ସମୀକ୍ଷା କଲେ ଶକ୍ତି ମନ୍ତ୍ରୀ: କାହାରିକୁ ବିଜୁଳିରୁ ବାଦ ଦିଆଯିବନାହିଁ

ନୂଆପଡା ଅଫିସ,୨୮ା୮-ନୂଆପଡା ଭଳି ଜିଲାରେ ଅର୍ଦ୍ଧାଧିକ ଅଞ୍ଚଳ ବଣପାହାଡ ଘେରା ହୋଇ ରହିଛି । ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବ । କାହାରିକୁ ବିଜୁଳୀ ଆଳୁଅରୁ ବଞ୍ଚତ୍ତ ରହିବାକୁ ଦିଆଯିବନାହିଁ। ସବୁଗାଁ ଗଳିକନ୍ଦିକୁ ବିଜୁଳି ଆଳୁଅ ପହଞ୍ଚତ୍ବ ବୋଲି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ନୂଆଦିଲ୍ଲୀରୁ କଳାହାଣ୍ଡି ଗସ୍ତ ସମୟରେ ନୂଆପଡା ଦେଇ ଗସ୍ତ କରିବା ବେଳେ ସ୍ବାଗତ ସମାରୋହରେ ଏହା କହିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ନୂଆପଡା ଜିଲା ଖରିଆରରୋଡ ସହରରେ ଆସି ପହଞ୍ଚତ୍ଥିଲେ । ଏଠାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପାଛୋଟି ଆଣିଥିବାବେଳେ ସାଢେ ୫ଟାବେଳେ ନୂଆପଡା ସହରସ୍ଥିତ ଏକତା ଛକ ନିକଟରେ ସହରବାସୀ ସ୍ବାଗତ କରିଥିଲେ। ବାଣ ରୋଶନୀ ସହ ସହର ଦୁଲୁକିପଡିଥିଲା। ଏଥିରେ ବିଜେଡି ରାଜ୍ୟ ସମ୍ପାଦକ ତଥା ରାଜ୍ୟ କ୍ରିକେଟ ଆସୋସିଏଶନ ଉପସଭାପତି ସରୋଜ କୁମାର ସାହୁ ନେତୃତ୍ୱ ନେଇଥିବାବେଳେ ସହରର ବଣିକ ସଂଘ, ଠିକାଦାର ସଂଘ ସହ ନାଗରିକ କମିଟି କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ପୁରୋହିତ, ଟୁଲୁ ପାଢୀ, ମହେଶ କୁମାର ନିଆଲ, ସୁଧୀର କୁମାର ମିଶ୍ର, ନଟରାଜ ବହିଦାର ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ ସହରବାସୀଙ୍କୁ ମନ୍ତ୍ରୀ ମିଶ୍ର ଉଦ୍‌ବୋଧନ ଦେବା ପରେ ଜିଲାପାଳଙ୍କ ସଭା ଗୃହରେ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିଲେ । ଏଥିରେ ଜିଲାପାଳ ମଧୁସ୍ମିତା ସାହୁ, ଏସ୍‌ପି ବିନୀତ ଅଗ୍ରୱାଲ, ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ଯୋଗଦେଇଥିଲେ। ଜିଲାରେ ବିଜୁଳୀ ସମସ୍ୟା ଉପରେ ସମୀକ୍ଷା କରି କ’ଣ ସବୁ ଦରକାର ସେ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ସୁନାବେଡା ଅଭୟାରଣ୍ୟରେ ଅର୍ଦ୍ଧାଧିକ ଲୋକ ବିଜୁଳି ଆଲୁଅ ଦେଖିପାରିନାହାନ୍ତି । ସେଠାରେ ତାର ସଂଯୋଗ ହୋଇଥିଲେ ମଧ୍ୟ ବିଜୁଳି ଯୋଗାଇଦିଆଯାଇ ପାରିନାହିଁ । ଏହା ଉପରେ ଅଧିକାରୀ ଏବଂ ଜିଲାପାଳଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ । ଏହା କେବେ କାର୍ଯ୍ୟକାରୀ ହେବ ଏବଂ ଏଥିସକାଶେ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ଉପରେ ସମୀକ୍ଷା କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

ରାଜନୀତିରେ ବଡ଼ ହଲଚଲ: NAC ଅଧ୍ୟକ୍ଷଙ୍କ ସହ ୧୧ କାଉନସିଲର ଛାଡ଼ିଲେ ବିଜେଡି

ବାଲିଗୁଡ଼ା,୫ା୬: କନ୍ଧମାଳ ଜିଲା ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ହଲଚଲ ହୋଇଛି। ଏକାଧିକ ନେତା ବିଜେଡି ଛାଡ଼ିଛନ୍ତି। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ଏକାବେଳକେ…

ମହିଳାଙ୍କୁ ବଳାତ୍କାର: ଧରାପଡ଼ିଲେ ମୌଲାନା

କଟକ,୫।୬(ପ୍ରଭୁ କଲ୍ୟାଣ ପାଲ): ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଶୁକ୍ରବାର ଜଣେ ମୌଲାନାଙ୍କୁ ଗିରଫ କରିଛି। ସେ ହେଲେ ଏସ୍‌.କେ ନାଜମୁଲ ଆରଫିନ…

ସ୍ବତନ୍ତ୍ର ସଘନ ସଂଶୋଧନରେ ଯାଇଥିବା ବିଏଲଓଙ୍କୁ ଠେଲାପେଲା କରିବା ଘଟଣା: ଜନସାଧାରଣଙ୍କୁ ଏମିତି ନିବେଦନ କଲା ଜିଲା ପ୍ରଶାସନ

ପାଟଣା,୫।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ସ୍ବତନ୍ତ୍ର ସଘନ ସଂଶୋଧନ ଗୁରୁବାର ପୂର୍ବାହ୍ନରେ ଚାଲିଥିବାବେଳେ ବିଏଲଓ ସଦାନନ୍ଦ ସେଠୀଙ୍କୁ ଠେଲାପେଲା…

ବିଜେଡିର ବିଶାଳ ମହିଳା ସମାବେଶ: ଏହାଠି ହେଲେ ହଜାର ହଜାର ମହିଳା

ଖୋର୍ଦ୍ଧା,୫।୬: ଖୋର୍ଦ୍ଧାରେ ବିଜେଡିର ବିଶାଳ ମହିଳା ସମାବେଶ। ଜିଲା ବିଜେଡି ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହାଠି ହେଲେ ହଜାର ହଜାର ମହିଳା ଓ ରାଜ୍ୟର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri