ସହରକୁ ଜଳଯୋଗାଣ ବନ୍ଦ : ଜନସ୍ବାସ୍ଥ୍ୟ ବିଭାଗ ବେଫିକର

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରକୁ ଦୈନିକ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହେଉ ନ ଥିବାବେଳେ ଏବେ ୩ଦିନ ହେଲା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଫଳରେ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ବଦଳରେ ଜନସ୍ବାସ୍ଥ୍ୟ ବିଭାଗ ବେଫିକର ଥିବା ଦେଖିବାକୁ ମିଳୁଛି।
ପ୍ରକାଶ ଯେ, ନୟାଗଡ଼ ସହରର ୧୩ ୱାର୍ଡ଼ର ଲୋକମାନଙ୍କ ପାଇଁ ପ୍ରତିଦିନ ୩.୦୧ ନିୟୁତ ଲିଟର ଜଳ ଆବଶ୍ୟକ। ଏପରିସ୍ଥଳେ ପାଇପ୍‌ ଯୋଗେ ୨.୭୦ ନିୟୁତ ଲିଟର ଜଳ ଯୋଗାଣ କରାଯାଉଛି। ପୁଣି ଦିନକୁ ୪ ଘଣ୍ଟା ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଥିବାବେଳେ ବାସ୍ତବରେ କିନ୍ତୁ ୨ ଘଣ୍ଟା ପରେ ବନ୍ଦ କରି ଦିଆଯାଉଛି। ସେହିଭଳି ଅଧିକାଂଶ ଦିନ କାଦୁଅ ଓ ପଙ୍କ ମିଶା ପାଣି ଯୋଗାଣ ହେଉଛି। ଏହାକୁ ଲୋକେ ପିଇବା ଦୂରର କଥା ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିପାରୁ ନାହାନ୍ତି। ଚର୍ମ ରୋଗ ହେବା ଆଶଙ୍କା କରି ଏହାକୁ କେହି ବ୍ୟବହାର କରୁ ନ ଥିବା ଓ୍ବାର୍ଡବାସୀ ପ୍ରକାଶ କରିଛନ୍ତି। ଏପରି ଅବସ୍ଥାରେ ଗତ ଶୁକ୍ରବାରଠାରୁ ସହରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏଥିଯୋଗୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ହେତୁ ଏଭଳି ହେଉଥିବା ଜଣାପଡ଼ିଛି। ପ୍ରକାଶ ଯେ, ମହାନଦୀର କଣ୍ଟିଲୋଠାରେ ନିର୍ମିତ ପ୍ରକଳ୍ପରୁ ଜଳ ସିଧାସଳଖ ଭାବେ ଲୋକଙ୍କୁ ଯୋଗାଇ ଦିଆଯାଉଛି। ନିୟମ ଅନୁଯାୟୀ ନଦୀ ପାଣିକୁ ପ୍ରଥମେ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ବିଶୋଧନ କରାଯାଇଥାଏ। ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ରହିବା ପରେ ପାଣିରେ ଫିଟିକିରି, ଚୂର୍ଣ୍ଣ ଓ କ୍ଲୋରିନ ପକାଇ ବିଶୁଦ୍ଧ କରି ସହରବାସୀଙ୍କୁ ଯୋଗାଇବା କଥା। ମାତ୍ର କିଛିଦିନ ହେଲା ବିଶୁଦ୍ଧୀକରଣ ନ କରାଯାଇ ସିଧାସଳଖ ମହାନଦୀ ପାଣି ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି। ଅନ୍ୟପଟେ ବିଶୁଦ୍ଧୀକରଣ ପାଇଁ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଆସୁଥିବାବେଳେ ସେ ସବୁ ଟଙ୍କା କେଉଁଆଡ଼େ ଯାଉଛି ତାହା ତଦନ୍ତ ସାପେକ୍ଷ। ଏ ନେଇ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ବଳଙ୍କୁ ପଚାରିବାରୁ ସେ କହିଥିଲେ, କଣ୍ଟିଲୋସ୍ଥିତ ପ୍ରକଳ୍ପଠାରେ ଏକ ମୋଟର ଖରାପ ହୋଇଯାଇଥିବାରୁ ଏଭଳି ଅସୁବିଧା ଦେଖାଦେଇଛି। ସୋମବାରଠାରୁ ଠିକ୍‌ ଭାବେ ଜଳ ଯୋଗାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri