ସହଯୋଗ ହିଁ କରୋନାକୁ ରୋକିପାରିବ

ସନ୍ଦୀପ କୁମାର ପଟ୍ଟନାୟକ

କରୋନା ରୋଗ ପାଇଁ ସାରା ପୃଥିବୀରେ ଏକ ଅଭୂତପୂର୍ବ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି। ଏହାର କାରଣଗୁଡିକ ହେଲା କରୋନା ଭୂତାଣୁର ବହୁତ ଶୀଘ୍ର କାୟା ବିସ୍ତାର, ମୃତ୍ୟୁ ସଂଖ୍ୟାରେ ବୃଦ୍ଧି, ଉପଚାରର ଅଭାବ ଓ ଭୂତାଣୁ ବିସ୍ତାରର କାରଣ ଖୋଜିବା ପାଇଁ ଆବଶ୍ୟକୀୟ ଜ୍ଞାନର ଅଭାବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଏକ ମହାମାରୀ ବୋଲି ଘୋଷଣା କରିଛି। ଯେହେତୁ ଏହି ରୋଗର ଉପଚାର ନାହିଁ ତେଣୁ ଆମମାନଙ୍କୁ ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନଦେବା ଆବଶ୍ୟକ। ଯେପରି କି ହାତକୁ ଭଲ ଭାବରେ ଧୋଇବା ତଥା ଥଣ୍ଡା ସଂକ୍ରମଣରୁ ଦୂରେଇ ରଖିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବା ଆବଶ୍ୟକ। ଗହଳି ସ୍ଥାନରୁ ନିଜକୁ ଦୂରେଇ ରଖିବା। ଗୁଜବ ଭଲ ବଦଳରେ ଭେଲ ହିଁ କରେ ତେଣୁ ବିଭିନ୍ନ ଭାବରେ ଘୂରିବୁଲୁଥିବା ଗୁଜବ ବିଷୟରେ ସଚେତନ ହୋଇ ରହିବା ଆବଶ୍ୟକ। ଆଶାକରାଯାଏ ଏହାଦ୍ୱାରା ସଂକ୍ରମଣକୁ କିଛି ମାତ୍ରାରେ ରୋକାଯାଇପାରିବ।
ଭାରତରେ କରୋନା ଯେମିତି ବ୍ୟାପକ ସଂକ୍ରମିତ ନ ହୁଏ, ତାକୁ ଦେଖିବାର ପ୍ରଥମ ଉତ୍ତରଦାୟିତ୍ୱ ସରକାରଙ୍କର। ତାଙ୍କୁ ନାଗରିକଭାବରେ ସହଯୋଗ କରିବା ଆମର କର୍ତ୍ତବ୍ୟ। ଓଡିଶା ସରକାର କରୋନା ମୁକାବିଲା ଲାଗି ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଏହି ପଦକ୍ଷେପ ସ୍ବାଗତଯୋଗ୍ୟ।
ସବୁ ସତ୍ତ୍ୱେ ଯଦି ସଂକ୍ରମଣ ବୃଦ୍ଧି ପାଇଲା, ତେବେ ସରକାର ଏହି ରୋଗକୁ ରୋକିବା ପାଇଁ ସମର୍ଥ ତ? କାରଣ, କେବଳ କେରଳ ଭଳି କିଛି ରାଜ୍ୟକୁ ଛାଡିଦେଲେ ବର୍ତ୍ତମାନ ସରକାରୀ ସ୍ବାସ୍ଥ୍ୟାବସ୍ଥା ସବୁଠି ଦୁର୍ବଳ ସ୍ଥିତିରେ ଅଛି। ଘରୋଇ ଡାକ୍ତରଖାନା କାହାକୁ ଏବେ ଉତ୍ତରଦାୟୀ ନାହାନ୍ତି। ସେମାନେ ସ୍ବାସ୍ଥ୍ୟସେବା ଯୋଗାଇବା ନାମରେ ଅଧିକ ଲାଭର ଆଶା ରଖୁଛନ୍ତି। ବିଗତ ଦିନରେ ଆମ ଦେଶରେ ସ୍ବାସ୍ଥ୍ୟାବସ୍ଥାକୁ ବାରମ୍ବାର ଉପେକ୍ଷିତ କରାଯାଇଛି ଓ ସ୍ବାସ୍ଥ୍ୟାବସ୍ଥାକୁ ଘରୋଇକରଣ କରାଯାଇଛି।
ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏକ ସ୍ବଳ୍ପ, ମଧ୍ୟମ ଓ ଦୀର୍ଘସ୍ଥାୟୀ ଯୋଜନାର ଆବଶ୍ୟକତା ଅଛି। ଏହି ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ଦିନ ପାଇଁ ସରକାରୀ ସ୍ବାସ୍ଥ୍ୟାବସ୍ଥାକୁ, ବିଶେଷକରି ଡାକ୍ତରଖାନାଗୁଡିକୁ ଆବଶ୍ୟକୀୟ ସୁଦୃଢ କରାଯାଉ। ସରକାର ସାମାଜିକ ଦୂରତ୍ୱ ଭଳି ପଦକ୍ଷେପ ବ୍ୟତୀତ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ, ଜିଲା ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସୁଦୃଢୀକରଣର ଆବଶ୍ୟକତା ଅଛି। ଡାକ୍ତରଖାନାରେ ଆବଶ୍ୟକୀୟ ସଘନ ଚିକିତ୍ସା ବ୍ୟବସ୍ଥା ବା ଆଇସିୟୁ, ଚିକିତ୍ସା ପାଇଁ ସରଞ୍ଜାମ, ଅମ୍ଳଜାନ, ଔଷଧ ପର୍ଯ୍ୟାପ୍ତ ପରିମାଣରେ ରଖିବା ଆବଶ୍ୟକ। ଜ଼ିଲାସ୍ତରରେ ଥିବା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କୁ ଯେ କୌଣସି ପ୍ରକାରର ସମସ୍ୟା ସାମ୍ନା କରିବା ପାଇଁ ଆବଶ୍ୟକ ଆନୁଷ୍ଠାନିକ କ୍ଷମତା ଦିଆଯାଉ। ଏହାସହିତ ଘରୋଇ ଡାକ୍ତରଖାନା ବି ନିୟନ୍ତ୍ରଣ କରିବାର କ୍ଷମତା ଦିଆଯାଉ। ଚିକିତ୍ସା ଯୋଗାଉଥିବା ତଳରୁ ଉପର ପର୍ଯ୍ୟନ୍ତ କର୍ମଚାରୀ ଓ ସ୍ବେଛାସେବୀମାନଙ୍କୁ ନିରାପଦ କାର୍ଯ୍ୟକ୍ଷେତ୍ର ସହିତ ସରଞ୍ଜାମ ଯୋଗାଇ ଦିଆଯାଉ।
ବିଦ୍ୟାଳୟମାନଙ୍କୁ ବନ୍ଦ ରଖାଯାଇଛି। କିନ୍ତୁ ବନ୍ଦ କାରଣରୁ ତାଙ୍କୁ ମଧ୍ୟାହ୍ନଭୋଜନ ମିଳୁନାହିଁ। ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ ହେବା ଉଚିତ ନୁହେଁ। କେରଳ ସରକାର ବିଦ୍ୟାଳୟ ବନ୍ଦ କରିଥିଲେ ମଧ୍ୟ ପିଲାଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇବାର ନୂତନ ବ୍ୟବସ୍ଥା କରିଛନ୍ତି। ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଖାଦ୍ୟ ନିରାପତ୍ତା ଦେବା ପାଇଁ ଅଧିକ ଖର୍ଚ୍ଚ କରିବା ପ୍ରୟୋଜନ। ସରକାର ବିକଳ୍ପ ନ ଦେଇ ସବୁ ସୁବିଧାଗୁଡିକୁ ତତ୍‌କ୍ଷଣାତ ବନ୍ଦ କଲେ ଗରିବଙ୍କ ପାଇଁ ଅନ୍ୟାୟ ହେବ। ଗଣମାଧ୍ୟମ ତା’ର ଠିକ ତଥ୍ୟ ସହିତ ନିରପେକ୍ଷତା ବଜାୟରଖିବା ଆବଶ୍ୟକ, ଯାହାଫଳରେ ଲୋକମାନଙ୍କର ବିଶ୍ୱସନୀୟତା ବଜାୟ ରହିବ। ଏହାସହିତ ସରକାରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ ଫଳପ୍ରଦ କରିବା ପାଇଁ ଗବେଷଣାର ଆବଶ୍ୟକତା ଅଛି।
କରୋନା ଭୂତାଣୁ ବିଶ୍ୱବ୍ୟାପୀ ସଂକ୍ରମଣରେ ସବୁଠୁ ବେଶି ସଙ୍କଟ ଅର୍ଥନୀତିରେ ସୃଷ୍ଟି ହୋଇଛି। ଦେଶର ଏକ ବଡ ଭାଗ ଜନସାଧାରଣଙ୍କ ପାଖରେ ସମ୍ବଳର ଅଭାବ ଅଛି। ସରକାରଙ୍କ ଦ୍ୱାରା କୁହାଯାଉଥିବା ଏହି ସାମାଜିକ ଦୂରତ୍ୱ ରଖିବାର ଫାଇଦା କିଛି ଦିନ ପାଇଁ। ଘରୁ ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଥିବାରୁ ଏହାଦ୍ବାରା ସାଧାରଣଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ। ସରକାରୀ ଓ ବେସରକାରୀ କର୍ମଚାରୀ ଅପେକ୍ଷା ସାଧାରଣ ଶ୍ରମିକ, କୃଷକମାନଙ୍କ ନିଜର ଜୀବିକା ଉପରେ ସଙ୍କଟ ଦେଖାହେବ, ସେଥିପାଇଁ ସ୍ବଚ୍ଛଳ ବର୍ଗ ଅଧିକ ସମ୍ବେଦନତା ଦେଖାଇବା ସହିତ ପରସ୍ପରକୁ ସାହାଯ୍ୟ କରିବାର ସାମାଜିକ ଆବଶ୍ୟକତା ବି ରହିଛି। ଏହାସହିତ, ଲୋକମାନେ ପରିବେଶକୁ ପରିଚ୍ଛନ୍ନ କରିବା ସହିତ ସଂକ୍ରମିତ ହୋଇଥିବା ଲୋକମାନଙ୍କୁ ଉପଚାର ପାଇଁ ନିଜ ଭିତରେ ଭାଇଚାରା ରଖିବା ଆବଶ୍ୟକ। ଏହି ଅର୍ଥରେ ବୁଝିବାକୁ ପଡିବ ଯଦି ଜଣେ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି ତେବେ ତାହା କେବଳ ତାଙ୍କ ବା ତାଙ୍କ ପରିବାରର ସମସ୍ୟା ନୁହେଁ; ତାହା ସମାଜର ସମସ୍ୟା ଯାହାକୁ ମିଳିମିଶି ହଟାଇବାକୁ ହେବ। ଆଜିର ଦିନରେ ପ୍ରତିଟି ଦେଶ ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଆଜିର ଜଳବାୟୁ ପରିବର୍ତ୍ତନର ପୃଷ୍ଠଭୂମିରେ ଏହି ରୋଗକୁ ନିର୍ମୂଳକରିବା ପାଇଁ ନିଜ ନିଜ ଭିତରେ ପ୍ରତିଯୋଗିତା ନୁହେଁ ବରଂ ସହଯୋଗ ଜରୁରୀ। ଏହି ଘାତକ ଭୂତାଣୁକୁ ପ୍ରତିହତ କରିବାରେ ଚାଇନା ଅନେକାଂଶରେ ସଫଳ ହୋଇଛି ତେବେ ମଣିଷଜାତି ଏକଜୁଟ ହୋଇ ତାକୁ ପରାସ୍ତ ଓ ଲୋପ ପାଇଁ ପ୍ରୟାସ କରୁଛନ୍ତି, ଏହା ହିଁ ଆମ ପାଇଁ ବଡ ଆଶ୍ୱାସନା।
ଡିମିରିସେନା, ପୁରୀ
ମୋ-୦୯୯୩୮୦୬୩୨୭୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?