ସପ୍ତାହେ ପରେ ନିର୍ବାଚନ ଫଳ: ପ୍ରାର୍ଥୀ ଜାଳିଲେଣି ଅଖଣ୍ଡ ଦୀପ

ବଅଁରପାଳ, ୧୭।୫(ଡି.ଏନ୍‌.ଏ.)

ଆସନ୍ତା ୨୩ ତାରିଖରେ ହେବ ଭୋଟ ଗଣତି। ପରିସମାପ୍ତି ଘଟିବ ଫଳାଫଳକୁ ନେଇ ଥିବା ସବୁ ଉତ୍କଣ୍ଠା, ଉଦ୍ଦୀପନାର। ଭୋଟରମାନେ କାହାକୁ ପସନ୍ଦ କରିଛନ୍ତି ଏବଂ କାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ସ୍ପଷ୍ଟ ହେବ। ଆଉ ମାତ୍ର ସପ୍ତାହେ ଥିବାରୁ ପ୍ରାର୍ଥୀଙ୍କ ହାର୍‌ ଜିତ୍‌ ସମ୍ପର୍କରେ ଆରମ୍ଭ ହୋଇଗଲାଣି ପୁନଃ ଅବଗଣନା। ପାନ ଦୋକାନ, ଚା’ ଦୋକାନରେ ଏହା ଏବେ ପାଲଟିଯାଇଛି ଆଲୋଚନାର ପ୍ରମୁଖ ପ୍ରସଙ୍ଗ। ସେହିପରି ନେତାଙ୍କ ସମର୍ଥକମାନେ ମଧ୍ୟ ଚଳାଇଛନ୍ତି କାଗଜ କଲମ ଚାଷ। ସେମାନଙ୍କ ନେତାଙ୍କୁ କେଉଁ ଅଞ୍ଚଳରୁ କେତେ ଭୋଟ ମିଳିଛି ଓ ତାହା ବିଜୟ ଆଣିପାରିବ କି ନାହିଁ ସେ ନେଇ ସେମାନେ ଅଙ୍କକଷି ଚାଲିଥିବା ବେଳେ ପ୍ରାର୍ଥୀମାନେ ବିଭିନ୍ନ ଦେବଦେବୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଅଖଣ୍ଡ ଦୀପ ଜାଳିବା ଆରମ୍ଭ କରିଦେଇଛନ୍ତି।
ଅନୁଗୋଳ ବିଧାନସଭା କ୍ଷେତ୍ରର ମୋଟ୍‌ ୨ ଲକ୍ଷ ୧୭ ହଜାର ୫୭୩ ଭୋଟରଙ୍କ ମଧ୍ୟରୁ ୭୪ ପ୍ରତିଶତ ଅର୍ଥାତ୍‌ ୧ ଲକ୍ଷ ୬୦ ହଜାର ୮୧ ଜଣ ଚଳିତବର୍ଷ ମତଦାନ କରିଛନ୍ତି। ଏତେ ସଂଖ୍ୟକ ମତଦାତା ମୋଟ୍‌ ୧୦ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ସେମାନଙ୍କ ନେତା ବାଛିଛନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ତେବେ ଅନୁଗୋଳରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ୨୩ ତାରିଖରେ ଇଭିଏମ୍‌ ଖୋଲାଯିବା ପରେ ଭୋଟର କାହା ମୁଣ୍ଡରେ ଶିରପା ବାନ୍ଧିଛନ୍ତି ତାହାର ସ୍ପଷ୍ଟ ଚିତ୍ର ସମ୍ମୁଖକୁ ଆସିବ। ଫଳାଫଳ ଆସିବାକୁ ଆଉ ସପ୍ତାହେ ଥିବାରୁ ପ୍ରାର୍ଥୀଙ୍କ ମନରେ ଛନକା ପଶିଯାଇଛି। କେଉଁ ୱାର୍ଡକୁ କେଉଁ ପ୍ରାର୍ଥୀ କେତେ ଟଙ୍କା ଦେଇଥିଲେ ଓ ସେହି ଅନୁସାରେ ସେଠାରୁ ଭୋଟ ମିଳିଛି କି ନାହିଁ ତାହାର ହିସାବ ଚାଲିଥିବା ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଭୋଟଗ୍ରହଣ ପରେ କେତେଜଣ ନେତା ନିଜର ଖାସ୍‌ ସମର୍ଥନମାନଙ୍କୁ ଡାକି ଏସବୁ କାମ ଦେଇଥିଲେ। ତେବେ କିଛି ଦିନ ଏହି ଅଙ୍କକଷା ବନ୍ଦ ଥିବା ବେଳେ ଭୋଟ ଗଣତି ପାଖେଇ ଆସୁଥିବାରୁ ପୁନଃ ହିସାବ ଆରମ୍ଭ ହୋଇଛି। ପ୍ରାର୍ଥୀମାନଙ୍କ ସମର୍ଥକ ଓ ଦଳୀୟ କର୍ମୀମାନେ ବିଭିନ୍ନ ଖଟିରେ ବସି କାଗଜ କଲମ ଧରି ଏହି ହିସାବ କରୁଥିବା ଦେଖାଯାଉଛି। ସେହିପରି କେତେଜଣ ନେତା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଅଖଣ୍ଡ ଦୀପ ଲଗାଇବା ଆରମ୍ଭ କରିଦେଇଛନ୍ତି। କେତେଜଣ ପ୍ରାର୍ଥୀ ବାବା, ମାତା ଓ ଜ୍ୟୋତିଷମାନଙ୍କ ପାଖକୁ ଯାଇ ହାରଜିତ୍‌ ବିଷୟରେ ଗଣନା କରୁଥିବାରୁ ସେମାନଙ୍କ ଛନକା ବାରି ହୋଇପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri