Posted inବରଗଡ଼

ସରକାରୀ ପୋରଛାହନ୍‌ ଅଭାବ୍‌: ବୁଡ଼ବାର ଉପରେ ଲୋକ୍‌କଳା ସଂଚାର

 

ଜାମଟିକ୍ରା, ୨୦।୮ (ଡି.ଏନ୍‌.ଏ.):
ଭାରତୀୟ କଳା, ସଂସ୍କୃତି, ପରବ୍‌ ପରବାନୀ ବିଶ୍ୱରେ ଗୁଟେ ଅଲଗ୍‌ ପରିଚଏ ସୁରୁଷ୍‌ଟି କରିଛେ। ହେଲେ ଆଏଜ୍‌କାଲି ବିଦେଶୀ ସଂସ୍କୃତି ପରଭାବରେ ଆମର ଦେଶୀ କଳା, ସଂସ୍କୃତି ଖପି ଗଲାନ। ଆଘ ଗଁାଗଁଲିରୁ ସହର ତକ୍‌ ପାଲା, ଦାସକାଠିଆ, ସଂଚାର ଲେଖେଁ ଲୋକ୍‌ କଳା ଦେଖ୍‌ବାକେ ମିଲୁଥିଲା। ହେଲେ ବିଦେଶୀ ସଂସ୍କୃତିର ବଡ଼ଭାରି ପରଚଲନ ଲାଗି ଦେଶୀ ଲୋକ୍‌କଳା ସମାଜରୁ ମେଟି ଯିବାକେ ବସଲାନ। କଁା ଭଁା ଗଁାଗଁଡ଼ାରେ ପାଲା, ଦାସକାଠିଆ ହେଉଥିଲାବେଲେ ସଂଚାର ଗୁଟେ ପରକାର ଲୋକ୍‌ଲୋଚନ୍‌ରୁ ଉଭି ଗଲାନ। ଇ ସବୁ ଲୋକ୍‌କଳାକେ ପେସା କରି ଝନେ କଳାକାର ଆଏଜ୍‌କାଲି କୁଟୁମ୍‌ ପୁଷ୍‌ବାର ସମ୍‌ଭବ ନୁହେ। ଯେନ୍‌ଥିରଲାଗି ଆଏଜ୍‌କାଲିର ଯୁବକ୍‌ମାନେ ଇ ସବୁ କଳା ଉପରେ ଧିଆନ୍‌ ନାଇଁ ଦେବାର।
ଦିନ୍‌ ଥିଲା ବରଗଡ଼ ଜିଲାରେ ଲୁକ୍‌କର ମନୋରଂଜନର ଜରିଆ ପାଲଟିଥିଲା ସଂଚାର। ଇଥ୍‌ରେ ବେଭାର ହେଉଥିବାର ବାଦ୍ୟଯନ୍ତ୍ର ସତେ ଯେନ୍‌ତା ଏହେଦେ ଅଦରକାରୀ ପାଲଟିଯାଇଛେ। ୩ ଝନ୍‌ କଳାକାରକୁଁ ନେଇ ଗୁଟେ ସଂଚାର ଦଲ୍‌ ହେଉଥିଲା। ସେଥ୍‌ରେ ଝନେ ମୁରଦୁଂଗିଆ ଆର ଦୁଇ ଝନ୍‌ ସହଯୋଗୀ ରହୁଥିଲେ। ସେନ୍‌ତା କଳାକାରମାନକର ପିଁଧନ୍‌ ଉଢ଼ନ୍‌ ବି ଥିଲା ଅଲଗ୍‌ ପରକାର। ପିଁଧନ୍‌ ଉଢ଼ନ୍‌ରେ ରଂଗୀନ୍‌ କପଡ଼ାଲତା ବେଭାର ହେଉଥିଲାବେଲେ କାନେ କୁଣ୍ଡଳ, ବେଁକେ ସୁନାର ହାର, ମୁଡେ ଚୁଲିପଗଡ଼ି ଆର ପାଦେ ଘୁଲଘୁଲା ବଁାଧି କଳାକାରମାନେ ନାଚ୍‌ଗୀତ ପରିବେଷନ୍‌ କରୁଥିଲେ। ଦରକାରବେଲେ ବିଷେବସ୍ତୁକେ ଅଧ୍‌କା ସରସ୍‌ କରବାର ଲାଗି କଳାକାରମାନେ ଭିନେ ଭିନେ ଚରିତ୍‌ରରେ ଅଭିନଏ କରି, ଦେଖନ୍‌ହାରିକର ମନ୍‌ ମୁହୁଥିଲେ। ମଝିରେ ମଝିରେ ଆଂଚଲିକ୍‌ ଢ଼ଗ କହି ଲୁକ୍‌କୁ ହଁସଉଥିଲେ। ସଂଚାର କଳାକାରମାନକର ବିଶାସ୍‌ ଯେ, ସବୁ କଳାରେ ସ୍ବୟଂ ଭଗବାନ ରହିଛନ୍‌। ସେଥିରଲାଗି କାଯ୍‌କରମ ଆରମ୍‌ରୁ ଗୁଟେ ଖାସ୍‌ ତାଲ୍‌ରୁ ବାଜ୍‌ନା ଆରମ୍‌ ହେଇ ସେ ତାଲ୍‌ରେ ଶେଷ୍‌ ହେବାର ନିୟମ ରହିଛେ। ହେଲେ ଆଧୁନିକତାର ଛାପ୍‌ରେ ଦିନୁଦିନ୍‌କେ ଇ ଲୋକ୍‌କଳା ଲୋପ୍‌ ପାଏବାକେ ବସୁଛେ। ଦୁଖର କଥା ଆଧୁନିକ ଯୁଗ୍‌ ସଂଗେ ତାଲ୍‌ ଦେଇ ଚାଲୁଥିବାର ବଡ଼ଭାଗି ଯୁବକ୍‌ ଇ କଳା ବାବ୍‌ଦେ ନାଇଁ ଜାନି। ଇଥିରଲାଗି ଅନେକ ସଂଚାର କଳାକାର ସରକାରକୁଁ ଦାଇ କରିଛନ୍‌। ଦିନ୍‌ଥିଲା ପାରମ୍ପରିକ ଲୋକ୍‌କଳା ସଂଚାରର ପଶ୍ଚିମ ଓଡ଼ିଶାରେ ଗୁଟେ ଖାସ୍‌ ପରିଚଏ ଥିଲା। ହେଲେ ସରକାରୀ ପୋରଛାହନ୍‌ ଅଭାବୁ ଏହେଦେ ଇ ଲୋକ୍‌କଳା ସମାଜରୁ ଉଭି ଯିବାକେ ବସ୍‌ଲାନ। ବରଗଡ଼ ଜିଲାର ସ୍ବର୍ଗତ ମନବୋଧ ଭାଟ, ବିଶାଖା ରଣା, ମାୟାଧର ଧୋବା, ଦୁର୍ଲଭ ଦାସ ପରମୁଖ ଇ ଲୋକ୍‌କଳାକେ ଲୋକ୍‌ଲୋଚନକେ ଆନିଥିଲେ। ଏହେଦେ ତାକର ଶିଷ୍ୟମାନେ ତାଳମେଣ୍ଡାର କ୍ଷମାନିଧି ସାହୁ, ରୂପାପାଲିର ପାର୍ବତୀ ଦାଶ, ଚିନାମାଳି ଦାଶ ଇ କଳାକେ ବଁଚେଇ ରଖ୍‌ବାର ଲାଗି ଚେଷ୍‌ଟା ଚଲେଇଛନ୍‌। ଧନୁଯାତ୍‌ରା, ବାଲିଯାତ୍‌ରାରେ ଇ କଳା ଦେଖ୍‌ବାକେ ମିଲୁଛେ। ହେଲେ ଇ କଳାକେ ବଁଚେଇ ରଖ୍‌ବାର ଲାଗି ହେଲେ ସରକାରୀ ପୋରଛାହନ୍‌ର ନିହାତି ଦରକାର ରହିଛେ। ଇ କଳାକାରମାନକର ଲାଗି ଗୁଟେ ଖାସ୍‌ ତାଲିମ କେନ୍ଦ୍ର ଥାପନା କରାଯିବାର କଥା। ଏନ୍‌ତା ହେଲେ ଅନେକ କଳାକାର ବାହାରବାର ସଂଗେ ଇ ଲୋକ୍‌କଳା ବଁଚି ରହିବା ବଲି ଅତାବିରା ବ୍ଲକ ପରମାନପୁର ଗଁାର ସଂଚାର କଳାକାର ଅଷ୍ଟମୀ ଦୀପ ମତ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର

ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

୯୮ କେନ୍ଦ୍ରରେ ହେବ ମାଟ୍ରିକ୍‌ ପରୀକ୍ଷା: ଏଥର ପରୀକ୍ଷା ଦେବେ ୧୭,୯୬୭ ଛାତ୍ରୀଛାତ୍ର

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୯ତାରିଖରୁ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷା ହେବ।…

ଆଇଆଇଟି-ଜେଇଇ ମେନ୍‌ ପରୀକ୍ଷା: ବରଗଡ଼ କ୍ରୀଷ୍ଣା ବିକାଶର ସଫଳତା

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆଇଆଇଟି-ଜେଇଇ(ମେନ୍‌) ପ୍ରଥମ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ଛାତ୍ରୀଛାତ୍ର ଉଲ୍ଲେଖନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri