ସମ୍ପାଦକୀୟ/କୂଟନୈତିକ ଚ୍ୟାଲେଞ୍ଜ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ୧୮ ନଭେମ୍ବର ୨୦୧୯ରେ ଗୋଟାବାୟା ରାଜପାକ୍‌ସେ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଗୋଟାବାୟା କହିଛନ୍ତି ଯେ, ସେ ନିରପେକ୍ଷ ବୈଦେଶିକ ନୀତି ଅନୁସରଣ କରିବେ ଏବଂ ଯେକୌଣସି ବିବାଦରୁ ଦୂରେଇ ରହିବେ। କିନ୍ତୁ ଗୋଟାବାୟାଙ୍କ ଇତିହାସ ଭିନ୍ନ ଚିତ୍ର ଦର୍ଶାଉଛି। ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସେଙ୍କ ସାନ ଭାଇ ହେଉଛନ୍ତି ଗୋଟାବାୟା। ମହିନ୍ଦା ୨୦୦୫ରୁ ୨୦୧୫ ଯାଏ ସେଠାକାର ରାଷ୍ଟ୍ରପତି ଥିଲେ। ସେହି ଦଶନ୍ଧିରେ ଗୋଟାବାୟା ପ୍ରତିରକ୍ଷା ସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୦୯ରେ ଲିବରେଶନ ଟାଇଗର୍ସ ଅଫ୍‌ ତାମିଲ ଇଲମ୍‌ (ଏଲ୍‌ଟିଟିଇ) ଉଗ୍ରପନ୍ଥୀଙ୍କୁ ନିପାତ କରିବାରେ ତାଙ୍କ ଭୂମିକା ସର୍ବାଗ୍ରେ ଥିଲା। ସେଥିପାଇଁ ତାଙ୍କୁ ‘ଧ୍ୱଂସକାରୀ’ ଆଖ୍ୟା ଦିଆଯାଇଥିଲା। ଏବେ ଶ୍ରୀଲଙ୍କା ରାଜନୀତିକୁ ତାଙ୍କ ପ୍ରତ୍ୟାବର୍ତ୍ତନ ଦେଶ ଶାସନରେ ରାଜପାକ୍‌ସେ ବଂଶ ପୁଣି କର୍ତ୍ତୃତ୍ୱ ଜାହିର କଲା ବୋଲି କୁହାଯାଉଛି।
ଶାସକ ଦଳର ପ୍ରାର୍ଥୀ ସାଜିଥ୍‌ ପ୍ରେମଦାସାଙ୍କୁ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ଗୋଟାବାୟା ପରାସ୍ତ କରିବା ପରେ ତାଙ୍କ ବିଜୟ ଯାତ୍ରାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। କୁହାଯାଉଛି, ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ଦୁର୍ବଳ ଅର୍ଥନୈତିକ ପ୍ରଦର୍ଶନ ଏବଂ ଗତ ୨୧ ଏପ୍ରିଲ ‘ଇଷ୍ଟର ସନ୍‌ଡେ’ରେ ୩ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ୨୬୦ ଲୋକଙ୍କ ଜୀବନ ଯିବା ଆଦି ପ୍ରସଙ୍ଗ ତାଙ୍କୁ ନିର୍ବାଚନରେ ଜିତାଇପାରିଛି। ଏଥିସହିତ ଏଲ୍‌ଟିଟିଇ ଉଗ୍ରପନ୍ଥୀଙ୍କୁ ନିପାତ କରି ଦେଶବାସୀଙ୍କ ଆଗରେ ନିଜର ଏକ ଶକ୍ତିଶାଳୀ ଛବି ଆଙ୍କିପାରିଥିବାରୁ ଏଭଳି ସଫଳତା ପାଇଛନ୍ତି। ଆଜିର ବିଶ୍ୱ ରାଜନୈତିକ ପ୍ରେକ୍ଷାପଟକୁ ଦେଖିଲେ ନିର୍ବାଚନ ପୂର୍ବରୁ ଏକ ବୃହତ୍‌ ସାମରିକ ପଦକ୍ଷେପ ନେଇ ଲୋକଙ୍କୁ ଠକିପାରୁଥିବା ରାଜନେତା ସଫଳତା ସାଉଁଟିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ମୁଖ୍ୟ ଅବୁବକ୍କର ଅଲ୍‌-ବାଗ୍‌ଦାଦିଙ୍କୁ ନିପାତ କରିବାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରମୁଖ ଭୂମିକା ନେଇଥିବା ଚର୍ଚ୍ଚା ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଏବେ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳି ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇସାରିଲାଣି। ଏହିଭଳି ଆଶ୍ଚର୍ଯ୍ୟ କଲା ଭଳି ପଦକ୍ଷେପକୁ ଦର୍ଶାଇ ବିଶ୍ୱବ୍ୟାପୀ କେତେକ ନେତା ବ୍ୟକ୍ତିଗତ ଲାଭ ଉଠାଇପାରୁଛନ୍ତି। କହିବାର ଉଦ୍ଦେଶ୍ୟ ହେଉଛି, ପରାସ୍ତ ହୋଇଥିବା ରାଷ୍ଟ୍ରପତି ପ୍ରାର୍ଥୀ ସାଜିଥ୍‌ ପ୍ରେମଦାସାଙ୍କ ପ୍ରତି ଦେଶବାସୀଙ୍କ ନୈତିକ ସମର୍ଥନ ଥିଲେ ମଧ୍ୟ ଭୋଟର ଗୋଟାବାୟାଙ୍କୁ ରାଷ୍ଟ୍ରପତି ଆସନରେ ବସାଇଛନ୍ତି। ଏଠାରେ ସରକାର ବିରୋଧୀ ହାଓ୍ବା ମଧ୍ୟ ତାଙ୍କୁ ବିଜୟ ହାସଲରେ ସହାୟକ ହୋଇଛି।
ଅନ୍ତର୍ଜାତୀୟ ସମ୍ପର୍କ ଓ ବୈଦେଶିକ ବ୍ୟାପାର ଦୃଷ୍ଟିକୋଣରୁ ଦେଖିଲେ ଭାରତର ପଡ଼ୋଶୀ ହେଉଛି ଶ୍ରୀଲଙ୍କା। ଦୀର୍ଘବର୍ଷ ଧରି ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ରହିଆସିଥିବା ବେଳେ ଏଲ୍‌ଟିଟିଇ ସମସ୍ୟା ସେଠାରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିଲା। ୨୦୦୯ରେ ଏଲ୍‌ଟିଟିଇ ଉଗ୍ରବାଦକୁ ମହିନ୍ଦା ରାଜପାକ୍‌ସେ ସରକାର ମୂଳପୋଛ କରିଥିଲେ। ଶ୍ରୀଲଙ୍କାର ସାମରିକ କାର୍ଯ୍ୟାନୁଷ୍ଠାନକୁ ସେତେବେଳେ ଦକ୍ଷିଣ ଭାରତରେ ବିରୋଧ କରାଯାଇଥିଲା। ଠିକ୍‌ ଏହି ସମୟରେ ଭାରତ ଓ ଶ୍ରୀଲଙ୍କା ଭିତରେ ସମ୍ପର୍କ କିଭଳି ଅଧିକ ବିଗୁଡ଼ୁ ସେହି ଲକ୍ଷ୍ୟରେ ଚାଇନା କଲମ୍ବୋ ସହିତ ସମ୍ବନ୍ଧ ବଢ଼ାଇଥିଲା। ଏପରି କି ଶ୍ରୀଲଙ୍କା ତା’ର ହମ୍ବାନ୍‌ଟୋଟା ବନ୍ଦରକୁ ଚାଇନାକୁ ଲିଜ୍‌ରେ ଦେଇଥିଲା। ଦେଖାଯାଇଛି ରାଜପାକ୍‌ସେଙ୍କ ଶାସନ ସମୟରେ ଶ୍ରୀଲଙ୍କା ଓ ଚାଇନା ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହୋଇଥିଲା। ୨୦୧୫ରେ ମହିନ୍ଦାଙ୍କୁ ହଟାଇ ମୈତ୍ରୀପାଲ ଶିରିସେନା ରାଷ୍ଟ୍ରପତି ହେବା ପରେ ଶ୍ରୀଲଙ୍କା-ଭାରତ ସମ୍ପର୍କ ମଜଭୁତ ହୋଇ ଆସୁଥିଲା। ଏବେ ଗୋଟାବାୟା ରାଜପାକ୍‌ସେ ଦାୟିତ୍ୱ ଗ୍ରହଣ କରିବା ପରେ ଦୁଇ ଦେଶର ସମ୍ପର୍କ ବିଗିଡ଼ିଯିବାର ସବୁ ଆଶଙ୍କା ରହିଛି। ଚାଇନା ସହ ରାଜପାକ୍‌ସେ ପରିବାରର ସମ୍ପର୍କକୁ ଦେଖିଲେ ଭାରତକୁ ଅତି ସତର୍କତାର ସହିତ ପଦକ୍ଷେପ ନେବାକୁ ପଡ଼ିବ। ଏଇ କିଛିବର୍ଷର ବୈଦେଶିକ ନୀତି ଦେଖିଲେ ଭାରତର ପଡ଼ୋଶୀ ଦେଶ ସହ ସେଭଳି ଉତ୍ତମ ସମ୍ପର୍କ ନାହିଁ। ସେହି ତାଲିକାରେ ଏବେ ପୁନର୍ବାର ଶ୍ରୀଲଙ୍କା ଯୋଡ଼ି ହୋଇଯାଇଥିବାରୁ ଭାରତର କୂଟନୈତିକ ଦକ୍ଷତା ଉପରେ ଆହୁରି ଏକ ଚ୍ୟାଲେଞ୍ଜ ସୃଷ୍ଟି ହେଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri