Posted inଜାତୀୟ

କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

ନୂଆଦିଲ୍ଲୀ, ୨୫।୧୦: ଭାରତର ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ରୋକିବା ଉଚିତ ନୁହେଁ। ଆନ୍ଦୋଳନକାରୀଙ୍କ ସ୍ବରକୁ ଦବାଇବା ପରିବର୍ତ୍ତେ କେନ୍ଦ୍ର ସରକାର ସେମାନଙ୍କ କଥା ଶୁଣିବା ଆବଶ୍ୟକ। କାରଣ ଆନ୍ଦୋଳନ ସରକାରଙ୍କ ପାଇଁ ଫିଡ୍‌ବ୍ୟାକ ବା ମତାମତ ଭଳି କାମ କରିଥାଏ ଏବଂ ଉନ୍ନତ ଢଙ୍ଗରେ କାର୍ଯ୍ୟ କରିବାକୁ ସରକାରଙ୍କୁ ପ୍ରେରଣା ଦେଇଥାଏ। କିନ୍ତୁ ଯଦି ଆନ୍ଦୋଳନକୁ ଦମନ କରାଯାଏ, ତେବେ ଭାରତରେ ମଧ୍ୟ ନେପାଳ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

ମୁମ୍ବାଇରେ ଆୟୋଜିତ ଆଇପିଏଫ (IPF) ଫେଷ୍ଟିଭାଲ୍ରେ ଉଦ୍ବୋଧନ ଦେଇ ୱାଙ୍ଗଚୁକ କହିଛନ୍ତି, ଗଣତାନ୍ତ୍ରିକ ଦେଶରେ ଲୋକଙ୍କୁ ନିଜ ମତ ରଖିବାର ସୁଯୋଗ ନମିଳିଲେ କିମ୍ବା ସେମାନଙ୍କ କଥା ଶୁଣା ନଗଲେ, ଲୋକେ ଉତ୍ତ୍ୟକ୍ତ ହୋଇପାରନ୍ତି। ଏହାର ପରିଣାମ କେନ୍ଦ୍ର ସରକାରଙ୍କୁ ଭୋଗିବାକୁ ପଡ଼ିପାରେ।

ବ୍ରିଟେନ, ନରୱେ ଓ ସ୍ବିଡେନ ଭଳି ଦେଶରେ ଲୋକଙ୍କୁ ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଏ। ସରକାରଙ୍କ କାର୍ଯ୍ୟାଳୟ ନିକଟରେ ଆନ୍ଦୋଳନ ହେଲେ ସରକାରଙ୍କ ଉପରେ ଚାପ ସୃଷ୍ଟି ହୁଏ ଏବଂ ଏହା ସରକାରଙ୍କ କାର୍ଯ୍ୟଦକ୍ଷତା ବଢ଼ାଇଥାଏ। କିନ୍ତୁ ଭାରତରେ ଆନ୍ଦୋଳନ ପାଇଁ ସ୍ଥାନ ଏତେ ଦୂରରେ ରଖାଯାଇଛି ଯେ ଲୋକଙ୍କ ସୱର ସରକାରଙ୍କ ପାଖରେ ପହଞ୍ଚିପାରୁ ନାହିଁ ବୋଲି ସେ ମତ ଦେଇଛନ୍ତି।

ୱାଙ୍ଗଚୁକ କହିଛନ୍ତି, ଦିଲ୍ଲୀରେ ସଂସଦଠାରୁ ଜନ୍ତର ମନ୍ତର ଯଦି ଏତେ ଦୂରରେ ରହିଛି, ତେବେ ରାମଲୀଳା ମୈଦାନ ଓ ବୁରାଡ଼ି ମୈଦାନ କେତେ ଦୂରରେ ଥିବ, ତାହା ସହଜରେ ଅନୁମାନ କରାଯାଇପାରିବ। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବା ଉଚିତ, କିନ୍ତୁ ଏହା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାର ଏକ ମାଧ୍ୟମ। ଏହା ସରକାରଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ପାଇଁ ମଧ୍ୟ ଏକ ଫିଡ୍ବ୍ୟାକ ଭଳି କାମ କରେ।

ଆନ୍ଦୋଳନ ମାଧ୍ୟମରେ ଦେଶର ଲୋକେ କେଉଁ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତାହା ସରକାର ଜାଣିପାରିବେ। ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ସରକାର ଅବଗତ ହେଲେ ହିଁ ସେମାନଙ୍କ ପାଇଁ କାମ କରିବାର ପ୍ରକୃତ ଅର୍ଥ ରହିଛି। ଲୋକେ ସମସ୍ୟାରେ ଥିଲେ ଏବଂ ସରକାର ସେମାନଙ୍କ କଥା ଶୁଣୁ ନଥିଲେ। ଏହି କାରଣରୁ ନେପାଳ ଓ ବାଂଲାଦେଶରେ ସରକାରଙ୍କୁ ଏତେ ବଡ଼ ଧରଣର କ୍ଷମତାଚ୍ୟୁତ ହେବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି।

ସୋନମ ୱାଙ୍ଗଚୁକ ଆହୁରି କହିଛନ୍ତି, ଆନ୍ଦୋଳନ କରିବା ପାଇଁ ଅନୁମତି ନେବାର ଆବଶ୍ୟକତା ରହିବା ଉଚିତ ନୁହେଁ। ବରଂ ସହରରେ କେଉଁ କାର୍ଯ୍ୟକ୍ରମ କେଉଁଠାରେ ହେଉଛି, ସେ ସମ୍ପର୍କରେ ସରକାର ଓ ପୋଲିସ ଅବଗତ ରହିବା ଯଥେଷ୍ଟ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାର। ଯଦି ସରକାର ନିଜେ ଲୋକଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନିଅନ୍ତି, ତେବେ ଏହାର କ୍ଷତି ସରକାରଙ୍କୁ ହିଁ ସହିବାକୁ ପଡ଼ିବ।

ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ଓ ଅର୍ଦ୍ଧସାମରିକ ବଳକୁ ନିୟୋଜିତ କରିବା ପରିବର୍ତ୍ତେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମୁତୟନ କରାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି। ସୁରକ୍ଷା ବଳର ସବୁଠାରୁ ଅଧିକ ଆବଶ୍ୟକତା ସୀମାରେ ରହିଛି। କାରଣ ଶୀତ ଋତୁରେ ଚାଇନା ଓ ପାକିସ୍ତାନ ପକ୍ଷରୁ ଅନୁପ୍ରବେଶର ଆଶଙ୍କା ରହିଥାଏ ବୋଲି ୱାଙ୍ଗଚୁକ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ନଭେମ୍ବର ୨ରେ ଗଜକେଶରୀ ଯୋଗ: ବଢିବ ୪ ରାଶିର ଧନ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ, ୨୫।୧୦: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?