ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ କେଉଁଠି ସଂକୀର୍ଣ୍ଣ ବିଲ ହିଡ଼। ଟିକିଏ ଅସାବଧାନ ହେଲେ ପାଦ ଖସି ଆହତ ହେବାର ଆଶଙ୍କା ରହିଛି। ତଥାପି ଛାତ୍ରୀଛାତ୍ର ନିଜ ଜୀବନକୁ ବିପଦରେ ପକାଇ ପ୍ରତିଦିନ ବିଲ ହିଡ଼ ଦେଇ ସ୍କୁଲ ଯାଉଛନ୍ତି। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧୀନ ମାଧପୁର ଆଦିବାସୀ ଅଧ୍ୟୁଷିତ ଗଁାର ପିଲାଙ୍କ ଏହି ଚିତ୍ର ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛି।
ମାଧପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ କରୋନା ପୂର୍ୱରୁ ମାତ୍ର ୨୨ଜଣ ପିଲା ପଢ଼ୁଥିଲେ। ତେଣୁ ଆବଶ୍ୟକ ଛାତ୍ରୀଛାତ୍ର ନ ଥିବା ଦର୍ଶାଇ ଉକ୍ତ ବିଦ୍ୟାଳୟକୁ ବନ୍ଦ କରି ୩ କିମି ଦୂର କୁଶପଲା ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା। ହେଲେ କୁଶପଲା ବିଦ୍ୟାଳୟକୁ ରାସ୍ତାପାର ହୋଇ ଯିବାକୁ ପଡ଼ୁଥିବାରୁ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନେ ଇଚ୍ଛା ପ୍ରକାଶ କରି ନ ଥିଲେ। ପୂର୍ୱରୁ ମାଧପୁର ଗ୍ରାମର ଅଧିକାଂଶ ଛାତ୍ରୀଛାତ୍ର ନିକଟସ୍ଥ ବଡ଼ବେରଣା ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିଲେ। ତେଣୁ ମାଧପୁର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯିବାପରେ ଅଭିଭାବକମାନେ ବଡ଼ବେରଣା ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ନାମ ଲେଖାଇଥିଲେ। ଏବେ ୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ବଡ଼ବେରଣା ବିଦ୍ୟାଳୟକୁ ପଢ଼ିବାକୁ ଯାଉଛନ୍ତି। ପକ୍କା ରାସ୍ତାରେ ଗଲେ ଦୂରତା ୩ କିଲୋମିଟରରୁ ଅଧିକ ହେଉଥିବାରୁ ଦୂରତା କମାଇବା ପାଇଁ ପିଲାମାନେ ବିଲ ହିଡ଼କୁ ଶର୍ଟକଟ୍‌ ରାସ୍ତା ଭାବେ ବାଛିଛନ୍ତି। ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ର ଏହି ବିପଦପୂର୍ଣ୍ଣ ବାଟରେ ଯାତାୟାତ କରୁଛନ୍ତି। ପିଲାଙ୍କ ପାଠପଢ଼ା ସହ ସେମାନଙ୍କ ସୁରକ୍ଷା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦୂରରେ ଥିବା ବିଦ୍ୟାଳୟକୁ ଯାତାୟାତ ପାଇଁ ଖର୍ଚ୍ଚ ଦେବାର ବ୍ୟବସ୍ଥା ଥିବା କୁହାଯାଉଥିଲେ ମଧ୍ୟ ଏନେଇ ଅନେକ ଅଭିଭାବକ ଅବଗତ ନ ଥିବା ଜଣାପଡ଼ିଛି। ଗ୍ରାମରେ ଥିବା ବିଦ୍ୟାଳୟ ବନ୍ଦ ହେବା ପରେ ଏହାକୁ ପୁନଃ ଖୋଲିବା ପାଇଁ ବାରମ୍ୱାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପିଲାମାନେ ଯେଉଁ ପରିସ୍ଥିତିରେ ପାଠ ପଢ଼ିବାକୁ ଯାଉଛନ୍ତି, ସେଥିରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। କୌଣସି ଅଘଟଣ ଘଟିଲେ ଦାୟୀ କିଏ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏନେଇ ଅଭିଭାବକ ବାବୁ ସ୍ୱାଇଁ କହିଛନ୍ତି, ତାଙ୍କର ୨ ପିଲା ମଧ୍ୟ ଏହି ବାଟ ଦେଇ ସ୍କୁଲ ଯାଉଛନ୍ତି। ମୁଖ୍ୟରାସ୍ତାରେ ଗଲେ ଅଧିକ ଦୂର ହେଉଥିବାରୁ ପିଲାମାନେ ବିଲ ହିଡ଼ ଦେଇ ଯାତାୟାତ କରୁଛନ୍ତି। ଏଥିପାଇଁ ସବୁବେଳେ ଭୟ ଲାଗୁଥିଲେ ମଧ୍ୟ ଭଗବାନଙ୍କ ଭରସାରେ ପିଲାଙ୍କୁ ସ୍କୁଲ ପଠାଇବାକୁ ପଡ଼ୁଛି। ତେଣୁ ଗ୍ରାମର ବିଦ୍ୟାଳୟକୁ ପୁନଃ ଖୋଲିବା ପାଇଁ ସେ ଦାବି କରିଛନ୍ତି। ବେଗୁନିଆ ଜନ ଅଧିକାର ମଞ୍ଚ ସଭାପତି ଅକ୍ଷୟ ରାଉତରାୟ ଏହାକୁ ଚିନ୍ତାଜନକ ବିଷୟ ବୋଲି କହିବା ସହ ଜନପ୍ରତିନିଧି ଓ ଜିଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ସେହିପରି ବେଗୁନିଆ ବାସିନ୍ଦା ଶିବ ମୁନି କହିଛନ୍ତି, ଉପସ୍ଥାନ କମ୍‌ ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି। ଏବେ ପିଲାମାନେ ଦୂରତା କମାଇବା ପାଇଁ ବିପଦପୂର୍ଣ୍ଣ ବାଟ ବାଛୁଛନ୍ତି। ସରକାର ତୁରନ୍ତ ସେମାନଙ୍କ ପାଇଁ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ବେଗୁନିଆ ବ୍ଲକ ଶିକ୍ଷା ଅଧିକାରୀ ଅର୍ଣ୍ଣବ ବେଉରା କହିଛନ୍ତି, ସେ ନିକଟରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି। ବିଦ୍ୟାଳୟ ବନ୍ଦ ହେବା ପରେ ଦୂରକୁ ପାଠ ପଢ଼ିବାକୁ ଯାଉଥିବା ପିଲାଙ୍କ ଯାତାୟାତ ଖର୍ଚ୍ଚ ବାବଦରେ ବ୍ୟବସ୍ଥା ଥିଲେ ମଧ୍ୟ ସରକାରୀ ମାର୍ଗଦର୍ଶିକା ସ୍ପଷ୍ଟ ନ ଥିବାରୁ ସମସ୍ୟା ଉପୁଜୁଛି। ଗ୍ରାମବାସୀ ଲିଖିତ ଭାବେ ଜଣାଇଲେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ବେଉରା ପ୍ରକାଶ କରିଛନ୍ତି। ଜିଲାପାଳ ଅମ୍ରିତ୍‌ ଋତୁରାଜ କହିଛନ୍ତି, ଘଟଣା ସମ୍ପର୍କରେ ଏବେ ଜାଣିବାକୁ ପାଇଛି, ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ନଭେମ୍ବର ୨ରେ ଗଜକେଶରୀ ଯୋଗ: ବଢିବ ୪ ରାଶିର ଧନ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ, ୨୫।୧୦: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ…

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ…

IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?