ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ ସୃଷ୍ଟି ହେଉଛି। ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ଦେଖିବାକୁ ମିଳିପାରେ। ଆଜି ସର୍ୱାର୍ଥ ସିଦ୍ଧି ଯୋଗ ସହିତ ରବି ଯୋଗ ମଧ୍ୟ ପ୍ରଭାବୀ ରହିବ। ଆସନ୍ତୁ ଜାଣିବା ଆଜିର ଭାଗ୍ୟଶାଳୀ ରାଶିଗୁଡ଼ିକ ବିଷୟରେ।
ବୃଷ ରାଶି
ଆଜି ବୃଷ ରାଶିର ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ଲାଭ ମିଳିପାରେ। ଧନ ସମ୍ପର୍କିତ ମାମଲାର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ। ଚାକିରି କରୁଥିବା ଲୋକ ଏବଂ ବ୍ୟବସାୟୀମାନଙ୍କୁ ଧନଲାଭ ହୋଇପାରେ। ଯୋଜନାବଦ୍ଧ ଭାବେ କାମ କଲେ ଆପଣଙ୍କୁ ଉତ୍ତମ ଫଳ ମିଳିବ। ପୁଞ୍ଜି ନିବେଶ ପାଇଁ ସମୟ ଅନୁକୂଳ ରହିଛି ଏବଂ ନିବେଶରୁ ଭଲ ଲାଭ ମିଳିପାରେ। ତେବେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ୱରୁ ତରବର ହୁଅନ୍ତୁ ନାହିଁ, ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କୁ ଆଜି ସୃଷ୍ଟି ହେଉଥିବା ଶୁଭ ସଂଯୋଗରୁ ବିଶେଷ ଲାଭ ମିଳିବ। ବହୁ ଦିନରୁ ଅଟକି ରହିଥିବା ଟଙ୍କା ଫେରି ପାଇପାରନ୍ତି। ରୋଜଗାରରେ ବୃଦ୍ଧି ଘଟିବ। ପାରିବାରିକ ଦୃଷ୍ଟିକୋଣରୁ ସମୟ ଭଲ ରହିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ପିତାମାତାଙ୍କ ସହଯୋଗ ମିଳିବ। ତେବେ କୌଣସି ପ୍ରକାର ବିବାଦଠାରୁ ଦୂରେଇ ରୁହନ୍ତୁ।
ମକର ରାଶି
ଶରତ ପୂର୍ଣ୍ଣିମାର ଶୁଭ ଯୋଗରୁ ମକର ରାଶିର ବ୍ୟକ୍ତିମାନେ ଉପକୃତ ହେବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନୂଆ ଚାକିରି ଖୋଜୁଥିବା ଲୋକଙ୍କୁ ଖୁସି ଖବର ମିଳିପାରେ। ପରିବାରର ସଦସ୍ୟମାନଙ୍କ ସହିତ ସମ୍ପର୍କ ମଧୁର ହେବ।

