ସାଇ ବାବାଙ୍କ ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କଲେ ଭିକାରି

ବିଜୟଓ୍ବାଡା,୧୪।୨: ୟାଦି ରେଡ୍ଡି ନାମକ ଜଣେ ୭୩ ବର୍ଷିୟ ଭିକାରି ବିଜୟଓ୍ବାଡାରେ ଥିବା ସାଇ ବାବା ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କରି ଆସିଛନ୍ତି ଚର୍ଚ୍ଚାକୁ। ମନ୍ଦିର ଦ୍ୱାରରେ ପ୍ରତିଦିନ ବସି ହାତ ପାତୁଥିବା ୟାଦିଙ୍କ ଏହି ବଦାନ୍ୟତା ଏବେ ସମସ୍ତଙ୍କ ନଜରକୁ ଆସିଛି। ପ୍ରାୟ ୭ ବର୍ଷ ଭିତରେ ସେ ମନ୍ଦିରକୁ ଏହି ୮ ଲକ୍ଷ ଟଙ୍କା ଦାନ କରିଥିବା କୁହାଯାଏ। ପ୍ରଥମେ ପ୍ରଥମେ ୟାଦି ରିକ୍ସା ଚଲାଇ ନିଜର ଜୀବିକା ନିର୍ବାହ କରୁଥିଲେ। ହେଲେ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ହେବାରୁ ସେ ଆଉ ରିକ୍ସା ଚଲାଇ ପାରି ନ ଥିଲେ। ପ୍ରାୟ ୪ ଦଶକ ହେବ ସେ ଭିକ୍ଷା ବୃତ୍ତିକୁ ଆପଣେଇ ନେଇଥିବା କୁହନ୍ତି। ପାଖାପାଖି ୪୦ ବର୍ଷ ବୟସ ପର୍ଯ୍ୟନ୍ତ ସେ ରିକ୍ସା ଚଲାଇଥିବା କୁହନ୍ତି। ଏହାପରେ ଭିକ୍ଷାବୃତ୍ତି କରିବା ପରେ ସମୟ କ୍ରମେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ଦେଖି ସେ ସଞ୍ଚିତ ଅର୍ଥର ଆବଶ୍ୟକତା ନାହିଁ ଭାବି ମନ୍ଦିରକୁ ଦାନ କରିଥିବା କୁହନ୍ତି। ଆଉ ମନ୍ଦିରକୁ ପ୍ରଥମ ପର୍ଯ୍ୟାୟରେ ୟାଦି ୧ଲକ୍ଷ ଟଙ୍କା ଦାନ କରିଥିଲେ। ଏହାପରେ ତାଙ୍କର ସଞ୍ଚିତ ଅର୍ଥର ପରିମାଣ ବୃଦ୍ଧି ପାଇଥିବା ସେ ପ୍ରକାଶ କରିଛନ୍ତି। ତେଣୁ ଏହାପରେ ସେ ଆଉ ଲୋଭ ନ କରି ଭିକ୍ଷାବୃତ୍ତିରୁ ଯାହାକିଛି ଆୟ କରନ୍ତି ସମସ୍ତ ଅର୍ଥ ସେଇ ଭଗବାନଙ୍କୁ ଅର୍ପଣ କରନ୍ତି ବୋଲି କହିଛନ୍ତି। ମନ୍ଦିର ଟ୍ରଷ୍ଟର ଅଧିକାରୀ କୁହନ୍ତି ୟାଦି ରେଡ୍ଡିଙ୍କ ଦାନ ଫଳରେ ମନ୍ଦିରର ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ଏମିତିକି ୟାଦିଙ୍କ ଦାନରେ ମନ୍ଦିର ଏକ ଗୋଶାଳା ମଧ୍ୟ ନିର୍ମାଣ କରିଛି। ସାଇ ବାବାଙ୍କ ମନ୍ଦିରରେ ଦାନ ପାଇଁ କାହାକୁ ବାଧ୍ୟ କରାଯାଇ ନ ଥାଏ। ଯିଏ ଇଚ୍ଛା ଅନୁଯାୟୀ ଦାନ କରନ୍ତି ତାକୁ ମନ୍ଦିର ଗ୍ରହଣ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri