ସାତ୍‌ସପନ ହେଇଛେ ଉଚ ଚିକିଛା

ଗୁଡ଼ଭେଲା,୨୩ା୯ (ଡି.ଏନ୍‌.ଏ.)- ରୂପେଲି ଠିକ୍‌ ହେଇଯିବା, ନିଜେ ନିଜର କାମ୍‌ବୁତା କରିପାରବା। ଉନିଆ ଛୁଆକର ସଂଗେ ମିଶି ଖେଲବା। ପରିବାର ଲୁକ୍‌କର ଇ ସବୁ ସପନ୍‌ ଏହେଦେ ସପନ୍‌ ହେଇ ରହିଯାଇଛେ। ଟଁକା ପଏସା ଅଭାବୁ ପରିବାର ଲୋକ୍‌ ରୂପେଲିର ଉଚ ଚିକିଛା କରେଇ ନାଇଁପାରବାର। ଇ ବାବ୍‌ଦେ ଭିନେ ଭିନେ ଗଣମାଧ୍ୟଥି ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଥାନୀୟ ପରଶାସନ ଇ ଦିଗେ ଧିଆନ୍‌ ଦେଇଥିଲା ସତ୍‌। ହେଲେ ଏହେଦେ ସଭେ ଇ ଗରିବ୍‌ ଛୁଆର ଦୁଖ୍‌କେ ପାସ୍‌ରି ଦେଇଛନ୍‌। ଝି’ର ଚିକିଛା ସାହାଯ୍‌ ଲାଗି ପରିବାର ଲୋକ୍‌ ଥାନୀୟ ନେତା ମନ୍ତ୍ରୀକୁଁ ଗୁହାରି କରି ନିରାଶ ହେଇଥିବାର ରୂପେଲିର ମା’ କୁନିତା କହିଛନ୍‌। ମାସେ ଆଗ୍‌ରୁ ରୂପେଲିକେ ବଲାଙ୍ଗୀର ମୁଖିଆ ଡାକ୍‌ତରଖାନାରେ କେତେ ପରୀକ୍ଷା କରି ଘରକେ ପଠେଇ ଦିଆଯାଇଛେ। ହେଲେ ଉଚ ଚିକିଛା ଲାଗି କେହେନ୍‌ସି ପରକାର ଉଦିଅମ ନାଇଁ କରାଯାଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍‌। ଏନ୍‌ତାଥି ମା’ବାପ୍‌ ଛୁଆର ଦୁଖ୍‌ ଦେଖି ଆଏଁଖ୍‌ଥୁ ଲହ ଗଡ଼ାଲାବେଲେ ରୂପେଲି ନିଜର ଭାଏଗ୍‌କେ ଆଦ୍‌ରି ପଡ଼ିରହିଛନ୍‌।
ପୂରବର ସୂଚନା ହିସାବେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଡୁଙ୍ଗିବାହାଲ ଗଁାର ବାପ୍‌ ମେଘନାଦ ରଣା ଆର ମା’ କୁନିତାକଁର ଝି’ ହେଉଛନ୍‌ ରୂପେଲି ରଣା(୩)। ରୂପାଲି ଜନମ ହେବାର ଦୁଇମାସ ଉତାରୁ ଜନାଗଲା ଯେ, ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରଁାତ ଅଛନ୍‌। ଏନ୍‌ତାଥି ଗରିବ୍‌ ମା’ବାପ୍‌ ରୂପେଲିକେ ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରନୁ ମୂଲ କରି ବଲାଙ୍ଗୀର, ବରପାଲି, ବୁର୍ଲାରେ ଚିକିଛା କରେଇ ନିରାଶ ହେଇଛନ୍‌। ଇଆଡ଼େ ରୂପେଲିର ବଏସ୍‌ ଅନ୍‌ସାରେ ଦିହିପା ନାଇଁ ବଢ଼ବାର। ଦିନୁଦିନ୍‌କେ ତାକର ମୁଡ଼୍‌ଟା ବଢ଼ତେଲ ଗଲାବେଲେ ହାତ୍‌ଗୋଡ଼ ସବୁ ସପୁର ହେଇଯାଉଛେ। ସବୁବେଲେ ଯେ ହେଲେ ଝନେ ତାହାକୁ ପାଇ କରୁଛନ୍‌। ତାହାକୁ ପାଇକଲାବେଲେ ଟିକେ ଇଫାଲ ସେଫାଲ ହେଲେ ତାକର ହାତ୍‌ଗୋଡ଼ ଭାଂଗି ଯାଉଛେ, ଫେର ଦିନାକେତେ ଉତାରୁ ଜୁଡ଼ି ହେଇଯାଉଛେ। ଏହେଦେ ରୂପେଲିକେ ୩ ବଛର ଉପରେ ହେଇଥିଲେ ବି ସେ କଥା କହି ନାଇଁପାରବାର। ଇଆଡ଼େ ମୁଡ଼ର ଉଜନ୍‌ ବଢ଼ତେଲ ଗଲାବେଲେ ଏହେଦେ ସେ ମୁଡ଼ ବି ସିଧା ରଖି ନାଇଁପାରବାର। ସବୁଥିରୁ ବଡ଼ ଦୁଖର କଥା ଇ ଗରିବ୍‌ ପରିବାରକେ ଆଏଜ୍‌ତକ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଇ ନାଇଁପାରି। ଇ ଦିଗେ ଜିଲା ପରଶାସନ, ସ୍ବାସ୍ଥ୍ୟ ବିଭାଗ ଦୁରୁଷ୍‌ଟି ଦେଇ ରୂପାଲିକେ ଉଚ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri