ସଫେଇ କର୍ମଚାରୀଙ୍କୁ ପ୍ରତାରଣା: ୨୬ରୁ କାର୍ଯ୍ୟ ବନ୍ଦ ଚେତାବନୀ

ବାଲେଶ୍ୱର ଅଫିସ, ୧୫।୯-ବାଲେଶ୍ୱର ପୌରପରିଷଦ ଅଧୀନ ୩୧ ୱାର୍ଡ଼ର ରାସ୍ତାଘାଟ ଓ ନାଳ ସଫେଇ କାର୍ଯ୍ୟରେ ୨ଜଣ ଠିକାଦାରଙ୍କ ମାଧ୍ୟମରେ ୩୧୦ଜଣ ସଫେଇ କର୍ମଚାରୀ ୨୦୧୫-୧୬ ମସିହାରୁ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟରୁ ଭବିଷ୍ୟତ ପାଣ୍ଠି ବାବଦରେ ୧୨ ପ୍ରତିଶତ ଓ ଇଏସ୍‌ଆଇ ବାବଦରେ ୧.୭୫ ପ୍ରତିଶତ କାଟି ରଖାଯାଉଥିଲା। ଏହାକୁ ସରକାରଙ୍କଠାରେ ଦାଖଲ କରା ନ ଯାଇ ଦୀର୍ଘ ୪ବର୍ଷ ଧରି ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରାଯାଇଛି। ଏ ସମ୍ପର୍କରେ ସଫେଇ କର୍ମଚାରୀମାନେ ମ୍ୟୁନିସିପାଲିଟି ଅଧିକାରୀ, ଜିଲା ଶ୍ରମ ଅଧିକାରୀ ଏବଂ ଜିିଲାପାଳଙ୍କୁ ଅବଗତ କରାଇବା ପରେ ମଧ୍ୟ ସୁଫଳ ନ ମିଳିବାରୁ ଗତ ଜୁଲାଇ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କାର୍ଯ୍ୟ ବନ୍ଦ କରି ଧାରଣା ଦେଇଥିଲେ। ଏହାର ସମାଧାନ ପାଇଁ ଜିଲାପାଳ ୧ମାସ ସମୟ ନେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଟଙ୍କା ନ ମିଳିବାରୁ ଶନିବାର ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ଜିଲାପାଳ ସଫେଇ କର୍ମଚାରୀମାନଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ‘ବାଲେଶ୍ୱର ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ସଂଘ’ର ପରିଚାଳନା ସମିତି ସଦସ୍ୟ ରାଜେଶ ନାୟକ ଅଭିଯୋଗ କରିଛନ୍ତି।
ଖବରଦାତା ସମ୍ମିଳନୀରେ ସଂଘର ସମ୍ପାଦକ ଭାଗବତ ପ୍ରତିହାରୀଙ୍କ କହିବାନୁସାରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଜିଲାପାଳ ଡକାଇଥିଲେ। ଜିଲାପାଳ ସଂଘର ନେତୃବର୍ଗଙ୍କ ସହ କଥାବାର୍ତ୍ତା ନ କରି ଆଇନ ସମ୍ପର୍କରେ ଅନଭିଜ୍ଞ ଥିବା ସଫେଇ କର୍ମଚାରୀମାନଙ୍କୁ ଦାବି ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ କୌଣସି ପ୍ରତିକାର ନ କରି ବାରମ୍ବାର ପ୍ରତାରଣା କରିଚାଲିଛନ୍ତି। ଅଭିଯୋଗ ପରେ ଗତ ସେପ୍ଟେମ୍ବର ୧ ତାରିଖରୁ ୨ ଠିକାଦାରଙ୍କୁ ସଫେଇ କାମରୁ ଅବ୍ୟାହତି ଦେଇ ପୌର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ସାନିଟାରୀ ଇନ୍ସପେକ୍ଟରଙ୍କ ଜରିଆରେ ସମସ୍ତ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ମାତ୍ର ଅଗଷ୍ଟ ମାସର ଦରମା ଅଦ୍ୟାବଧି ପାଇ ନ ଥିବାର ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସେମାନଙ୍କର ଇପିଏଫ୍‌ ଓ ଇଏସ୍‌ଆଇ ନ ଦେବା ପାଇଁ ରୋକ୍‌ଠୋକ୍‌ ମନା କରିବାରୁ ମାସିକ ୩ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସଫେଇ କର୍ମଚାରୀମାନେ ହରାଇଛନ୍ତି ବୋଲି ଏଆଇଟିୟୁସିର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସର୍ବନିମ୍ନ ମଜୁରିରେ ସହରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫେଇ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ବକେୟା ଥିବା ୨କୋଟି ଟଙ୍କା ଓ ସେପ୍ଟେମ୍ବର ୧୯ରୁ ଇପିଏଫ୍‌ ଓ ଇଏସ୍‌ଆଇ ପୌର ପରିଷଦ କର୍ତ୍ତୃପକ୍ଷ ଦାଖଲ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ସେପ୍ଟେମ୍ବର ୨୫ ସୁଦ୍ଧା ନ ଦେଲେ ସେପ୍ଟେମ୍ବର ୨୬ରୁ ସଫେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ। ଏନେଇ ସଂଘର ପ୍ରତିନିଧି ରାମ ବେହେରା, ମନୋଜ ବେହେରା, ଭଗବାନ ବେହେରା, ଶ୍ୟାମ ବେହେରା, ସକୁନ୍ତଳା ବେହେରା, ଚଞ୍ଚଳା ନାୟକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri