ସରକାରୀ ସୁବିଧାରୁ ବଞ୍ଚତ୍ତ ଭିନ୍ନକ୍ଷମ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୬ମାନସିକ ବିକାରଗ୍ରସ୍ତ

ବାଲୁଗଁା,୪ା୬(ଡି.ଏନ.ଏ.): ପରିବାର କହିଲେ ୪ ଝିଅ, ଗୋଟିଏ ପୁଅ ଓ ମା’। ବାଲୁଗଁା ଜାଗୁଳାଇ ସାହିରେ ରୁହନ୍ତି ଏହି ପରିବାର। ତେବେ ଚାରି ଝିଅ ଓ ମା’ ରମା ମାନସିକ ବିକାରଗ୍ରସ୍ତ ଥିବାବେଳେ ପୁଅ କିଶୋର ଭଲ ଥିଲେ । କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ୩ବର୍ଷ ହେଲା ସେ ମଧ୍ୟ ମାନସିକ ବିକାରଗ୍ରସ୍ତ ହୋଇପଡ଼ିଛନ୍ତି । ଫଳରେ ପରିବାର ପ୍ରତିପୋଷଣ ନିମନ୍ତେ ସମସ୍ତ ଉପାୟ ହରାଇ ଏହି ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭଙ୍ଗା ଆଜବେଷ୍ଟସ୍‌ ଘରେ ଦିନ କାଟୁଛନ୍ତି। ଆଜି ପର୍ଯ୍ୟନ୍ତ ଏମାନଙ୍କୁ କୌଣସି ସରକାରୀ ସହାୟତା ମିଳି ନ ଥିତ୍ବା ଜଣାଯାଇଛି। ଖଣ୍ଡିଏ ରାଶନ କାର୍ଡ଼ ଓ ବିଧବା ଭତ୍ତାରେ ରମା ପରିବାର ପ୍ରତିପୋଷଣ କରୁଥିବା ବେଳେ ମାନସିକ ବିକାରଗ୍ରସ୍ତ ହେତୁ ତାହା ମଧ୍ୟ ହଜାଇ ବସିଥିଲେ ା ଫଳରେ ରାଶନ ସାମଗ୍ରୀ ଓ ଭତ୍ତା ପାଇବାରୁ ସପରିବାର ବଞ୍ଚତ୍ତ ହୋଇଛନ୍ତି । ସାହି ବାସିନ୍ଦା ଉକ୍ତ ପରିବାର ପ୍ରତି ସହାୟ ହୋଇ ଖାଦ୍ୟ ଯୋଗାଉଛନ୍ତି ।ଅଧିକାଂଶ ଦିନ ଖାଦ୍ୟ ଅଭାବରୁ ଭୋକ ଉପାସରେ ମଧ୍ୟ ରହିବାକୁ ବାଧ୍ୟ ହେଉଛନ୍ତି । ଭଗବାନଙ୍କ ଉପରେ ଭରସା ରଖି କେବେ ସରକାରୀ ସହାୟତା ମିଳିବ ସେଦିନକୁ ଚାହିଁ ରହିଛନ୍ତି ମା’ ରମା । ଏପରି ପରିବାର ପ୍ରତି ତୁରନ୍ତ ସରକାରୀ ସହାୟତା ସହ ସରକାରଙ୍କ ଦ୍ୱାରା ଘୋଷିତ ଆବାସ ଯୋଜନା କିମ୍ବା ଗୃହ ନିର୍ମାଣାର୍ଥେ ସରକାରୀ ଅନୁଦାନ ଯୋଗାଣ ନେଇ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।ଏ ନେଇ ବାଲୁଗଁା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ରନାଥ ଖୁଣ୍ଟିଆଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣା ସମ୍ପର୍କରେ ଅବଗତ ହୋଇଛି, ତୁରନ୍ତ ଉକ୍ତ ପରିବାର ସଦସ୍ୟଙ୍କ ଆଧାର କାର୍ଡ଼ ଓ ରାଶନ କାର୍ଡ଼ର ବ୍ୟବସ୍ଥା କରାଯାଇ ସରକାରୀ ସହାୟତା ନିମନ୍ତେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri