକେ ଇଫାଲ ସେଫାଲ ହେଲେ ତାକର ହାତ୍‌ଗୋଡ଼ ଭାଂଗି ଯାଉଛେ, ଫେର ଦିନାକେତେ ଉତାରୁ ଜୁଡ଼ି ହେଇଯାଉଛେ। ଏହେଦେ ରୂପେଲିକେ ୩ ବଛର ଉପରେ ହେଇଥିଲେ ବି ସେ କଥା କହି ନାଇଁପାରବାର। ଇଆଡ଼େ ମୁଡ଼ର ଉଜନ୍‌ ବଢ଼ତେଲ ଗଲାବେଲେ ଏହେଦେ ସେ ମୁଡ଼ ବି ସିଧା ରଖି ନାଇଁପାରବାର। ସବୁଥିରୁ ବଡ଼ ଦୁଖର କଥା ଇ ଗରିବ୍‌ ପରିବାରକେ ଆଏଜ୍‌ତକ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଇ ନାଇଁପାରି। ଇ ଦିଗେ ଜିଲା ପରଶାସନ, ସ୍ବାସ୍ଥ୍ୟ ବିଭାଗ ଦୁରୁଷ୍‌ଟି ଦେଇ ରୂପାଲିକେ ଉଚ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ତୀବ୍ର ବିରୋଧ: ହଜାରରୁ ଅଧିକ ଲୋକଙ୍କ ଜନଆନ୍ଦୋଳନ

ତିହିଡ଼ି,୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀ ହରିହଂସ କୀର୍ତ୍ତନ ମଣ୍ଡପ ପରିସରରେ ଆଜି ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍‌ ୭ଟି…

ଦୁଇ ଓସିଏସ୍‌ଙ୍କୁ ସମ୍ମାନିତ କଲେ ଜିଲାପାଳ, କହିଲେ ସମସ୍ତ ପ୍ରକାରର ଲୋକଙ୍କୁ କିପରି…

କେସିଙ୍ଗା,୧୫ା୬(ତୁମେଶ୍ୱର ସାହୁ): ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶିତ ପରେ ଉତ୍ତୀର୍ଣ୍ଣ ହୋଇଥିବା କଳାହାଣ୍ଡି ଜିଲାର କେସିଙ୍ଗା ସହରର ଚତୁର୍ଥ ସ୍ଥାନରେ ଥିବା କନକ ଜୈନ ଏବଂ…

ମୋଦିଙ୍କ ସହ ସେଲ୍‌ଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି: ଫଟୋ ଶେୟାର କରି ଲେଖିଲେ…

ନାଇସ୍‌,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇସ୍‌ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରଁଙ୍କୁ ଭେଟି ଆନନ୍ଦ ପ୍ରକାଶ କରିଥିଲେ। ଦୁଇ ନେତା ‘ଇଣ୍ଡିଆ ଇନୋଭେଟ୍ସ ୨୦୨୬’…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week
Why Dharitri