ସାଇବର ଠକେଇ ଜାଲରେ ପୂର୍ବତନ ପୋଲିସ ଡିଜି

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟରେ ଏବେ ପୁଣି ସକ୍ରିୟ ହେଲେଣି ସାଇବର ଅପରାଧୀ। ସେମାନେ ଲୋକଙ୍କ ମେଲ୍‌ ଆଇଡି ପାସ୍‌ଓ୍ବାଡ୍‌ ଏବଂ ଅନ୍ୟ ସାଇଟ୍‌କୁ ହ୍ୟାକ୍‌ କରି ଲକ୍ଷାଧିକ ଟଙ୍କା ଦାବି କରୁଛନ୍ତି। ଏପରିକି ଟଙ୍କା ନ ଦେଲେ ପର୍ସନାଲ ଡାଟାକୁ ଭାଇରାଲ କରିଦେବାକୁ ଧମକ୍‌ ମଧ୍ୟ ଦେଉଛନ୍ତି। ଯାହାଫଳରେ ଅନେକ ଲୋକେ ଭୟରେ ଟଙ୍କା ଦେଇଦେଉଥିବା ଜଣାପଡ଼ିଛି। ଏଭଳି ଏକ ସାଇବର ଠକେଇର ଶିକାର ହୋଇଛନ୍ତି ରାଜ୍ୟର ଜଣେ ପୂର୍ବତନ ପୋଲିସ ଡିଜି। ସାଇବର ଅପରାଧିମାନେ ତାଙ୍କର ମେଲ୍‌ ଆଇଡିକୁ ହ୍ୟାକ୍‌ କରି ନେଇ ୧.୪୦ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ତାଙ୍କର ପର୍ସନାଲ ଡାଟାକୁ ସୋସିଆଲ ମିଡିଆରେ ଭାଇରାଲ କରାଇ ଦେବାକୁ ଧମକ ଦେଇଥିଲେ। ଶେଷରେ ବାଧ୍ୟ ହୋଇ ପୂର୍ବତନ ପୋଲିସ ଡିଜି ନିଜ ମେଲ୍‌ର ପାସ୍‌ଓ୍ବାର୍ଡ ବଦଳାଇବା ସହ ଏନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଆଇପିସି ଦଫା ୩୮୫, ଆଇଟି ଆକ୍ଟ ୬୬(ସି) ଦଫାରେ ଏକ ମାମଲା(ନଂ-୧୯୧/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାମଲାର ତଦନ୍ତ କରୁଥିବା ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ଏନେଇ ସାଇବର ବିଶେଷଜ୍ଞଙ୍କ ସହଯୋଗ ନେଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଏକ ବର୍ଷରୁ ଅଧିକ ଦିନ ହେବ ସମ୍ପୃକ୍ତ ପୂର୍ବତନ ପୋଲିସ ଡିଜି ନିଜ ମେଲ୍‌ ଆଇଡିର ପାସ୍‌ଓ୍ବାର୍ଡ ବଦଳାଇ ନଥିଲେ। ଯାହାଫଳରେ ହ୍ୟାକରମାନେ ତାଙ୍କ ମେଲ୍‌କୁ ଏକ ଲିଙ୍କ୍‌ ପଠାଇଥିଲେ। ପୂର୍ବତନ ଡିଜି ଏହି ଲିଙ୍କ୍‌କୁ କ୍ଲିକ୍‌ କରିବା ପରେ ତାଙ୍କର ମେଲ୍‌ ଆଇଡିର ପାସ୍‌ଓ୍ବାର୍ଡ ହ୍ୟାକ୍‌ ହୋଇଯାଇଥିଲା। ହ୍ୟାକର ଜଣଙ୍କ ତାଙ୍କର ବ୍ୟକ୍ତିଗତ ଡାଟା ଚୋରି କରିଥିବା ଦାବି କରିଥିଲେ। ତେଣୁ ଏଥିପାଇଁ ୧.୪୦ଲକ୍ଷ ଟଙ୍କା ଦାବି କରିଥିଲା। ଟଙ୍କା ନଦେଲେ ତାଙ୍କର ବ୍ୟକ୍ତିଗତ ଡାଟାକୁ ଭାଇରାଲ କରି ଦେବାକୁ ଧମକ୍‌ ଦେଇଥିଲେ। ଏହି ଟଙ୍କାକୁ ବିଟ୍‌ କଏନ୍‌ ମାଧ୍ୟମରେ ଦେବାକୁ ହ୍ୟାକ୍‌ର କହିଥିଲେ। ଶେଷରେ ପୂର୍ବତନ ଡିଜି ନିଜର ଇମେଲ୍‌ର ପାସ୍‌ଓ୍ବାଡ ବଦଳାଇବା ସହ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗକାରୀ ଜଣେ ପୂର୍ବତନ ଡିଜି ହୋଇଥିବାରୁ ପୋଲିସ ତୁରନ୍ତ ଏହି ଅଭିଯୋଗକୁ ଆଧାରକରି ଏକ ମାମଲା ରୁଜୁ କରିଥିଲା।

ଏନେଇ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି ଯେ, ହ୍ୟାକରମାନେ ବାଙ୍ଗାଲୋରର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ତଦନ୍ତକୁ ଅଧିକ ଅଗ୍ରସର କରିବା ପାଇଁ ସାଇବର ବିଶେଷଜ୍ଞଙ୍କ ସହଯୋଗ ଲୋଡ଼ାଯାଇଛି। ସେମାନେ ଆମକୁ ବିଶେଷ ଉପଦେଶ ଦେବା ପରେ ତଦନ୍ତ ଆଗେଇବ ବୋଲି ସ୍ବାଇଁ କହିଛନ୍ତି। ଏନେଇ ଆଇଆଇଆଇଟିର ପ୍ରଫେସର ଦେବାଶିଷ ଜେନା କହିଛନ୍ତି ଯେ, ଲୋକମାନେ ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ତଥ୍ୟ ଦେଉଛନ୍ତି। ଯାହା ମାଧ୍ୟମରେ ସାଇବର ଅପରାଧୀ ପାସ୍‌ଓ୍ବାର୍ଡ ପ୍ରସ୍ତୁତ କରି ମେଲ୍‌ ଆଇଡି ହ୍ୟାକ୍‌ କରୁଛନ୍ତି। ତେଣୁ ଲୋକେ ନିଜର ବ୍ୟକ୍ତିଗତ ତଥ୍ୟ ଶେୟାର କରନ୍ତୁ ନାହିଁ। ହ୍ୟାକରମାନେ ମେଲ୍‌ ଆଇଡି ପାସ୍‌ଓ୍ବାର୍ଡ ହ୍ୟାକ୍‌ କରିବାପରେ ବିଟ୍‌ କଏନ ମାଧ୍ୟମରେ ଟଙ୍କା ଦେବାକୁ ଦାବି କରନ୍ତି। ବିଟ୍‌ କଏନ ମାଧ୍ୟମରେ ଟଙ୍କା ଦେଲେ ହ୍ୟାକର ଟଙ୍କା ପାଇଯାଆନ୍ତି, ହେଲେ ଏହି ଟଙ୍କା କାହା ନିକଟକୁ ଗଲା ତାହା ଜଣାପଡ଼େ ନାହିଁ। ତେଣୁ ସେମାନେ ଏଭଳି ପନ୍ଥା ଆପଣାଇଥାନ୍ତି ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?