ସବୁଜିମା ଉଜାଡ଼ିଲା ଫନୀ : ଛାଡ଼ିଗଲା ଆହ୍ବାନ

ବାତ୍ୟା ‘ଫନୀ’ ଚାଲି ଯାଇଛି ସତ, କିନ୍ତୁ ‘ପରିବେଶ’କୁ ନେଇ ଚିନ୍ତା ବଢ଼ିଛି। ୧୯୯୯ ମହାବାତ୍ୟାରେ ଉପକୂଳ ଓଡ଼ିଶାରେ ଶହେବର୍ଷର ପୁରୁଣା ଗଛ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଗତ ୨୦ବର୍ଷରେ ଯାହାବି ନୂଆ ଗଛ ସୃଷ୍ଟି ହେଇଥିଲା ତାହା ବି ‘ଫନୀ’ ମାଡ଼ରେ ଉଜୁଡ଼ି ଗଲା। ଫଳରେ ଏବେଠୁ ପରିବେଶ ଜନିତ ସମସ୍ୟା ଆରମ୍ଭ ହୋଇଯାଇଥିବାବେଳେ ଆଗକୁ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼ିବ। ଏପରିସ୍ଥିତିରେ ‘ଫନୀ’ର କ୍ଷତ ଆମ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।
ତଥ୍ୟ ଅନୁସାରେ, ନୂଆକରି ରୋପଣ କରାଯାଇଥିବା ଚାରା ଓ ୨୦ଟି ଜଙ୍ଗଲର ଭିତ୍ତିଭୂମି ସମେତ ବନ୍ୟପ୍ରାଣୀ ଡିଭିଜନର ବ୍ୟାପକ କ୍ଷୟକ୍ଷତି ହୋଇଛି। ଜଙ୍ଗଲ ଓ ଅଭୟାରଣ୍ୟ ଅଞ୍ଚଳରେ ୯ଲକ୍ଷ ଗଛ ଉପୁଡ଼ି ପଡ଼ିଛି। ଏସବୁର ମୂଲ୍ୟ ୨୭୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କେବଳ ଜଙ୍ଗଲ ଭିତରେ ନୁହେଁ, ବାହାର ଅଞ୍ଚଳରେ ୧୫୦ କୋଟି ମୂଲ୍ୟର ୫ଲକ୍ଷ ଗଛ ଉପୁଡ଼ିଯାଇଛି। ସେହିପରି ବନୀକରଣ ନିମନ୍ତେ ରହିଥିବା ୮ଲକ୍ଷ ଚାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଯାହାର ମୂଲ୍ୟ ୩୯କୋଟି ୫୦ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛିି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମୋଟ କ୍ଷୟକ୍ଷତିର ପରିମାଣ ୫୩୭.୮୦କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
‘ବାୟୁ ପ୍ରଦୂଷଣ’ ବଡ଼ ଚ୍ୟାଲେଞ୍ଜ
ଗଛ ବିନା ତାପମାତ୍ରା ବୃଦ୍ଧିକୁ ଅନୁଭବ କଲେଣି ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକେ। ବାତ୍ୟା ପରଠାରୁ ଲୋକେ ଗରମରେ ଛଟପଟ ହେଉଥିବାବେଳେ ମୁଣ୍ଡଗୁଞ୍ଜିବାକୁ ଗଛ ନାହିଁ। ଛାଇ ବି ସ୍ବପ୍ନ ପାଲଟିଛି। ସେହିପରି ଗଛ ନ ଥିବାରୁ ବାୟୁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାୟୁ ପ୍ରଦୂଷଣକୁ ଗଛ ରୋକିଥାଏ ବୋଲି ତାହା ସାଧାରଣ ଲୋକେ ସହଜରେ ଜାଣିପାରନ୍ତ ନାହିଁ। ତେଣୁ ଚଳିତ ବର୍ଷ ପରିବେଶ ଦିବସର ଥିମ୍‌ ଅଛି ‘ବାୟୁ ପ୍ରଦୂଷଣ’। ‘ଫନୀ’ ଭଳି ବାତ୍ୟା ବାୟୁ ପ୍ରଦୂଷଣକୁ ଅନେକ ଗୁଣ ବଢ଼େଇ ଦେଇଥାଏ। ଏବେ ତାହାକୁ ଲୋକେ ଅଳ୍ପବହୁତେ ଅନୁଭବ କଲେଣି। ଗଛର ପତ୍ର ବାୟୁରୁ ଧୂଳିକଣା ଓ ବିଷାକ୍ତ ଗ୍ୟାସ୍‌କୁ ଟାଣିନେଇ ପରିବେଶକୁ ସ୍ବଚ୍ଛ କରିଥାଏ। ଫଳରେ ରାସ୍ତାକଡ଼ରେ ରହିଥିବା ଗଛଗୁଡିକର ପତ୍ର ସମ୍ପୂର୍ଣ୍ଣ ସବୁଜ ଦେଖା ନ ଯାଇ ଈଷତ ଲାଲ ବା ଗେରୁଆ ରଙ୍ଗର ଦେଖାଯାଏ। କେତେ ସ୍ଥାନରେ ଈଷତ କଳା ବା ମାଟିଆ ରଙ୍ଗ ମଧ୍ୟ ଦେଖାଯାଏ। ଅନ୍ୟପକ୍ଷରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ନିର୍ଦ୍ଧାରିତ ବାୟୁ ପ୍ରଦୂଷଣମାନ ବଜାୟ ରଖିବାରେ ସାରା ଦେଶରେ ୧୨୦ଟି ସହର ବିଫଳ ହୋଇଛନ୍ତି। ଏଥିମଧ୍ୟରେ କଟକ, ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ, ରାଉରକେଲା ଓ ତାଳଚେର ଆଦି ୬ ସହର ରହିଛି। କଟକ, ଭୁବନେଶ୍ୱର ହେଉଛି ବାତ୍ୟା ପ୍ରଭାବିତ। ତେଣୁ ବାତ୍ୟାରେ ଗଛଗୁଡିକ ନଷ୍ଟ ହୋଇଯାଇଥିବାରୁ ଆଗକୁ ‘ବାୟୁ ପ୍ରଦୂଷଣ’ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।
ଡବ୍ଲ୍ୟୁଏଚ୍‌ଓ ଷ୍ଟାଣ୍ଡାର୍ଡ ଉପରେ ଗୁରୁତ୍ୱ
ଜାତୀୟ ବ୍ୟାପକ ବାୟୁ ପ୍ରଦୂଷଣ ମାନକ ଅନୁଯାୟୀ, ବାୟୁରେ ଭାସମାନ କଣିକା ୧୦୦ରୁ ଉଦ୍ଧର୍‌ବ ରହିଲେ ଏହାକୁ ଗୁରୁତର ବୋଲି ଗ୍ରହଣ କରାଯାଇଥାଏ। ଏଥିଯୋଗୁ ଫୁସ୍‌ଫୁସ୍‌ ଏବଂ ହୃଦ୍‌ଜନିତ ରୋଗ ହୋଇଥାଏ। ଓଡ଼ିଶା ପରିପ୍ରେକ୍ଷୀରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ୨୦୧୮ ନଭେମ୍ବର ୧୦ରେ କହିଥିଲେ, ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଯାନବାହନରୁ ନିର୍ଗତ ଧୂଆଁ, ରାସ୍ତାରେ ଥିବା ଧୂଳିକଣା, କଳକାରଖାନାରୁ ସୃଷ୍ଟି ହେଉଥିବା ପ୍ରଦୂଷଣ, ନିର୍ମାଣ କାର୍ଯ୍ୟ ଓ ଭଙ୍ଗାରୁଜାରୁ ହେଉଥିବା ପ୍ରଦୂଷଣ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସ ଅନୁସାରେ, ଯଦି ରାଜ୍ୟ ସରକାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ର ଏୟାର କ୍ୱାଲିଟି ଷ୍ଟାଣ୍ଡାର୍ଡ ରଖନ୍ତେ, ତେବେ କଟକ ଓ ଭୁବନେଶ୍ୱରରେ ଲୋକମାନେ ୨. ୭ ବର୍ଷ ଅଧିକ ବଞ୍ଚତ୍ପାରନ୍ତେ।
୧୦ବର୍ଷ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ: ପରିବେଶବିତ୍‌
ପରିବେଶବିତ୍‌ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଗଛ ବାୟୁକୁ ବିଶୁଦ୍ଧ କରିଥାଏ। ଜଳବାୟୁର ଭାରସାମ୍ୟ ରକ୍ଷା କରିବା ସହିତ ତାପମାତ୍ରା ମଧ୍ୟ ନିୟନ୍ତ୍ରଣ କରିଥାଏ। ବର୍ତ୍ତମାନ ‘ଫନୀ’ରେ ଯେତିକି ଗଛ ନଷ୍ଟ ହୋଇଛି ସେସବୁ ଫେରିବା ପାଇଁ ଅତିକମ୍‌ରେ ୧୦ବର୍ଷ ଲାଗିଯିବ। ତେଣୁ ବିଭିନ୍ନ ପ୍ରକାରର ଅସୁବିଧା ସାମ୍ନା କରିବାକୁ ପଡ଼ିବ। ସହରୀକରଣ ଓ ଶିଳ୍ପାୟନ ବାୟୁ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ। ଏଥିଯୋଗୁ ବିଶ୍ୱରେ ବିଭିନ୍ନ ରୋଗରେ ୭ନିୟୁତ ଲୋକଙ୍କ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ ଭାରତରେ ଦେଢ଼ ନିୟୁତ ଲୋକଙ୍କର ମୃତ୍ୟୁ ହେଉଛି। ବିଶ୍ୱର ୫୦ପ୍ରତିଶତ ଲୋକ ସହରାଞ୍ଚଳରେ ବସବାସ କରୁଛନ୍ତି। ୨୦୫୦ରେ ୬୮ ପ୍ରତିଶତ ଲୋକ ସହରରେ ରହିବେ ବୋଲି ଆକଳନ କରାଯାଉଛି। ତେଣୁ ପ୍ରଦୂଷଣ ଉତ୍ସ ନିଶ୍ଚିତ ଭାବେ ବୃଦ୍ଧି ପାଇବ। ସେଥିପାଇଁ ଏ ଦିଗରେ ପୂର୍ବରୁ ପ୍ରସ୍ତୁତ ହେବା ଆବଶ୍ୟକ।
-ଅସମାପିକା ସାହୁ,ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri