ସମ୍ପାଦକୀୟ/କଠୁଆ: ଦଣ୍ଡ ନୁହେଁ, କ୍ଷମା

ବହୁଚର୍ଚ୍ଚିତ କଠୁଆ ବଳାତ୍କାର ଓ ହତ୍ୟା ମାମଲାର ରାୟ ୧୦ ଜୁନ୍‌ ୨୦୧୯ରେ ପ୍ରକାଶ ପାଇଛି। ୭ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେଥିମଧ୍ୟରୁ ୩ ଜଣଙ୍କୁ ଆଜୀବନ ଜେଲଦଣ୍ଡ ଦିଆଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ୫ ବର୍ଷ କାରାଦଣ୍ଡ ଦିଆଯାଇଛି। ସଂଖ୍ୟାଲଘୁ ବର୍ଗର ଯାଯାବର ଗୋଷ୍ଠୀର ୮ ବର୍ଷୀୟା ନାବାଳିକାଙ୍କୁ ଜମ୍ମୁ ଓ କଶ୍ମୀରର କାଠୁଆଠାରେ ୨୦୧୮ ଜାନୁୟାରୀରେ ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା। ସମ୍ବେଦନଶୀଳ ବିଷୟ ହେଉଛି ଯେ, ଏକ ମନ୍ଦିର ପରିସରରେ ହୋଇଥିବା ବଳାତ୍କାର ଘଟଣାରେ ପୂଜକ ସମ୍ପୃକ୍ତ ଥିଲେ। ସେତେବେଳେ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଥିବା ବିଷୟ ଆଡ୍‌ଭୋକେଟ ମୋନିକା ଆରୋରା ଇଙ୍ଗିତ କରିଥିଲେ। ତେବେ ଫାଷ୍ଟ ଟ୍ରାକ୍‌ କୋର୍ଟରେ ବିଚାର ଲାଗି ମାମଲାକୁ ସୁପ୍ରିମକୋର୍ଟ ଜମ୍ମୁ ଓ କଶ୍ମୀରରୁ ପଞ୍ଜାବର ପଠାନ୍‌କୋର୍ଟକୁ ସ୍ଥାନାନ୍ତର କରିଥିଲେ।
ଏଭଳି ବର୍ବର କାଣ୍ଡ ଘଟାଇଥିବା ଦୋଷୀଙ୍କୁ କେବଳ ଆଜୀବନ ଜେଲଦଣ୍ଡ ଯଥେଷ୍ଟ ନୁହେଁ ବୋଲି ଆମେ ଭାବୁଛୁ । ଜଘନ୍ୟ କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଭଳି କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ। ଏଠାରେ ଦୋଷୀର ବର୍ଗ କିମ୍ବା ଧର୍ମ ବିଚାରକୁ ଆସିବା ଅନୁଚିତ। ଆଠ ବର୍ଷର କୁନି ପିଲାକୁ ଗଣବଳାତ୍କାର ଓ ହତ୍ୟା କୌଣସି ଶିକ୍ଷିତ ସମାଜ ଦ୍ୱାରା କ୍ଷମା କରାଯାଇପାରିବ ବୋଲି ଚିନ୍ତା କରାଯିବା କଷ୍ଟକର। ଉଲ୍ଲେଖଯୋଗ୍ୟ ଯେ, କଠୁଆ ଘଟଣାରେ ମୁସଲମାନ ନାବାଳିକାଙ୍କୁ ହିନ୍ଦୁ ପୂଜକ ଓ ତାଙ୍କ ସହଯୋଗୀମାନେ ଗଣବଳାତ୍କାର କରିଥିବା ପ୍ରସଙ୍ଗକୁ ନେଇ ସେତେବେଳେ ଢେର ରାଜନୀତି ହୋଇଥିଲା। ଉକ୍ତ ଘଟଣାକୁ ମାମୁଲି ଆଖ୍ୟା ଦିଆଯିବା ସହ ଅଭିଯୁକ୍ତଙ୍କ ସପକ୍ଷରେ ଏକ ଶୋଭାଯାତ୍ରାରେ ଜମ୍ମୁ ଓ କଶ୍ମୀରର ତତ୍କାଳୀନ ସରକାରରେ ଥିବା ଦୁଇ ମନ୍ତ୍ରୀ ଯୋଗଦେବା ଘଟଣାକୁ ସବୁଆଡ଼ୁ ନିନ୍ଦା କରାଯାଇଥିଲା। ପରେ ମନ୍ତ୍ରୀ ଥିବା ଦୁଇ ଭାଜପା ନେତା ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଧର୍ମକୁ ନେଇ ରାଜନୀତି ସର୍ବୋଚ୍ଚରେ ପହଞ୍ଚିଥିବା ବେଳେ ଶିଶୁମାନଙ୍କୁ ମଧ୍ୟ ବିଭାଗୀକରଣ କରାଯିବାକୁ ଅନେକେ ପଛାଉ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଆଲିଗଡ଼ରେ ନିକଟରେ ଘଟିଥିବା ଘଟଣାକୁ ଦେଖିଲେ ମଣିଷ କେତେ ଅସୁର ପାଲଟିଯାଇପାରେ ତା’ର ନମୁନା ମିଳିଛି। ପିତା ଧାର କରି ଆଣିଥିବା ଅର୍ଥ ପଇଠ ନ କରିପାରିବାରୁ ଅଢ଼େଇ ବର୍ଷର ଝିଅକୁ ଯୌନ ନିର୍ଯାତନା ଦିଆଯିବା ପରେ ତଣ୍ଟିଚିପି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି କ୍ଷେତ୍ରରେ ପୀଡ଼ିତାଙ୍କ ପରିବାର ଓ ଅଭିଯୁକ୍ତ ଉଭୟେ ମୁସଲମାନ। ଏଥିରୁ ବୁଝିବାକୁ ହେବ ଯେ, ଅପରାଧୀ କୌଣସି ଧର୍ମରେ ସୀମିତ ନୁହେଁ। ଏହି ଘଟଣାକୁ ନେଇ ଜାତୀୟ ସ୍ତରରେ ବିକ୍ଷୋଭ କରାଯିବା ପରେ ମଧ୍ୟ ଉତ୍ତରପ୍ରଦେଶର ହମିରପୁର ଓ ମଧ୍ୟପ୍ରଦେଶର ଭୋପାଳରେ ଦୁଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି।
ଏ ଦେଶରେ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ମାମଲା ଗଡ଼େଇବାରେ ଅହେତୁକ ବିଳମ୍ବ କରୁଛନ୍ତି। ଶିଶୁ ଅପହରଣ ଓ ଯୌନ ପୀଡ଼ନ ଭଳି ସାଂଘାତିକ ଘଟଣାକୁ ଗୁରୁତ୍ୱର ସହ ବିଚାର କରାଯିବା ଦରକାର। ଏ ନେଇ ଅନେକ କଡ଼ା ଆଇନ ପ୍ରଣୟନ କରାଯାଉଥିଲେ ମଧ୍ୟ ସେଗୁଡ଼ିକୁ କେହି ଠିକ୍‌ ଭାବେ କାର୍ଯ୍ୟକାରୀ କରୁନାହାନ୍ତି। କାରଣ ଥାନା ସ୍ତରରେ ପୋଲିସ ଘଟଣାକୁ ଯେଭଳି ଗୁରୁତ୍ୱ ଦେବା କଥା ଦେଉ ନାହିଁ। ଯେଉଁ ଘଟଣାରୁ କଞ୍ଚା ଅର୍ଥ ମିଳିବ ବୋଲି ଅଧିକାଂଶ ପୋଲିସ ହୃଦ୍‌ବୋଧ କରୁଛନ୍ତି, ସେଭଳି ସ୍ଥଳେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ ହେଉଛି। ନ ହେଲେ କାର୍ଯ୍ୟ ମନ୍ଥର ଗତିରେ ଯିବା ସ୍ବାଭାବିକ। ଅଧିକାଂଶ କ୍ଷେତ୍ରରେ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ମଧ୍ୟରେ ସଲାସୁତରା ହେଉଛି। ଯେହେତୁ ମାମଲା ଦୀର୍ଘବର୍ଷ ଗଡ଼ି ଚାଲୁଛି, ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପକର୍ମ କରିଚାଲୁଛନ୍ତି।
ରାଜନୈତିକ ନେତୃତ୍ୱ ଓ ବିଭିନ୍ନ ସାମାଜିକ ସଙ୍ଗଠନ ସହଜରେ ବିପଦରେ ପଡ଼ିପାରୁଥିବା ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଦିଗରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ବଡ଼ ପାଟିରେ କହିଚାଲୁଛନ୍ତି। କୌଣସି ଅସ୍ବାଭାବିକ ଘଟଣା ଘଟିଲେ ତାହାର ପ୍ରତିବାଦ ସ୍ବରୂପ ବିକ୍ଷୋଭ ଓ ଶୋଭାଯାତ୍ରା ଆୟୋଜିତ ହେଉଛି। ବାସ୍ତବ ଦୃଷ୍ଟିରୁ ଦେଖିଲେ ଯେଉଁଠାରେ ମାମଲାକୁ ତ୍ୱରାନ୍ବିତ କରାଯାଇ ଶୀଘ୍ର ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇପାରନ୍ତା, ତାହା କେବେହେଲେ ତଦାରଖ କରାଯାଉନାହିଁ। ତେଣୁ ଆଜିର ଭାରତରେ ସବୁ କ୍ଷେତ୍ରରେ ଏକ ଦୃଢ଼ ଚାପ ଗୋଷ୍ଠୀର ଆବଶ୍ୟକତା ଜରୁରୀ ହୋଇପଡ଼ିଲାଣି। ଏହିଭଳି ଗୋଷ୍ଠୀ ଉପସ୍ଥିତ ଥିଲେ ନ୍ୟାୟ ମିଳିବାର ଆଶା ରଖାଯାଇପାରୁଛି। ନଚେତ୍‌ ସବୁ ମାମଲା ଏପାଖସେପାଖ ହୋଇ ଅଳିଆଗଦାରେ ପଡ଼ିରହୁଛି। ଏଠାରେ ଗଣମାଧ୍ୟମକୁ ପ୍ରଶଂସା କରାଯାଇପାରିବ ଯେ, ଏଭଳି ସମ୍ବେଦନଶୀଳ ଘଟଣାକୁ ଲୋକଲୋଚନକୁ ଅଣାଯାଉଛି। କିନ୍ତୁ ଗଣମାଧ୍ୟମ ଦ୍ୱାରା ଦଣ୍ଡ ଦିଆଯାଇପାରିବ ନାହିଁ। ସେଥିପାଇଁ ପୋଲିସ ଏବଂ ଅଦାଲତର କାର୍ଯ୍ୟଦକ୍ଷତା ଗୁରୁତ୍ୱ ରଖିଥାଏ। ସାଧାରଣରେ ତାହା ହେଉ ନ ଥିବା ପରିଲକ୍ଷିତ ହେଉଛି। କଠୁଆ ଭଳି ଉଦାହରଣ ଦେଖିଲେ ଦଣ୍ଡର ପରିମାଣ ଏକ ପ୍ରକାର କ୍ଷମା ଭଳି ପ୍ରତୀୟମାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?