ପାରାଦୀପ,୧ା୫(ସ୍ବ.ପ୍ର.): ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟ ସୋମବାର ଶେଷ ହୋଇଯାଇଛି। ଏବେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଅଙ୍କ କଷୁଛନ୍ତି। ହାରିବା ଜିତିବାକୁ ନେଇ ଆକଳନ ଚାଲିଛି। କେଉଁ ଓ୍ବାର୍ଡରୁ କେତେ ପ୍ରତିଶତ ମତଦାନ ହୋଇଛି, ସେଥିରେ କେତେଜଣ ତାଙ୍କ ସମର୍ଥକ ଥିଲେ, କେତେ ଭୋଟ୍ ତାଙ୍କ ସପକ୍ଷରେ ଯାଇଥିବ, ମତଦାନ କରିଥିବା ଭୋଟରଙ୍କ ମନୋଭାବ, ପୋଲିଂ ବୁଥ୍ରେ ବସିଥିବା ଏଜେଣ୍ଟମାନଙ୍କ ରିପୋର୍ଟ ଆଦି ତର୍ଜମା କରାଯାଉଛି। ପାରାଦୀପ ନିର୍ବାଚନମଣ୍ଡଳୀରେ ଏବେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ତେବେ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ହୋଇଥିବା ତ୍ରିମୁଖୀ ଲଢେଇରେ କିଏ ବାଜି ମାରୁଛି, ତାହା ମେ ୨୩ରେ ସ୍ପଷ୍ଟ ହେବ। ସେପଟେ ସୋସିଆଲ ମିଡିଆରେ ପ୍ରାର୍ଥୀଙ୍କ ହାରଜିତକୁ ନେଇ ଚାଲିଛି ବିତର୍କ। ଏପରିକି କେତେଜଣ ଦଳୀୟ ପ୍ରାର୍ଥୀ ଖୋଲାଖୋଲି କହିଲେଣି ଆମେ ନିର୍ଦ୍ଧିଷ୍ଟ ଭୋଟ୍ ବ୍ୟବଧାନରେ ଜିତି ସାରିଛୁ। ଏମିତିରେ ଦେଖିବାକୁ ଗଲେ ମତଦାନ ହୋଇଥିବା ପରିସଂଖ୍ୟାନ ଗୋଳମାଳିଆ ରହିଛି। ଅର୍ଥାତ ପାରାଦୀପ ନିର୍ବାଚନମଣ୍ଡଳୀର ମୋଟ ୨,୧୧,୬୦୦ ଭୋଟରଙ୍କ ମଧ୍ୟରୁ ସୋମବାର ସନ୍ଧ୍ୟା ୭ଟା ସୁଦ୍ଧା ୭୩.୪୬ ପ୍ରତିଶତ ମତଦାନ ହୋଇଛି। ଅର୍ଥାତ ୧,୫୫,୦୦୦ ଭୋଟର ମତଦାନ କରିଛନ୍ତି। ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସ ୪୫ରୁ ୪୭ ହଜାର ମଧ୍ୟରେ ଭୋଟ୍ ପାଇଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଯଦିଓ ଦଳ କିଛି ଭୋଟ ହରାଇଥିଲା, ତେବେ ବିଧାନ ସଭା ନିର୍ବାଚନରେ ସେପରି ହୋଇ ନ ଥିବ ବୋଲି ଦଳୀୟ କର୍ମୀମାନେ ଆଶାବ୍ୟକ୍ତ କରୁଛନ୍ତି। ତେଣୁ କଂଗ୍ରେସ ପ୍ରାର୍ଥୀ ୪୫ରୁ ୫୦ହଜାର ଭିତରେ ଭୋଟ୍ ପାଇଥିବେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଭାଜପା ଗତ ପଞ୍ଚାୟତ ନିର୍ବାଚନରେ ୪୫ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିଲା। ସେହି ଅନୁଯାୟୀ ଚଳିତ ନିର୍ବାଚନରେ ଦଳ ସେତିକି କିମ୍ବା ତା’ଠାରୁ ଅଧିକ ଭୋଟ୍ ପାଇଥାଇପାରେ। ଅବଶିଷ୍ଟ ଭୋଟ୍ ମଧ୍ୟରୁ ଯଦି ସ୍ବାଧୀନ ପ୍ରାର୍ଥୀମାନେ ୫ ହଜାର ଭୋଟ୍ ହାତେଇଥିବେ ତେବେ ବିଜେଡି ଭୋଟ୍ ମଧ୍ୟ ସେହି ୫୦ ହଜାର ପାଖାପାଖି ରହିବ। ଏହି ହିସାବରେ ୩ ପ୍ରାର୍ଥୀଙ୍କ ଭୋଟ୍ ପ୍ରାୟତଃ ପାଖାପାଖି ରହୁଥିବା କୁହାଯାଉଛି। ଯଦି ଏହି ଧାରାରେ ମତଦାନ ହୋଇଥାଏ, ତେବେ ହାରଜିତ ବ୍ୟବଧାନ ଖୁବ୍ କମ୍ ରହିପାରେ।
Posted inଆମ ଜିଲା ଖବର View All
ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ
ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…
ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା
ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…
ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…
ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…
ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ
ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…
ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍: ଅଭିଯୁକ୍ତ ଯୁବକ ଗିରଫ
ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…
ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା
ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…
ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ
ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍ ପରେ…
ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…
Archives

