ସରକାରୀ ସୁବିଧାରୁ ବଞ୍ଚତ୍ତ ଭିନ୍ନକ୍ଷମ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୬ମାନସିକ ବିକାରଗ୍ରସ୍ତ

ବାଲୁଗଁା,୪ା୬(ଡି.ଏନ.ଏ.): ପରିବାର କହିଲେ ୪ ଝିଅ, ଗୋଟିଏ ପୁଅ ଓ ମା’। ବାଲୁଗଁା ଜାଗୁଳାଇ ସାହିରେ ରୁହନ୍ତି ଏହି ପରିବାର। ତେବେ ଚାରି ଝିଅ ଓ ମା’ ରମା ମାନସିକ ବିକାରଗ୍ରସ୍ତ ଥିବାବେଳେ ପୁଅ କିଶୋର ଭଲ ଥିଲେ । କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ୩ବର୍ଷ ହେଲା ସେ ମଧ୍ୟ ମାନସିକ ବିକାରଗ୍ରସ୍ତ ହୋଇପଡ଼ିଛନ୍ତି । ଫଳରେ ପରିବାର ପ୍ରତିପୋଷଣ ନିମନ୍ତେ ସମସ୍ତ ଉପାୟ ହରାଇ ଏହି ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭଙ୍ଗା ଆଜବେଷ୍ଟସ୍‌ ଘରେ ଦିନ କାଟୁଛନ୍ତି। ଆଜି ପର୍ଯ୍ୟନ୍ତ ଏମାନଙ୍କୁ କୌଣସି ସରକାରୀ ସହାୟତା ମିଳି ନ ଥିତ୍ବା ଜଣାଯାଇଛି। ଖଣ୍ଡିଏ ରାଶନ କାର୍ଡ଼ ଓ ବିଧବା ଭତ୍ତାରେ ରମା ପରିବାର ପ୍ରତିପୋଷଣ କରୁଥିବା ବେଳେ ମାନସିକ ବିକାରଗ୍ରସ୍ତ ହେତୁ ତାହା ମଧ୍ୟ ହଜାଇ ବସିଥିଲେ ା ଫଳରେ ରାଶନ ସାମଗ୍ରୀ ଓ ଭତ୍ତା ପାଇବାରୁ ସପରିବାର ବଞ୍ଚତ୍ତ ହୋଇଛନ୍ତି । ସାହି ବାସିନ୍ଦା ଉକ୍ତ ପରିବାର ପ୍ରତି ସହାୟ ହୋଇ ଖାଦ୍ୟ ଯୋଗାଉଛନ୍ତି ।ଅଧିକାଂଶ ଦିନ ଖାଦ୍ୟ ଅଭାବରୁ ଭୋକ ଉପାସରେ ମଧ୍ୟ ରହିବାକୁ ବାଧ୍ୟ ହେଉଛନ୍ତି । ଭଗବାନଙ୍କ ଉପରେ ଭରସା ରଖି କେବେ ସରକାରୀ ସହାୟତା ମିଳିବ ସେଦିନକୁ ଚାହିଁ ରହିଛନ୍ତି ମା’ ରମା । ଏପରି ପରିବାର ପ୍ରତି ତୁରନ୍ତ ସରକାରୀ ସହାୟତା ସହ ସରକାରଙ୍କ ଦ୍ୱାରା ଘୋଷିତ ଆବାସ ଯୋଜନା କିମ୍ବା ଗୃହ ନିର୍ମାଣାର୍ଥେ ସରକାରୀ ଅନୁଦାନ ଯୋଗାଣ ନେଇ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।ଏ ନେଇ ବାଲୁଗଁା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ରନାଥ ଖୁଣ୍ଟିଆଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣା ସମ୍ପର୍କରେ ଅବଗତ ହୋଇଛି, ତୁରନ୍ତ ଉକ୍ତ ପରିବାର ସଦସ୍ୟଙ୍କ ଆଧାର କାର୍ଡ଼ ଓ ରାଶନ କାର୍ଡ଼ର ବ୍ୟବସ୍ଥା କରାଯାଇ ସରକାରୀ ସହାୟତା ନିମନ୍ତେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri