ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା

ମାର୍ଶାଘାଇ, ୧୧।୧୨ (ଡି.ଏନ୍‌.ଏ.):ଶିଶୁ ଓ ମହିଳାଙ୍କ ବିକାଶ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତି ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲା ଯାଇଥିବା ବେଳେ ଜଣେ ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ବ୍ଲକସ୍ତରରେ ଜଣେ ଲେଖାଏଁ ସିଡିପିଓ (ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ)ଙ୍କୁ ନିଯୁକ୍ତ କରାଯାଇଛି। ତେବେ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ଏହି ଯୋଜନାରେ ଅନିୟମିତତା ହେଉଥିବା ପରିଲକ୍ଷିତ ହେଉଛି। କେତେକ ସ୍ଥାନରେ ଅଙ୍ଗନଓ୍ବାଡି ଗୃହ ନ ଥିବାରୁ ପିଲାମାନେ ସ୍ଥାନୀୟ ସ୍କୁଲ ବାରଣ୍ଡାରେ ବସି ପାଠ ପଢ଼ୁଥିବା ବେଳେ କେତେକ କେନ୍ଦ୍ରର କର୍ମୀମାନେ ପିଲାଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ହଡ଼ପ କରୁଥିବା ଭଳି ଅଭିଯୋଗ ମଧ୍ୟ ହେଉଛି।
ବ୍ଲକ ଅଧୀନରେ ଥିବା ୨୪ ପଞ୍ଚାୟତରେ ମୋଟ ୧୮୩ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାଯାଇଛି। ସେଥିରୁ ୧୬୪ ଅଙ୍ଗନଓ୍ବାଡି ପାଇଁ ଗୃହ ନିର୍ମାଣ ନିମନ୍ତେ ସରକାର ଅର୍ଥ ମଞ୍ଜୁର କରିଛନ୍ତି। ସେଥିମଧ୍ୟରୁ ୯୨ଟି ଗୃହ ପୂର୍ଣ୍ଣାଙ୍ଗ ହୋଇ କାର୍ଯ୍ୟକ୍ଷମ ହେଉଥିବା ବେଳେ ୪୬ଟି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲିଛି। ଅବଶିଷ୍ଟ ୨୬ଟି କେନ୍ଦ୍ର ପାଇଁ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ ପାଇଁ ତହସିଲଦାରଙ୍କୁ ଆବେଦନ କରାଯାଇଥିଲେ ବି ଏ ଯାଏଁ ଜାଗା ସ୍ଥିର କରାଯାଇପାରିନାହିଁ। ଅନ୍ୟପଟେ କୁନି କୁନି ପିଲା, ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ସରକାର ଯୋଗାଉ ଥିବା ପୁଷ୍ଟିକର ଖାଦ୍ୟକୁ କର୍ମୀମାନେ ଅଙ୍ଗନଓ୍ବାଡି ଗୃହରେ ନ ରଖି ନିଜ ଘରେ ରଖୁଥିବା ଅଭିଯୋଗ ହୋଇଛି। ଏଥିସହ ଉପସ୍ଥାନ ଖାତାରେ ଅଧିକ ପିଲାଙ୍କ ଉପସ୍ଥାନ ଦର୍ଶାଇ କର୍ମୀମାନେ ପିଲାଙ୍କ ଖାଦ୍ୟ ହଡ଼ପ କରୁଛନ୍ତି। ଅନ୍ୟପଟେ ବ୍ଲକର ୧୮୩ଟି କେନ୍ଦ୍ର ପରିଚାଳନା ଦାୟିତ୍ୱ ସିଡିପିଓଙ୍କ ହାତରେ ରହିଥିବା ବେଳେ ଗତ ୨ ବର୍ଷ ହେଲା ଏହି ପଦବୀ ଖାଲି ପଡ଼ିଥିଲା। ଫଳରେ ବ୍ଲକ ଅଞ୍ଚଳରେ ଏହି କ୍ଷେତ୍ରରେ ନାନା ଅନିୟମିତତା ହେଉଥିଲା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଗତ ୧୫ ଦିନ ହେବ ଏଠାରେ ସିଡିପିଓଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ସିଡିପିଓ ଅଫିସରେ ୬ ସୁପରଭାଇଜର ପଦବୀ ରହିଥିବା ବେଳେ ୨ ପଦବୀ ଖାଲିପଡିଛି। ଏଥିସହ ପିଅନ ପଦବୀ ମଧ୍ୟ ଖାଲି ପଡିଛି। ସେହିପରି ସରକାରୀ ଗାଡ଼ି ନ ଥିବାରୁ ସିଡିପିଓ ବିଭିନ୍ନ କେନ୍ଦ୍ରକୁ ପରିଦର୍ଶନରେ ଯିବାରେ ଅସୁବିଧା ହେଉଛି। ୨୦୧୪ରୁ ସରକାରୀ ଗାଡି ଅଚଳ ହୋଇ ପଡିଥିବାରୁ ଆବଶ୍ୟକ ସ୍ଥଳେ ସିଡିପିଓ ଘରୋଇ ଗାଡି ଆଣି ବିଭିନ୍ନ କେନ୍ଦ୍ର ପରିଦର୍ଶନରେ ଯାଉଛନ୍ତି। ତେବେ ଶିଶୁବିକାଶ ଯୋଜନାର ସୁପରିଚାଳନା ପାଇଁ ଆବଶ୍ୟକ ଅଙଗନଓ୍ବାଡି ଗୃହ ନିର୍ମାଣ, ସୁପରଭାଇଜର ନିଯୁକ୍ତି ଓ ଗାଡ଼ି ଯୋଗାଇଦେବା ଆଦି ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ବଛରାଇ ସରପଞ୍ଚ ଗୌରୀରାଣୀ ପ୍ରଧାନ, ଜମପଡ଼ା ସରପଞ୍ଚ ମୋନାଲିସା ପ୍ରଧାନ, ବେରୁହାଁ ସରପଞ୍ଚ ଲାବଣ୍ୟବତୀ ପ୍ରଧାନ, ମଙ୍ଗରାଜପୁର ସରପଞ୍ଚ ପ୍ରଦୀପ ନାୟକ, ଶିଳିପୁର ସରପଞ୍ଚ ଯୁଗଳ କିଶୋର ଦାସ, ଅଙ୍ଗୁଳାଇ ସରପଞ୍ଚ ଦୁର୍ଗାବତୀ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ସିଡିପିଓ ଜୋତ୍ସ୍ନା ତ୍ରିପାଠୀଙ୍କୁ ପଚାରିବାରେ ଦୁଇ ସୁପରଭାଇଜର ପଦବୀ ଖାଲି ପଡ଼ିଥିବା ବେଳେ ଗାଡ଼ି ନ ଥିବାରୁ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ ପାଇଁ ଅସୁବିଧା ହେଉଛି। ବେଳେବେଳେ ଘରୋଇ ଗାଡ଼ି ନେଇ ପରିଦର୍ଶନରେ ଯାଉଛୁ ବୋଲି କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?