ସମ୍ପାଦକୀୟ/କୂଟନୈତିକ ଚ୍ୟାଲେଞ୍ଜ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ୧୮ ନଭେମ୍ବର ୨୦୧୯ରେ ଗୋଟାବାୟା ରାଜପାକ୍‌ସେ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଗୋଟାବାୟା କହିଛନ୍ତି ଯେ, ସେ ନିରପେକ୍ଷ ବୈଦେଶିକ ନୀତି ଅନୁସରଣ କରିବେ ଏବଂ ଯେକୌଣସି ବିବାଦରୁ ଦୂରେଇ ରହିବେ। କିନ୍ତୁ ଗୋଟାବାୟାଙ୍କ ଇତିହାସ ଭିନ୍ନ ଚିତ୍ର ଦର୍ଶାଉଛି। ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସେଙ୍କ ସାନ ଭାଇ ହେଉଛନ୍ତି ଗୋଟାବାୟା। ମହିନ୍ଦା ୨୦୦୫ରୁ ୨୦୧୫ ଯାଏ ସେଠାକାର ରାଷ୍ଟ୍ରପତି ଥିଲେ। ସେହି ଦଶନ୍ଧିରେ ଗୋଟାବାୟା ପ୍ରତିରକ୍ଷା ସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୦୯ରେ ଲିବରେଶନ ଟାଇଗର୍ସ ଅଫ୍‌ ତାମିଲ ଇଲମ୍‌ (ଏଲ୍‌ଟିଟିଇ) ଉଗ୍ରପନ୍ଥୀଙ୍କୁ ନିପାତ କରିବାରେ ତାଙ୍କ ଭୂମିକା ସର୍ବାଗ୍ରେ ଥିଲା। ସେଥିପାଇଁ ତାଙ୍କୁ ‘ଧ୍ୱଂସକାରୀ’ ଆଖ୍ୟା ଦିଆଯାଇଥିଲା। ଏବେ ଶ୍ରୀଲଙ୍କା ରାଜନୀତିକୁ ତାଙ୍କ ପ୍ରତ୍ୟାବର୍ତ୍ତନ ଦେଶ ଶାସନରେ ରାଜପାକ୍‌ସେ ବଂଶ ପୁଣି କର୍ତ୍ତୃତ୍ୱ ଜାହିର କଲା ବୋଲି କୁହାଯାଉଛି।
ଶାସକ ଦଳର ପ୍ରାର୍ଥୀ ସାଜିଥ୍‌ ପ୍ରେମଦାସାଙ୍କୁ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ଗୋଟାବାୟା ପରାସ୍ତ କରିବା ପରେ ତାଙ୍କ ବିଜୟ ଯାତ୍ରାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। କୁହାଯାଉଛି, ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ଦୁର୍ବଳ ଅର୍ଥନୈତିକ ପ୍ରଦର୍ଶନ ଏବଂ ଗତ ୨୧ ଏପ୍ରିଲ ‘ଇଷ୍ଟର ସନ୍‌ଡେ’ରେ ୩ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ୨୬୦ ଲୋକଙ୍କ ଜୀବନ ଯିବା ଆଦି ପ୍ରସଙ୍ଗ ତାଙ୍କୁ ନିର୍ବାଚନରେ ଜିତାଇପାରିଛି। ଏଥିସହିତ ଏଲ୍‌ଟିଟିଇ ଉଗ୍ରପନ୍ଥୀଙ୍କୁ ନିପାତ କରି ଦେଶବାସୀଙ୍କ ଆଗରେ ନିଜର ଏକ ଶକ୍ତିଶାଳୀ ଛବି ଆଙ୍କିପାରିଥିବାରୁ ଏଭଳି ସଫଳତା ପାଇଛନ୍ତି। ଆଜିର ବିଶ୍ୱ ରାଜନୈତିକ ପ୍ରେକ୍ଷାପଟକୁ ଦେଖିଲେ ନିର୍ବାଚନ ପୂର୍ବରୁ ଏକ ବୃହତ୍‌ ସାମରିକ ପଦକ୍ଷେପ ନେଇ ଲୋକଙ୍କୁ ଠକିପାରୁଥିବା ରାଜନେତା ସଫଳତା ସାଉଁଟିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ମୁଖ୍ୟ ଅବୁବକ୍କର ଅଲ୍‌-ବାଗ୍‌ଦାଦିଙ୍କୁ ନିପାତ କରିବାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରମୁଖ ଭୂମିକା ନେଇଥିବା ଚର୍ଚ୍ଚା ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଏବେ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳି ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇସାରିଲାଣି। ଏହିଭଳି ଆଶ୍ଚର୍ଯ୍ୟ କଲା ଭଳି ପଦକ୍ଷେପକୁ ଦର୍ଶାଇ ବିଶ୍ୱବ୍ୟାପୀ କେତେକ ନେତା ବ୍ୟକ୍ତିଗତ ଲାଭ ଉଠାଇପାରୁଛନ୍ତି। କହିବାର ଉଦ୍ଦେଶ୍ୟ ହେଉଛି, ପରାସ୍ତ ହୋଇଥିବା ରାଷ୍ଟ୍ରପତି ପ୍ରାର୍ଥୀ ସାଜିଥ୍‌ ପ୍ରେମଦାସାଙ୍କ ପ୍ରତି ଦେଶବାସୀଙ୍କ ନୈତିକ ସମର୍ଥନ ଥିଲେ ମଧ୍ୟ ଭୋଟର ଗୋଟାବାୟାଙ୍କୁ ରାଷ୍ଟ୍ରପତି ଆସନରେ ବସାଇଛନ୍ତି। ଏଠାରେ ସରକାର ବିରୋଧୀ ହାଓ୍ବା ମଧ୍ୟ ତାଙ୍କୁ ବିଜୟ ହାସଲରେ ସହାୟକ ହୋଇଛି।
ଅନ୍ତର୍ଜାତୀୟ ସମ୍ପର୍କ ଓ ବୈଦେଶିକ ବ୍ୟାପାର ଦୃଷ୍ଟିକୋଣରୁ ଦେଖିଲେ ଭାରତର ପଡ଼ୋଶୀ ହେଉଛି ଶ୍ରୀଲଙ୍କା। ଦୀର୍ଘବର୍ଷ ଧରି ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ରହିଆସିଥିବା ବେଳେ ଏଲ୍‌ଟିଟିଇ ସମସ୍ୟା ସେଠାରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିଲା। ୨୦୦୯ରେ ଏଲ୍‌ଟିଟିଇ ଉଗ୍ରବାଦକୁ ମହିନ୍ଦା ରାଜପାକ୍‌ସେ ସରକାର ମୂଳପୋଛ କରିଥିଲେ। ଶ୍ରୀଲଙ୍କାର ସାମରିକ କାର୍ଯ୍ୟାନୁଷ୍ଠାନକୁ ସେତେବେଳେ ଦକ୍ଷିଣ ଭାରତରେ ବିରୋଧ କରାଯାଇଥିଲା। ଠିକ୍‌ ଏହି ସମୟରେ ଭାରତ ଓ ଶ୍ରୀଲଙ୍କା ଭିତରେ ସମ୍ପର୍କ କିଭଳି ଅଧିକ ବିଗୁଡ଼ୁ ସେହି ଲକ୍ଷ୍ୟରେ ଚାଇନା କଲମ୍ବୋ ସହିତ ସମ୍ବନ୍ଧ ବଢ଼ାଇଥିଲା। ଏପରି କି ଶ୍ରୀଲଙ୍କା ତା’ର ହମ୍ବାନ୍‌ଟୋଟା ବନ୍ଦରକୁ ଚାଇନାକୁ ଲିଜ୍‌ରେ ଦେଇଥିଲା। ଦେଖାଯାଇଛି ରାଜପାକ୍‌ସେଙ୍କ ଶାସନ ସମୟରେ ଶ୍ରୀଲଙ୍କା ଓ ଚାଇନା ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହୋଇଥିଲା। ୨୦୧୫ରେ ମହିନ୍ଦାଙ୍କୁ ହଟାଇ ମୈତ୍ରୀପାଲ ଶିରିସେନା ରାଷ୍ଟ୍ରପତି ହେବା ପରେ ଶ୍ରୀଲଙ୍କା-ଭାରତ ସମ୍ପର୍କ ମଜଭୁତ ହୋଇ ଆସୁଥିଲା। ଏବେ ଗୋଟାବାୟା ରାଜପାକ୍‌ସେ ଦାୟିତ୍ୱ ଗ୍ରହଣ କରିବା ପରେ ଦୁଇ ଦେଶର ସମ୍ପର୍କ ବିଗିଡ଼ିଯିବାର ସବୁ ଆଶଙ୍କା ରହିଛି। ଚାଇନା ସହ ରାଜପାକ୍‌ସେ ପରିବାରର ସମ୍ପର୍କକୁ ଦେଖିଲେ ଭାରତକୁ ଅତି ସତର୍କତାର ସହିତ ପଦକ୍ଷେପ ନେବାକୁ ପଡ଼ିବ। ଏଇ କିଛିବର୍ଷର ବୈଦେଶିକ ନୀତି ଦେଖିଲେ ଭାରତର ପଡ଼ୋଶୀ ଦେଶ ସହ ସେଭଳି ଉତ୍ତମ ସମ୍ପର୍କ ନାହିଁ। ସେହି ତାଲିକାରେ ଏବେ ପୁନର୍ବାର ଶ୍ରୀଲଙ୍କା ଯୋଡ଼ି ହୋଇଯାଇଥିବାରୁ ଭାରତର କୂଟନୈତିକ ଦକ୍ଷତା ଉପରେ ଆହୁରି ଏକ ଚ୍ୟାଲେଞ୍ଜ ସୃଷ୍ଟି ହେଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?